ଅସନ୍ତୋଷ ଝାଡ଼ିଲେ କେନ୍ଦ୍ରମନ୍ତ୍ରୀ, ମିଳୁନି ରାଜ୍ୟ ସରକାରଙ୍କ ସହାୟତା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ପୋର୍ଟ, ସିପିଂ, ୱାଟର ଓଏଜ ଏବଂ ପର୍ଯ୍ୟଟନ ରାଷ୍ଟ୍ର ମନ୍ତ୍ରୀ ଶ୍ରୀପଦ ନାୟକ ରାଜ୍ୟ ସରକାରଙ୍କ ଉପରେ ଅସନ୍ତୋଷ ଝାଡ଼ିଛନ୍ତି। ସେ କହିଛନ୍ତି ଆଗାମୀ ବର୍ଷକ ମଧ୍ୟରେ ପାରାଦୀପ ପୋର୍ଟ ଦେଶର ଏକ ନଂ ପୋର୍ଟ ହେବ । ମାତ୍ର ଏହା ବହୁ ବର୍ଷ ତଳୁ ହୋଇ ସାରନ୍ତାଣି । କିନ୍ତୁ ପୋର୍ଟକୁ ଭଲ ଗମନାଗମନ ସୁବିଧା ନଥିବାରୁ ତାହା ହୋଇ ପାରୁନି । ରାସ୍ତା ସେଠାରେ ଠିକ୍ ନାହିଁ । ବହୁତ ଅଣ ଓସାରିଆ ରାସ୍ତା । ସେଥିପାଇଁ ପୋର୍ଟକୁ ଠିକ ସେ ବେପାର ଆସୁନି । ସେ ଆହୁରି ମଧ୍ୟ କହିଛନ୍ତି ରାସ୍ତା ଚଉଡ଼ା କରିବାକୁ ପୋର୍ଟ ଅନେକ ଥର ରାଜ୍ୟ ସରକାରଙ୍କୁ ନିବେଦନ କରିଛି । କିନ୍ତୁ ରାଜ୍ୟ ସରକାର ତାହା କରୁ ନାହାନ୍ତି । ପୋର୍ଟକୁ ଭଲ ରାସ୍ତା ସଂଯୋଗ କରିବା ରାଜ୍ୟ ସରକାରଙ୍କ କାମ । ତଥାପି ରାଜ୍ୟ ସରକାରଙ୍କୁ ଆମେ ସେଥିରେ ସାହାଯ୍ୟ କରିବା ପାଇଁ ବି ରାଜି ।

କିନ୍ତୁ ବହୁତ ବର୍ଷ ହେବ ରାଜ୍ୟ ସରକାର ରାସ୍ତାର ବିକାଶ କରୁନଥିବାରୁ ବେପାର ଆସୁନାହିଁ । ରାଜ୍ୟ ସରକାର ତାହା କରିଦେଲେ ଆସନ୍ତା ଏକ ବର୍ଷ ମଧ୍ୟରେ ପାରାଦୀପ ଦେଶର ଏକ ନଂ ପୋର୍ଟ ହେବ । ରାଜ୍ୟ ସରକାରଙ୍କୁ ମୁଁ ଅପିଲ କରୁଛି ତୁରନ୍ତ ରାଜ୍ୟ ସରକାର ରାସ୍ତା ଚଉଡ଼ା କରିବାର କାମ ଆରମ୍ଭ କରନ୍ତୁ ବୋଳି କହିଛନ୍ତି ଶ୍ରୀପଦ। ଯଦି କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାର କିଛି ସାହାଯ୍ୟ ମାଗିବେ କେନ୍ଦ୍ରବି ସାହାଯ୍ୟ କରିବା ପାଇଁ ରାଜି । ଯାହା ଦ୍ୱାରା ଓଡ଼ିଶା ଓ ଭାରତର ବିକାଶ ହେବ । ସେହିପରି ଓଡ଼ିଶାରେ ପର୍ଯ୍ୟଟନ ବିକାଶ ପାଇଁ ପର୍ଯ୍ୟାପ୍ତ ସୁଯୋଗ ଅଛି । ରାଜ୍ୟ ସରକାର ପ୍ରସ୍ତାବ ଦେଲେ କେନ୍ଦ୍ର ସରକାର ସବୁ ସହାୟତା ପାଇଁ ଆଗଭର ଅଛନ୍ତି । କେନ୍ଦ୍ର ସରକାର ପର୍ଯ୍ୟଟନ ବିକାଶ ପାଇଁ ପ୍ରସାଦ ଓ ସ୍ୱଦେଶୀ ଦର୍ଶନ ଯୋଜନା ଭଳି ଅନେକ ଯୋଜନା ଲାଗୁ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ