ଅସ୍ତ୍ରବିରତି ଉଲ୍ଲଙ୍ଘନ କଲା ଇସ୍ରାଏଲ

ନୂଆଦିଳ୍ଲୀ (ବଡ଼ ଖବର ବ୍ୟୁରୋ): ଅସ୍ତ୍ରବିରତି ଉଲ୍ଲଙ୍ଘନ କଲା ଇସ୍ରାଏଲ । ଅସ୍ତ୍ରବିରତି ଚୁକ୍ତି ଆଉ ଦିନକ ପାଇଁ ବୃଦ୍ଧି କରିବାକୁ କଥାବାର୍ତ୍ତା ଚାଲିଥିବା ବେଳେ, ରକେଟ୍‌ ନିକ୍ଷେପ କରିଛି ଇସ୍ରାଏଲ । ଇସ୍ରାଏଲ୍‌ ସେନା ପୁଣି ଗାଜାରେ ଆକ୍ରମଣ ଆରମ୍ଭ କରିଥିବା କଥା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ସପ୍ତାହକ ପାଇଁ କରାଯାଇଥିବା ଏହି ସାମୟିକ ଚୁକ୍ତିର ସମୟ ଅବଧି ଆଜି ସକାଳେ ଶେଷ ହୋଇଛି। କିନ୍ତୁ, ଏହି ଚୁକ୍ତିକୁ ବୃଦ୍ଧି କରିବା ଲାଗି ବୁଝାମଣା ହୋଇଥିବା କଥା କୌଣସି ପକ୍ଷ ଘୋଷଣା କରିନାହାନ୍ତି।

ଅସ୍ତ୍ରବିରତି ପରିସମାପ୍ତିର କିଛି ସମୟ ପୂର୍ବରୁ ଇସ୍ରାଏଲ୍‌ କହିଛି ଯେ, ଗାଜା ଆଡୁ ନିକ୍ଷେପ କରାଯାଇଥିବା ଏକ ରକେଟ୍‌କୁ ସେମାନେ ବାଧା ଦେଇଛନ୍ତି। ସେହିପରି, ଗାଜାର ଉତ୍ତର ପ୍ରାନ୍ତରେ ବିସ୍ଫୋରଣ ଓ ଗୁଳି ଫୁଟିବା ଶବ୍ଦ ଶୁଭୁଥିବା କଥା ହମାସ୍‌ ସହିତ ଅନୁବନ୍ଧିତ ଗଣମାଧ୍ୟମ ମଧ୍ୟ ରିପୋର୍ଟ କରିଛନ୍ତି।ସେପଟେ ୪ ଦିନିଆ ଅସ୍ତ୍ରବିରତି ପାଇଁ ଉଭୟଙ୍କ ମଧ୍ୟରେ ଚୁକ୍ତି ହୋଇଥିଲା। ପ୍ରଥମ ପର୍ୟ୍ୟାୟରେ ୧୩ ପଣବନ୍ଦୀଙ୍କୁ ମୁକ୍ତ କରିଥିଲା ହମାସ । ଗତ ଅକ୍ଟୋବର ୭ ତାରିଖରୁ ଆରମ୍ଭ ହୋଇଥିବା ଇସ୍ରାଏଲ ଓ ହମାସ ମଧ୍ୟରେ ଅସ୍ତ୍ରବିରତି ଗୁରୁବାରଠାରୁ ଆରମ୍ଭ ହେବାର ଥିଲା, କିନ୍ତୁ ତାହା ହୋଇ ନ ଥିଲା । ୪ ଦିନରେ ୫୦ ପଣବନ୍ଦୀଙ୍କୁ ମୁକ୍ତ କରିବାକୁ ହୋଇଥିଲା ଚୁକ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ