Masthead

ଚାନ୍ଦବାଲି ଆହାର କେନ୍ଦ୍ରରେ ନିମ୍ନମାନର ଖାଦ୍ୟ

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ଚାନ୍ଦବାଲି ଆହାର କେନ୍ଦ୍ରରୁ ମୁଁହ ଫେରାଉଛନ୍ତି ଗରିବ ଲୋକ । ଚାନ୍ଦବାଲିରେ ଏକମାତ୍ର ଆହାର କେନ୍ଦ୍ରକୁ ପରିଦର୍ଶନ କରିଥିଲେ ଭଦ୍ରକ ସହରାଞ୍ଚଳ ପ୍ରକଳ୍ପ ନିର୍ଦେଶକ ମାନସ ରଞ୍ଜନ ରାୟ । ତାଙ୍କ ସହ ଥିଲେ ଚାନ୍ଦବାଲି ଏନଏସି ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀ । ଏହି ପରିଦର୍ଶନ ସମୟରେ ଆହାର କେନ୍ଦ୍ରକୁ ଆସିଥିବା ଲୋକମାନେ ଖାଦ୍ୟର ମାନକୁ ଦେଖାଇଥିଲେ । ପରିବା ବଦଳରେ ଖାଲି ଡାଲମାରୁ ଖାଲି ଆଳୁ ଓ ତେଜପତ୍ର ବାହାରୁଛି । ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଚାନ୍ଦବାଲି ଆହାର କେନ୍ଦ୍ରକୁ ତିନିଶହ ମିଲ ପାଇଁ ଆଦେଶ ଥିବାବେଳେ ଏଠାରେ ପଚାଶରୁ ଷାଠିଏ ମିଲ ବାଣ୍ଟୁାଯାଉଛି । ସେହିପରି ରୋଷେଇ ଘର ଥିଲେ ମଧ୍ୟ୍ୟ ରୋଷେଇ ଅନ୍ୟତ୍ର ହେଉଥିବା ଏବଂ ରୋଷେଇ ଘରେ ତାଲା ଝୁଲିଥିବା ଦେଖିବାକୁ ମିଳିଛି । ଚାନ୍ଦବାଲିରେ ଦିନ ଏଗାରଟା ସମୟରେ ଖାଦ୍ୟ ନମିଳିବା, ଟୋକନ ସରିଯିବା ଭଳି ବାରମ୍ବାର ଅଭିଯୋଗ ହୋଇଆସୁଥିଲା । ଚାନ୍ଦବାଲି ବାସିନ୍ଦାଙ୍କ ଅଭିଯୋଗ ତୁରନ୍ତ ଆହାର କେନ୍ଦ୍ର ଦାୟିତ୍ୱରେ ଥିବା ସଂସ୍ଥାକୁ ବଦଳି କରିବା ସହିତ ନୂତନ ସଂସ୍ଥାକୁ ଦାୟିତ୍ୱ ଦିଆଯାଉ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୪୪ ଡିଗ୍ରୀ ଛୁଇଁପାରେ ତାତି 🔴 ଭକ୍ତଙ୍କ ପାଇଁ ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍ 🔴 ୟୁକ୍ରେନ ଉପରେ ଋଷର ଡ୍ରୋନ-କ୍ଷେପଣାସ୍ତ୍ର ମାଡ଼ 🔴 ଛତିଶଗଡରେ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର 🔴 ବକ୍ସ ଅଫିସରେ ଧମାଲ, ୨ୟ ଦିନରେ ୪୦କୋଟି ଇନକମ୍ 🔴 ପାଣି ପାଇଁ ଚିନ୍ତାରେ ପାକିସ୍ତାନ, ଭାରତକୁ ୪ଥର ଲେଖିଲାଣି ଚିଠି 🔴 ପ୍ରଭାତିଙ୍କୁ ସମୀରଙ୍କ ଖୋଲା ଚ୍ୟାଲେଞ୍ଜ 🔴 ପୁଣି ୧୦୦ କେଜି ଲୁଟ୍ ବିସ୍ଫୋରକ ଜବତ 🔴 ୧୨ନୁହେଁ ୨୦ରେ ଆସିବେ ପିଏମ୍! 🔴 ୩ ଦିନ ଯାଏଁ ଭୀଷଣ ଗୁଳୁଗୁଳି 🔴 ୪୪ ଡିଗ୍ରୀ ଛୁଇଁପାରେ ତାତି 🔴 ଭକ୍ତଙ୍କ ପାଇଁ ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍ 🔴 ୟୁକ୍ରେନ ଉପରେ ଋଷର ଡ୍ରୋନ-କ୍ଷେପଣାସ୍ତ୍ର ମାଡ଼ 🔴 ଛତିଶଗଡରେ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର 🔴 ବକ୍ସ ଅଫିସରେ ଧମାଲ, ୨ୟ ଦିନରେ ୪୦କୋଟି ଇନକମ୍ 🔴 ପାଣି ପାଇଁ ଚିନ୍ତାରେ ପାକିସ୍ତାନ, ଭାରତକୁ ୪ଥର ଲେଖିଲାଣି ଚିଠି 🔴 ପ୍ରଭାତିଙ୍କୁ ସମୀରଙ୍କ ଖୋଲା ଚ୍ୟାଲେଞ୍ଜ 🔴 ପୁଣି ୧୦୦ କେଜି ଲୁଟ୍ ବିସ୍ଫୋରକ ଜବତ 🔴 ୧୨ନୁହେଁ ୨୦ରେ ଆସିବେ ପିଏମ୍! 🔴 ୩ ଦିନ ଯାଏଁ ଭୀଷଣ ଗୁଳୁଗୁଳି