Masthead

‘ନେହେରୁଙ୍କ ଭୁଲ ପାଇଁ ହୋଇଛି ପିଓକେ’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସଂସଦର ଶୀତକାଳୀନ ଅଧିବେସନ ଡିସେମ୍ବର ୪ରୁ ଆରମ୍ଭ ହୋଇଛି । ଏହି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଲୋକସଭାରେ ଜମ୍ମୁ-କଶ୍ମୀର ସହ ଜଡ଼ିତ ୨ଟି ବିଲ୍ ଜମ୍ମୁ-କଶ୍ମୀର ଆରକ୍ଷଣ ସଂଶୋଧନ ବଧେୟକ ୨୦୨୩ ଏବଂ ଜମ୍ମୁ-କଶ୍ମୀର ପୁର୍ନଗଠନ ସଂଶୋଧନ ବିଧେୟକ-୨୦୨୩ ଉପରେ ଜବାବ ଦେଇଛନ୍ତି । କଂଗ୍ରେସକୁ ଟାର୍ଗେଟ କରି ଅମିତ ଶାହ କହିଛନ୍ତି ଯେ, ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ର ସମସ୍ୟା ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ କାରଣରୁ ହୋଇଥିଲା ।

ସମ୍ପୂର୍ଣ୍ଣ କଶ୍ମୀର ଆମ ହାଥକୁ ଆସିବା ପୂର୍ବରୁ ପଞ୍ଜାବରେ ସିଜଫାୟର କରିଦିଆଗଲା, ନଚେତ୍ ଆଜି ଏହା ଆମର ହୋଇ ରହିଥାନ୍ତା । ନେହରୁଙ୍କ ଭୁଲ କାରଣରୁ ଏହା ପାକିସ୍ତାନ ଅଧିକୃତ କଶ୍ମୀର ହୋଇଗଲା । ଅମିତ ଶାହଙ୍କ ଏହି କଥାକୁ ନେଇ କଂଗ୍ରେସ ଆପତ୍ତି ଜାହିର କରିବା ସହ ସଂସଦରେ ହଙ୍ଗାମା କରିଥିଲେ । ଅମିତ ଶାହାଙ୍କ ଏହି ମନ୍ତବ୍ୟ ପରେ କଂଗ୍ରେସ ସାଂସଦମାନେ ଦୃଢ଼ ଆପତ୍ତି ଜଣାଇଥିଲେ ଏବଂ ଗୃହରେ ଝଡ ସୃଷ୍ଟି ହୋଇଥିଲା।

କଂଗ୍ରେସ ଆପତ୍ତିର ଜବାବରେ ଅମିତ ଶାହା କହିଥିଲେ ”ଯଦି ରାଗିବାର ଅଛି ମୋ ଉପରେ ନ ହୋଇ ନେହେରୁଙ୍କ ଉପରେ ହେବା ଉଚିତ। ଏହା ପରେ କଂଗ୍ରେସ ଏମପି ଲୋକସଭା ଛାଡ଼ି ପଳାଇଥିଲେ। ଶାହା କହିଥିଲେ ପ୍ରଥମେ ଜମ୍ମୁରେ ୩୭ ଆସନ ଥିଲା, ଏବେ ୪୩ ରହିଛି। ସେହିଭଳି କଶ୍ମୀରରେ ପୂର୍ବରୁ ୪୬ ଆସନ ଥିଲା ଏବେ ୪୭ ରହିଛି ଏବଂ ପିଓକେରେ ୨୪ ଆସନ ସଂରକ୍ଷଣରେ ରହିଛି କାରଣ ଏହା ଆମର ଅଟେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ