Masthead

ଆଉ କିଛି ସମୟର ଅପେକ୍ଷା.. ଆରମ୍ଭ ହେବ କାଉଣ୍ଟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଉ କିଛି ସମୟରେ ଆସିବ ୪ ରାଜ୍ୟରେ ବିଧାନସଭା ନିର୍ବାଚନର ଫଳାଫଳ। ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ତେଲେଙ୍ଗାନା ଭୋଟ୍ ର ଫଳାଫଳ ଆଜି ପ୍ରକାଶ ପାଇବ। ଆଉ ମାତ୍ର କିଛି ସମୟର ଅପେକ୍ଷା। ସକାଳ ୮ଟାରୁ ଆରମ୍ଭ ହେବ ଗଣତି । ଏହାପୂର୍ବରୁ ନିର୍ବାଚନୀ ରାଜ୍ୟରେ ଜୋରଦାର ଆଲୋଡ଼ନ ସୃଷ୍ଟି ହୋଇଛି। ନିର୍ବାଚନ ଫଳାଫଳ ପୂର୍ବରୁ ନେତାଙ୍କ ବୈଠକ ମଧ୍ୟ ଆରମ୍ଭ ହୋଇଛି। ନେତାମାନେ ସେମାନଙ୍କର ନିଜସ୍ୱ ବିଜୟ ଦାବି କରୁଛନ୍ତି। ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନରେ ଉଭୟ କଂଗ୍ରେସ ଏବଂ ବିଜେପି ସମ୍ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ଦାବି କରୁଛନ୍ତି।

ଏଥି ସହିତ, ବିଆରଏସ ମଧ୍ୟ ତେଲେଙ୍ଗାନାରେ ଦାବି କରୁଛି ସେମାନେ ସରକାର ଗଠନ କରିବାକୁ ଯାଉଛନ୍ତି। ତେବେ ଏକଜିଟ ପୋଲରେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର)ଙ୍କ ଦଳ ସଂଖ୍ୟାଗରିଷ୍ଠତା ଛୁଇଁବାକୁ ସକ୍ଷମ ନୁହେଁ ବୋଲି ଦର୍ଶାଯାଇଛି। ଫଳାଫଳର ପୂର୍ବରୁ ନେତାମାନେ ମନ୍ଦିର ମୁହାଁ ହେବା ସହିତ ଲୋକଙ୍କୁ ଭେଟିବାର ପ୍ରକ୍ରିୟା ମଧ୍ୟ ଜାରି ରଖିଛନ୍ତି। ସେପଟେ କଡ଼ା ସୁରକ୍ଷା ଭିତରେ ୪ ରାଜ୍ୟରେ ଗଣତି ଆରମ୍ଭ ହେବାକୁ ଯାଉଛି । ସବୁ ନେତାଙ୍କ ହାର୍ଟବିଟ ବଢିବାରେ ଲାଗିଛି । କିଏ ଜିତିବ? କାହାର ପଲା ଭାରି ରହିବ ? ସମସ୍ତଙ୍କ ମନରେ ଆଲୋଡନ ସୃଷ୍ଟି ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼