Masthead

ଜାହାଜରୁ ୨୨କେଜି କୋକେନ ଜବତ, ପାରାଦୀପରେ ତିନି ଜଣିଆ ଏନସିବି ଟିମ

ପାରାଦୀପ (ବଡ଼ ଖବର ବ୍ୟୁରୋ):ଜାହାଜରୁ ୨୨୦ କୋଟିର କୋକେନ ଧରାପଡିବା ପରେ ପ୍ରଶାସନ ତତ୍ପର ହୋଇଛି । ବର୍ତ୍ତମାନ ତଦନ୍ତ ଭାର ଏନସିବିକୁ ହସ୍ତାନ୍ତର କରାଯାଇଛି । ପିଆଇସିଟି ବର୍ଥରେ ପହଞ୍ଚିଛନ୍ତି ଏନସିବିର ତିନିଜଣିଆ ଟିମ। ଟିମରେ ଅଛନ୍ତି ଏନସିବି ଆସିଷ୍ଟାଣ୍ଟ ଡାଇରେକ୍ଟର କୁଲଦୀପ ଶର୍ମା । ଏମଭି ଦେବୀ ଜାହାଜର କର୍ମଚାରୀଙ୍କୁ ପଚରା ଉଚରା କରୁଛି ଏନସିବି ଟିମ । ଗୁରୁବାର ବିଳମ୍ବିତ ରାତିରେ ପାରାଦ୍ବୀପ ବନ୍ଦରର ପିଆଇସିଟି ବର୍ଥରେ ଲାଗିଥିବା ଏମଭି ଦେବୀ ଜାହାଜରୁ ୨୨ କେଜିର କୋକେନ ଜବତ ହୋଇଥିଲା।

ଏହି ଜାହାଜଟି ସ୍ପେନରୁ ଇଣ୍ଡୋନେସିଆ ଦେଇ ପାରାଦ୍ଵୀପ ଆସିଥିଲା ଏବଂ ପାରାଦ୍ଵୀପରୁ ଷ୍ଟିଲ ପ୍ଲେଟ ନେଇ ଡେନମାର୍କ ଯାଇଥାନ୍ତା । ଜାହାଜର ଜଣେ କର୍ମଚାରୀ ସେଠାରେ କାର୍ଯ୍ୟ କରୁଥିବା ସିକ୍ୟୁରିଟି ଗାର୍ଡ ଜରିଆରେ ପୋଲିସକୁ ଖବର ଦେଇଥିଲେ । ଖବରପାଇ ପୋଲିସ ଚଢ଼ାଉ କରିବା ପରେ ସିଆଇଏସଏଫ ଓ ଡ୍ରଗ ସ୍କ୍ୱାର୍ଡ ବିଭାଗକୁ ଖବର ଦିଆଯାଇଥିଲା । ପରେ ସିଆଇଏସଏଫ ଓ ଡ୍ରଗ ସ୍କ୍ୱାର୍ଡ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଯାଞ୍ଚ କରିବା ସହିତ ସନ୍ଧାନୀ କୁକୁର ସହାୟତାରେ ଛାନଭିନ କରିଥିଲେ ।

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ