Masthead

‘ନେହେରୁଙ୍କ ଭୁଲ ପାଇଁ ହୋଇଛି ପିଓକେ’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସଂସଦର ଶୀତକାଳୀନ ଅଧିବେସନ ଡିସେମ୍ବର ୪ରୁ ଆରମ୍ଭ ହୋଇଛି । ଏହି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଲୋକସଭାରେ ଜମ୍ମୁ-କଶ୍ମୀର ସହ ଜଡ଼ିତ ୨ଟି ବିଲ୍ ଜମ୍ମୁ-କଶ୍ମୀର ଆରକ୍ଷଣ ସଂଶୋଧନ ବଧେୟକ ୨୦୨୩ ଏବଂ ଜମ୍ମୁ-କଶ୍ମୀର ପୁର୍ନଗଠନ ସଂଶୋଧନ ବିଧେୟକ-୨୦୨୩ ଉପରେ ଜବାବ ଦେଇଛନ୍ତି । କଂଗ୍ରେସକୁ ଟାର୍ଗେଟ କରି ଅମିତ ଶାହ କହିଛନ୍ତି ଯେ, ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ର ସମସ୍ୟା ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ କାରଣରୁ ହୋଇଥିଲା ।

ସମ୍ପୂର୍ଣ୍ଣ କଶ୍ମୀର ଆମ ହାଥକୁ ଆସିବା ପୂର୍ବରୁ ପଞ୍ଜାବରେ ସିଜଫାୟର କରିଦିଆଗଲା, ନଚେତ୍ ଆଜି ଏହା ଆମର ହୋଇ ରହିଥାନ୍ତା । ନେହରୁଙ୍କ ଭୁଲ କାରଣରୁ ଏହା ପାକିସ୍ତାନ ଅଧିକୃତ କଶ୍ମୀର ହୋଇଗଲା । ଅମିତ ଶାହଙ୍କ ଏହି କଥାକୁ ନେଇ କଂଗ୍ରେସ ଆପତ୍ତି ଜାହିର କରିବା ସହ ସଂସଦରେ ହଙ୍ଗାମା କରିଥିଲେ । ଅମିତ ଶାହାଙ୍କ ଏହି ମନ୍ତବ୍ୟ ପରେ କଂଗ୍ରେସ ସାଂସଦମାନେ ଦୃଢ଼ ଆପତ୍ତି ଜଣାଇଥିଲେ ଏବଂ ଗୃହରେ ଝଡ ସୃଷ୍ଟି ହୋଇଥିଲା।

କଂଗ୍ରେସ ଆପତ୍ତିର ଜବାବରେ ଅମିତ ଶାହା କହିଥିଲେ ”ଯଦି ରାଗିବାର ଅଛି ମୋ ଉପରେ ନ ହୋଇ ନେହେରୁଙ୍କ ଉପରେ ହେବା ଉଚିତ। ଏହା ପରେ କଂଗ୍ରେସ ଏମପି ଲୋକସଭା ଛାଡ଼ି ପଳାଇଥିଲେ। ଶାହା କହିଥିଲେ ପ୍ରଥମେ ଜମ୍ମୁରେ ୩୭ ଆସନ ଥିଲା, ଏବେ ୪୩ ରହିଛି। ସେହିଭଳି କଶ୍ମୀରରେ ପୂର୍ବରୁ ୪୬ ଆସନ ଥିଲା ଏବେ ୪୭ ରହିଛି ଏବଂ ପିଓକେରେ ୨୪ ଆସନ ସଂରକ୍ଷଣରେ ରହିଛି କାରଣ ଏହା ଆମର ଅଟେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି