Masthead

ଖୁବଶୀଘ୍ର ଖୁସି ଖବର..

ଉତ୍ତରାଖଣ୍ଡ (ବଡ଼ ଖବର ବ୍ୟୁରୋ): ଆଉ ମାତ୍ର କିଛି ମିଟରର ଦୂର । ଖୁବଶୀଘ୍ର ଟନେଲରୁ ବାହାରିବେ ଫସିଥିବା ଶ୍ରମିକ । ଦେଖିବେ ଆଲୋକ । ଅନ୍ଧାରୀ ଦୁନିଆରୁ ମିଳିବ ମୁକ୍ତି । ଉଦ୍ଧାରକାରୀ ଦଳଙ୍କ ଠାରୁ ଆଉ ୩ ମିଟର ଦୂରରେ ଶ୍ରମିକ ଥିବା କୁହାଯାଉଛି । ଯଦି ବିନା ବାଧାରେ ସବୁକିଛି ଠିକ୍ ଠାକ୍ ଚାଲେ ତାହାଲେ ଶ୍ରମିକମାନଙ୍କୁ ସନ୍ଧ୍ୟା ସୁଦ୍ଧା ଟନେଲ ଭିତରୁ ସ୍ଥାନାନ୍ତର କରାଯାଇପାରିବ । ଉଦ୍ଧାରକାରୀ ଦଳ ଶ୍ରମିକଙ୍କ ପାଖାପାଖି ପହଞ୍ଚିବା ଖବର ଆସିବା ପରେ ଟନେଲ ବାହାର ଅଞ୍ଚଳ ଅଧିକ ଚଳଚଞ୍ଚଳ ହୋଇଛି । ସମସ୍ତଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି ।

ଡାକ୍ତରୀ ଟିମ୍ ସଜାଗ ରହିଛନ୍ତି । ପରିବାର ଲୋକ ମଧ୍ୟ ଶ୍ରମିକଙ୍କ ଅପେକ୍ଷାରେ ବାହାରେ ଜଗିଛନ୍ତି । ମାନୁଆଲ ଡ୍ରିଲିଂରେ ଦ ‘ରେଟ୍ ହୋଲ ମାଇନର୍ସ’ଙ୍କୁ ନିୟୋଜିତ କରାଯାଇଛି । ସେପଟେ ପାହାଡ଼ ଉପରୁ ଭର୍ଟିକାଲ ଡ୍ରିଲିଂ ଏବେ ବନ୍ଦ ରହିଛି । ସେପଟେ ଅଧିକାରୀମାନେ କହିଛନ୍ତି ଖୁବ୍ ଶୀଘ୍ର ଖୁସି ଖବର ଆସୁଛି । ସେ ଶ୍ରମିକଙ୍କ ପରିବାରକୁ ପୋଷାକ ଏବଂ ବ୍ୟାଗ ପ୍ରସ୍ତୁତ ରଖିବାକୁ କହିଛନ୍ତି । ଶ୍ରମିକମାନଙ୍କୁ ଟନେଲରୁ ବାହାର କରିବା ପରେ ସେମାନଙ୍କୁ ତୁରନ୍ତ ଚିନାଲିସାଉର ଡାକ୍ତରଖାନାକୁ ନିଆଯିବ। ଏଥିପାଇଁ ଘଟଣାସ୍ଥଳରେ ଆମ୍ବୁଲାନ୍ସ ନିୟୋଜିତ କରାଯାଇଛି। ଏଗୁଡ଼ିକ ପାଇଁ ଏକ କରିଡର ପ୍ରସ୍ତୁତ ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି