କିଏ ଗଢିବ ସରକାର?

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କିଏ ଗଢିବ ସରକାର । ଚାଲିଛି ଭୋଟ ଗଣତି । ତେଲେଙ୍ଗାନା, ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡରେ ସ୍ଥାପିତ ସମସ୍ତ ଗଣନା କେନ୍ଦ୍ରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଛତିଶଗଡର ୯୦ ଟି ବିଧାନସଭା ଆସନ, ମଧ୍ୟପ୍ରଦେଶର ୨୩୦, ତେଲେଙ୍ଗାନାର ୧୧୯ ଏବଂ ରାଜସ୍ଥାନର ୧୯୯ ଟି ଆସନରେ ଭୋଟ ଗଣତି ଜାରି ରହିଛି ।ଯଦି ଦେଖିବା ମଧ୍ୟ ପ୍ରଦେଶରେ ପୁଣି ଦେଖିବାକୁ ମିଳୁଛି ମାମାଙ୍କ କ୍ରେଜ୍ । କମାଲ୍‌ କରିପାରିନାହାନ୍ତି କମଲନାଥ । ଆଉ କିଛି ଘଣ୍ଟା ପରେ ଚିତ୍ର ତ ସ୍ପଷ୍ଟ ହୋଇଯିବ କିନ୍ତୁ ୩ ରାଜ୍ୟରେ ଆଗେଇ ଚାଲିଛ ବିଜେପି ।

ଦଳ ସଂଖ୍ୟା ଗରିଷ୍ଠତା ଠାରୁ ବହୁ ଆଗରେ ଚାଲିଛି । ସେପଟେ ରାଜସ୍ଥାନ ଏବଂ ଛତିଶଗଡରେ ବି କଂଗ୍ରେସକୁ ବ୍ୟାକଫୁଟ୍‌ରେ ଠେଲି ଦେଇଛି ବିଜେପି । ସେପଟେ ସବୁ ଆକଳନକୁ ଭୁଲ ପ୍ରମାଣିତ କରି ଛତିଶଗଡରେ ବିଜେପି ଆଗୁଆ ହୋଇଯାଇଛି । କେବଳ ସେତିକି ନୁହେଁ ରାଜସ୍ଥାନରେ ବି କଂଗ୍ରେସ ସରକାର ବଦଳିବାର ସମ୍ଭାବନା ରହିଛି । ତେଲଙ୍ଗାନା କଥା କହିବାକୁ ଗଲେ ସେଠାରେ କଂଗ୍ରେସ ଆଗୁଆ ରହିଛି

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବଲିଉଡର ଭେଟରାନ ଅଭିନେତା ନାନା ପାଟେକରଙ୍କ ପରଲୋକ 🔴 ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ 🔴 ବଢ଼ିଲା ରେପୋ ରେଟ୍ 🔴 ଆସନ୍ତାକାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ 🔴 ଝଡବର୍ଷା ସମ୍ଭାବନା, ଆଲର୍ଟ ଜାରି 🔴 ଅସ୍ୱାଭାବିକ ଭାବେ ବଢ଼ିଛି ପୁରୀର ଦିନ ତାପମାତ୍ରା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଜନାଥ ସିଂ 🔴 ଓଡ଼ିଶା ଗସ୍ତରେ ଆସୁଛନ୍ତି  ୨ କେନ୍ଦ୍ରମନ୍ତ୍ରୀ 🔴 ଆଜି CEC ମାମଲାର ସୁପ୍ରିମକୋର୍ଟରେ ଶୁଣାଣି 🔴 ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର 🔴 ବଲିଉଡର ଭେଟରାନ ଅଭିନେତା ନାନା ପାଟେକରଙ୍କ ପରଲୋକ 🔴 ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ 🔴 ବଢ଼ିଲା ରେପୋ ରେଟ୍ 🔴 ଆସନ୍ତାକାଲି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ 🔴 ଝଡବର୍ଷା ସମ୍ଭାବନା, ଆଲର୍ଟ ଜାରି 🔴 ଅସ୍ୱାଭାବିକ ଭାବେ ବଢ଼ିଛି ପୁରୀର ଦିନ ତାପମାତ୍ରା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଜନାଥ ସିଂ 🔴 ଓଡ଼ିଶା ଗସ୍ତରେ ଆସୁଛନ୍ତି  ୨ କେନ୍ଦ୍ରମନ୍ତ୍ରୀ 🔴 ଆଜି CEC ମାମଲାର ସୁପ୍ରିମକୋର୍ଟରେ ଶୁଣାଣି 🔴 ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର