Masthead

ପାଣ୍ଡ୍ୟାଙ୍କୁ ମିଳିବ ମୁମ୍ବାଇ ଇଣ୍ଡିଆନ୍ସ ନେତୃତ୍ୱ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଗୁଜରାଟ ଟାଇଟନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଆସନ୍ତା ଆଇପିଏଲ ସଂସ୍କରଣରେ ନିଜ ପୁରୁଣା ଦଳ ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିବେ । ପାଣ୍ଡ୍ୟା ଗୁଜରାଟ ଟାଇଟନ୍ସ ଛାଡିବା ଘଟଣା କ୍ରିକେଟ ପ୍ରେମୀଙ୍କୁ ଚକିତ କରିଛି । ସେ ପୁର୍ନବାର ମୁମ୍ୱାଇ ଇଣ୍ଡିଆନ୍ସକୁ ଯୋଗ ଦେବା ନିଶ୍ଚିନ୍ତ ହୋଇଛି । ଆସନ୍ତାକାଲି ଏ ବିଷୟରେ ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ । ପାଣ୍ଡ୍ୟାଙ୍କର ମଧ୍ୟ ଏହି ଡିଲରେ ସହମତି ରହିଛି। କିନ୍ତୁ ଏହା ବଦଳରେ ମୁମ୍ବାଇରୁ କୌଣସି ଖେଳାଳିଙ୍କୁ ଗୁଜରାଟକୁ ଅଦଳବଦଳ କରାଯିବ ନାହିଁ।

ଏହାଫଳରେ ପାଣ୍ଡ୍ୟାଙ୍କ ଆଇପିଏଲ୍‌ ଫି’ ୧୫ କୋଟି ଟଙ୍କା ସହିତ ଟ୍ରାନ୍ସଫର ଫି’ ଅଲଗା ଭାବେ ଗୁଜରାଟ ଟାଇଟନ୍ସ ପାଇବ। ଅନ୍ୟପଟେ ମୁମ୍ବାଇ ମଧ୍ୟ ପାଣ୍ଡ୍ୟାଙ୍କୁ ତାଙ୍କ ପ୍ରାପ୍ୟ ୧୫ କୋଟି ଟଙ୍କା ପ୍ରଦାନ କରିବାକୁ ସହମତି ଦେଇଛି। ୨୦୨୨ମେଗା ନିଲାମ ପୂର୍ବରୁ ପାଣ୍ଡ୍ୟା ଅଧିନାୟକ ଭାବେ ଗୁଜରାଟ ଟାଇଟନ୍ସରେ ଯୋଗ ଦେଇଥିଲେ । ତାଙ୍କ ନେତୃତ୍ୱରେ ଟାଇଟନ୍ସ ଦଳ ଥରେ ଚାମ୍ପିଅନ ଥରେ ରନର୍ସ ଅପ୍ ହୋଇସାରିଛି । ମାତ୍ର ୨ ବର୍ଷ ମଧ୍ୟରେ ପାଣ୍ଡ୍ୟା ପୁଣିଥରେ ମୁମ୍ବାଇ ଇଣ୍ଡିଆନ୍ସ ଫେରିବାକୁ ମନ ବଳାଇବା କ୍ରିକେଟ ପ୍ରେମୀଙ୍କୁ ଚକିତ କରିଛି । ହାର୍ଦ୍ଦିକ ପାଣ୍ଡ୍ୟା ଟାଇଟନ୍ସ ଛାଡିବା ଫଳରେ ପରବର୍ତ୍ତୀ ଅଧିନାୟକ ଭାବେ ଶୁଭମନ ଗିଲଙ୍କୁ ନିଯୁକ୍ତି ମିଳିବ ବୋଲି ଆଶା କରାଯାଉଛି ।

ସନରାଇଜର୍ସ ହାଇଦ୍ରାବାଦ ଓ ରୟାଲ ଚ୍ୟାଲେଞ୍ଜର୍ସ ବା‌ଙ୍ଗାଲୋର ମଧ୍ୟରେ ବି ଖେଳାଳି ଅଦଳବଦଳ ହୋଇଛି। ସନରାଇଜର୍ସ ହାଇଦ୍ରାବାଦ ମୟଙ୍କ ଡଗରଙ୍କୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଦେଇ ଶାହବାଜ ଅହମଦଙ୍କୁ ଆଣିଛି। ଦିଲ୍ଲୀର ୨୭ ବର୍ଷୀୟ ଡଗର ଜଣେ ଅଲରାଉଣ୍ଡର। ତାଙ୍କୁ ଗତ ବର୍ଷ ହାଇଦ୍ରାବାଦ ୧.୮ କୋଟି ଟଙ୍କାରେ କିଣିଥିଲା। ବାମହାତୀ ଅଲରାଉଣ୍ଡର ଶାହବାଜଙ୍କୁ ବାଙ୍ଗାଲୋର ୨.୪ କୋଟିରେ କିଣିଥିଲା। ଉଭୟ ଖେଳାଳି ଗତ ସଂସ୍କରଣରେ ସଫଳତା ପାଇ ପାରି ନଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ