Masthead

ରାମ ମନ୍ଦିର ପ୍ରତିଷ୍ଠା, ଉତ୍ସବରେ ସାମିଲ ହେବେ ଭିଭିଆଇପି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆସନ୍ତା ଜାନୁଆରୀରେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହେବ । ଏଥିପାଇଁ ସାରା ଦେଶରେ ନିମନ୍ତ୍ରଣ ପଠାଯାଉଛି । ଏହି ସମାରୋହ ପାଇଁ ଦେଶ ତଥା ବିଦେଶରୁ ପ୍ରାୟ ୭ ହଜାର ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମେ ଏହି ନିମନ୍ତ୍ରଣ ଗ୍ରହଣ କରିଥିଲେ। ସାରା ଦେଶରୁ ବହୁ ଜଣାଶୁଣା ବ୍ୟକ୍ତିବିଶେଷ ଓ ଭିଭିଆଇପିଙ୍କୁ ନିମନ୍ତ୍ରଣ କରାଯାଇଛି । ସବୁଠାରୁ ବଡ଼ କଥା ହେଉଛି ଏହି ପ୍ରତିଷ୍ଠା ଉତ୍ସବରେ ଭାରତୀୟ ଦଳର ପୂର୍ବତନ କ୍ରିକେଟର ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ବିରାଟ କୋହଲିଙ୍କ ସମେତ ବହୁ ବ୍ୟକ୍ତିବିଶେଷ ସାମିଲ ହେବେ ।

ତେବେ ରାମ ମନ୍ଦିର ଉଦଘାଟନ ଉତ୍ସବ ପାଇଁ ସାରା ଦେଶରୁ ୮ ହଜାର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ନିମନ୍ତ୍ରଣ ଦିଆଯାଇଛି । ଉକ୍ତ ଉତ୍ସବରେ ଅନେକ ବଲିଉଡ କଳାକାର, କ୍ରିକେଟର, ରାଜନେତା, ଶିଳ୍ପପତି ପ୍ରମୁଖ ସାମିଲ ହେବେ । ସେହି ଲିଷ୍ଟରେ ଅମିତାଭ ବଚନ, ଅକ୍ଷୟ କୁମାର, ରତନ ଟାଟା, ଆଶା ଭୋଶଲେଙ୍କ ନାମ ରହିଛି । ତେବେ ରାମ ମନ୍ଦିର ଆନ୍ଦୋଳନର ନେତୃତ୍ୱ ନେଇଥିବା ବିଜେପିର ଅନେକ ବଡ଼ ବଡ଼ ନେତା ମଧ୍ୟ ସାମିଲ ହେବେ । ସେମାନଙ୍କ ମଧ୍ୟରେ ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ, ବିନୟ କଟିୟାର, ସାଧ୍ୱୀ ଋତମ୍ଭରା ଓ ଉମା ଭାରତୀ ରହିଛନ୍ତି । ଏଥିସହିତ ଅଲଗା ଅଲଗା ଧର୍ମଗୁରୁ, ହିନ୍ଦୁ ସମେତ ଜୈନ ଧର୍ମ ମହାଗୁରୁ ମଧ୍ୟ ସାମିଲ ହେବେ ।

ଦେଶର ପ୍ରସିଦ୍ଧ ଫୁଟବଲର ବାଇଚୁଙ୍ଗ ଭୂତିୟା, ଅଲିମ୍ପିଆନ ମେରି କମ, ବ୍ୟାଡମିଣ୍ଟର ତାରକା ପିଭି ସିନ୍ଧୁ, ପି. ଗୋପୀଚାନ୍ଦ, କ୍ରିକେଟର ରୋହିତ ଶର୍ମା, ସୁନୀଲ ଗାଭାସ୍କର, କପିଲ ଦେବ, ଅନିଲ କୁମ୍ବଲେ, ରାହୁଲ ଦ୍ରାବିଡ଼, ସମସ୍ତ ପ୍ରମୁଖ ରାଜନୈତିକ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଯୋଗଦେବେ । ଦିନ ୧୧ଟାରୁ ଆରମ୍ଭ ହୋଇ ୩ ଘଣ୍ଟା ଧରି ଏହି କାର୍ଯ୍ୟକ୍ରମ ଚାଲିପାରେ । କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିବା ଓ ଫେରିବା ପାଇଁ ୧ କିମି ରାସ୍ତା ପାଦରେ ଚାଲିବାକୁ ପଡ଼ିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ହେବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି