Masthead

ଅସନ୍ତୋଷ ଝାଡ଼ିଲେ କେନ୍ଦ୍ରମନ୍ତ୍ରୀ, ମିଳୁନି ରାଜ୍ୟ ସରକାରଙ୍କ ସହାୟତା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ପୋର୍ଟ, ସିପିଂ, ୱାଟର ଓଏଜ ଏବଂ ପର୍ଯ୍ୟଟନ ରାଷ୍ଟ୍ର ମନ୍ତ୍ରୀ ଶ୍ରୀପଦ ନାୟକ ରାଜ୍ୟ ସରକାରଙ୍କ ଉପରେ ଅସନ୍ତୋଷ ଝାଡ଼ିଛନ୍ତି। ସେ କହିଛନ୍ତି ଆଗାମୀ ବର୍ଷକ ମଧ୍ୟରେ ପାରାଦୀପ ପୋର୍ଟ ଦେଶର ଏକ ନଂ ପୋର୍ଟ ହେବ । ମାତ୍ର ଏହା ବହୁ ବର୍ଷ ତଳୁ ହୋଇ ସାରନ୍ତାଣି । କିନ୍ତୁ ପୋର୍ଟକୁ ଭଲ ଗମନାଗମନ ସୁବିଧା ନଥିବାରୁ ତାହା ହୋଇ ପାରୁନି । ରାସ୍ତା ସେଠାରେ ଠିକ୍ ନାହିଁ । ବହୁତ ଅଣ ଓସାରିଆ ରାସ୍ତା । ସେଥିପାଇଁ ପୋର୍ଟକୁ ଠିକ ସେ ବେପାର ଆସୁନି । ସେ ଆହୁରି ମଧ୍ୟ କହିଛନ୍ତି ରାସ୍ତା ଚଉଡ଼ା କରିବାକୁ ପୋର୍ଟ ଅନେକ ଥର ରାଜ୍ୟ ସରକାରଙ୍କୁ ନିବେଦନ କରିଛି । କିନ୍ତୁ ରାଜ୍ୟ ସରକାର ତାହା କରୁ ନାହାନ୍ତି । ପୋର୍ଟକୁ ଭଲ ରାସ୍ତା ସଂଯୋଗ କରିବା ରାଜ୍ୟ ସରକାରଙ୍କ କାମ । ତଥାପି ରାଜ୍ୟ ସରକାରଙ୍କୁ ଆମେ ସେଥିରେ ସାହାଯ୍ୟ କରିବା ପାଇଁ ବି ରାଜି ।

କିନ୍ତୁ ବହୁତ ବର୍ଷ ହେବ ରାଜ୍ୟ ସରକାର ରାସ୍ତାର ବିକାଶ କରୁନଥିବାରୁ ବେପାର ଆସୁନାହିଁ । ରାଜ୍ୟ ସରକାର ତାହା କରିଦେଲେ ଆସନ୍ତା ଏକ ବର୍ଷ ମଧ୍ୟରେ ପାରାଦୀପ ଦେଶର ଏକ ନଂ ପୋର୍ଟ ହେବ । ରାଜ୍ୟ ସରକାରଙ୍କୁ ମୁଁ ଅପିଲ କରୁଛି ତୁରନ୍ତ ରାଜ୍ୟ ସରକାର ରାସ୍ତା ଚଉଡ଼ା କରିବାର କାମ ଆରମ୍ଭ କରନ୍ତୁ ବୋଳି କହିଛନ୍ତି ଶ୍ରୀପଦ। ଯଦି କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାର କିଛି ସାହାଯ୍ୟ ମାଗିବେ କେନ୍ଦ୍ରବି ସାହାଯ୍ୟ କରିବା ପାଇଁ ରାଜି । ଯାହା ଦ୍ୱାରା ଓଡ଼ିଶା ଓ ଭାରତର ବିକାଶ ହେବ । ସେହିପରି ଓଡ଼ିଶାରେ ପର୍ଯ୍ୟଟନ ବିକାଶ ପାଇଁ ପର୍ଯ୍ୟାପ୍ତ ସୁଯୋଗ ଅଛି । ରାଜ୍ୟ ସରକାର ପ୍ରସ୍ତାବ ଦେଲେ କେନ୍ଦ୍ର ସରକାର ସବୁ ସହାୟତା ପାଇଁ ଆଗଭର ଅଛନ୍ତି । କେନ୍ଦ୍ର ସରକାର ପର୍ଯ୍ୟଟନ ବିକାଶ ପାଇଁ ପ୍ରସାଦ ଓ ସ୍ୱଦେଶୀ ଦର୍ଶନ ଯୋଜନା ଭଳି ଅନେକ ଯୋଜନା ଲାଗୁ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ