Masthead

ରାଜନୀତି କରିବେ କ୍ୟାପଟେନ କୁଲ୍!

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସୋସିଆଲ ମିଡିଆରେ କ୍ୟାପଟେନ କୁଲ ମହେନ୍ଦ୍ର ସିଂ ଧୋନିଙ୍କ ଫଟୋ ଭାଇରାଲ ହେବା ଏବେ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି ରାଜନୀତିରେ ପାଦ ଥାପିବାକୁ ଯାଉଛନ୍ତି ଧୋନି । ନିକଟରେ ଧୋନିଙ୍କୁ କିଛି ବିଜେପି ନେତାଙ୍କ ଗହଣରେ ଦେଖିବାକୁ ମିଳିଥିଲା । ସେ ରାଜନୀତିରେ ଯୋଗ ଦେବା ନେଇ କଳ୍ପନାଜଳ୍ପନା ଲାଗି ରହିଛି । ନିକଟରେ ରାଞ୍ଚି ଗସ୍ତ ସମୟରେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ସ୍ୱାଗତ କରିବା ପାଇଁ ବିମାନ ବନ୍ଦରରେ ଅନେକ ବିଜେପି ନେତା ଉପସ୍ଥିତ ଥିଲେ ।

ଧୋନି ମଧ୍ୟ ବିମାନ ବନ୍ଦରରେ ଉପସ୍ଥିତ ଥିଲେ । ସେଠାରେ ଉପସ୍ଥିତ ପ୍ରଦେଶ ବିଜେପିର ପୂର୍ବତନ ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ଦୀପକ ପ୍ରକାଶ, ରାଞ୍ଚି ବିଧାୟକ ସିପି ସିଂ ଏବଂ କାଂକେ ବିଧାୟକ ସମରି ଲାଲ ଧୋନିଙ୍କ ସହ ସାକ୍ଷାତ କରିବା ସହ ଫଟୋ ମଧ୍ୟ ଉଠାଇଥିଲେ । ତେବେ ଏହି ଫଟୋକୁ ନେଇ ଅନେକ ମହଲରୁ ଧୋନି ରାଜନୀତିରେ ଯୋଗ ଦେବା ନେଇ ଆକଳନ କରାଯାଉଛି। ବର୍ତ୍ତମାନ ଏହି ଫଟୋକୁ ନେଇ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଧୋନି ଭାରତୀୟ କ୍ରିକେଟ ଦଳରୁ ସନ୍ୟାସ ନେବା ପରେ ରାଜନୀତିରେ ଯୋଗ ଦେବା ପାଇଁ ପ୍ରଥମ ଅଫର ବିଜେପି ଦେଇଥିଲା । ସେହି ସମୟରେ ବିଜେପି ନେତା ସାଂସଦ ସଞ୍ଜୟ ସେଠ କହିଥିଲେ ଧୋନିଙ୍କ ଇଚ୍ଛା ଉପରେ ସବୁ ନିର୍ଭର କରୁଛି ।

ଧୋନିଙ୍କ ରାଜନୀତିରେ ପ୍ରବେଶକୁ ହେଉଥିବା ଚର୍ଚ୍ଚାକୁ କଂଗ୍ରେସ ମଧ୍ୟ ସେତେବେଳେ ସ୍ୱାଗତ କରିଥିଲା । ଯଦି ଧୋନି ରାଜନୀତିରେ ପ୍ରବେଶ କରନ୍ତି ତେବେ ତାଙ୍କୁ ସ୍ୱାଗତ କରାଯିବ । ସେ ଯୁବବର୍ଗଙ୍କ ପାଇଁ ରୋଲ ମଡ଼େଲ ହେବେ । ତେଣୁ ଯୁବକଙ୍କୁ ଦୃଷ୍ଟିରେ ରଖି ତାଙ୍କୁ ରାଜନୀତି କରିବାକୁ ପଡ଼ିବ ବୋଲି କହିଥିଲେ କଂଗ୍ରେସ ନେତା ରାଜେଶ ଠାକୁର । ସତରେ କ’ଣ ଯୁବବର୍ଗଙ୍କ ପାଇଁ ରୋଲ ମଡେଲ ବନିବେ ଧୋନି। କ’ଣ ରାଜନୀତିରେ ପାଦ ଥାପିବେ ମାହି ? ତେବେ ଫଟୋ ଦେଖି ଚାରିଆଡେ ଆଲୋଚନା ଚାଲିଥିବାବେଳେ ସତରେ ଧୋନୀ ବିଜେପିରେ ଯୋଗ ଦେବେ କି ନାହିଁ ଦେଖିବାକୁ ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ଆଇଇଡି ବିସ୍ଫୋରଣ, ଯବାନ ଗୁରୁତର 🔴 ଆଜି ପହିଲି ରଜ 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ!