Before Header

ଯୁବକଙ୍କୁ ଜିଅନ୍ତା ଜାଳିଦେଲେ ଦୁର୍ବୃତ୍ତ, କାରଣ ଖୋଜୁଛି ପୋଲିସ

0 568

ଚୌଦ୍ୱାର (ବଡ଼ ଖବର ବ୍ୟୁରୋ): କଟକ ଜିଲ୍ଲା ଚୌଦ୍ଵାର ଅଞ୍ଚଳରେ ଚାଞ୍ଚଲ୍ୟ ଶ୍ମଶାନରେ ଯୁବକଙ୍କୁ ଜିଅନ୍ତା ଜାଳିଦେଲେ ଦୁର୍ବୃତ୍ତ । ଚୌଦ୍ୱାର ବିରାଟ ଗାଦି ନିକଟ ଶ୍ମଶାନରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଜଣେ ଯୁବକଙ୍କୁ ଉଦ୍ଧାର କରିଥିଲା ଚୌଦ୍ଵାର ପୋଲିସ । ଯୁବକଟି କିଭଳି ଏହି ଶ୍ମଶାନ ନିକଟକୁ ଆସିଲା ଏବଂ କେଉଁ କାରଣରୁ ତାକୁ କିଏ ନିଆଁ ଲଗାଇଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ । ଏନେଇ ପୋଲିସ ଅଧିକ ତଦନ୍ତ ଚଳାଇଛି । ଯୁବକ ଜଣଙ୍କ ଗୋବିନ୍ଦପୁର ଥାନା ଅନ୍ତର୍ଗତ ଡିମିରି ଗ୍ରାମର ନିଶ୍ଚଳ କୁମାର ମହାପାତ୍ର । ଯୁବକଙ୍କର ଚିକିତ୍ସାଧିନ ଅବସ୍ଥାରେ ମେଡିକାଲରେ ମୃତ୍ୟୁ ହୋଇଥିବା ପୋଲିସ ସୂଚନା ଦେଇଛି ।

Leave A Reply

Your email address will not be published.