Masthead

ବିସ୍ଥାପିତ ମହିଳାଙ୍କ ବେଦାନ୍ତ ମୁଖ୍ୟ ଫାଟକରେ ଆନ୍ଦୋଳନ

ଲାଞ୍ଜିଗଡ଼ (ବଡ଼ ଖବର ବ୍ୟୁରୋ):  ଲାଞ୍ଜିଗଡ଼ ସ୍ଥିତ ବେଦାନ୍ତ କମ୍ପାନୀ ଦ୍ୱାରା ବିସ୍ଥାପିତ ହୋଇଥିବା ୧୨ଜଣ ବିଧବା ମହିଳାଙ୍କ ଅହୋରାତ୍ର ଧାରଣା ଆଜି ଚତୁର୍ଥ ଦିନରେ ପହଁଚିଛି । ମହିଳାଙ୍କ ସ୍ୱାମୀ ବେଦାନ୍ତ କମ୍ପାନୀରେ କାର୍ୟ୍ୟରତ ଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ହେଲେ ସ୍ୱାମୀଙ୍କ ମୃତ୍ୟୁ ପରେ ଏହି ୧୨ ପରିବାର ସମ୍ପୂର୍ଣ୍ଣ ଅସହାୟ ହୋଇପଡିଛନ୍ତି । ତାଙ୍କ ସ୍ୱାମୀଙ୍କ ଚାକିରି ସେମାନଙ୍କୁ ଦେବାପାଇଁ ବେଦାନ୍ତ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ । କିନ୍ତୁ ଏବେ ସୁଦ୍ଧା ସେମାନଙ୍କ ଗୁହାରି ଶୁଣୁନାହାନ୍ତି କର୍ତ୍ତୃପକ୍ଷ । ଏପଟେ ଜିଲ୍ଲାପାଳ କାର୍ୟ୍ୟଳୟ ସମ୍ମୁଖରେ ୧୨ଜଣ ମହିଳା ଧାରଣା ଦେଉଥିବା ବେଳେ ଆଜି ବେଦାନ୍ତ ବିସ୍ଥାପିତ କଲୋନୀର ସମସ୍ତ ମହିଳା ବେଦାନ୍ତ କାରଖାନାର ମୁଖ୍ୟ ଫାଟକକୁ ବନ୍ଦ କରି ଧାରଣା ଦେଇଛନ୍ତି । ଫଳରେ କୌଣସି କର୍ମଚାରୀ କାରଖାନା ଭିତରକୁ ପ୍ରବେଶ କରିପାରୁ ନାହାନ୍ତି । ଏପର୍ୟ୍ୟନ୍ତ ଜିଲ୍ଲା ପ୍ରଶାସନ କି ବେଦାନ୍ତ କର୍ତ୍ତୃପକ୍ଷ ସେମାନଙ୍କ ସହ ଆଲୋଚନା କରି ନ ଥିବାବେଳେ, ସେମାନଙ୍କ ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ