Masthead

ଚାନ୍ଦବାଲି ଆହାର କେନ୍ଦ୍ରରେ ନିମ୍ନମାନର ଖାଦ୍ୟ

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ଚାନ୍ଦବାଲି ଆହାର କେନ୍ଦ୍ରରୁ ମୁଁହ ଫେରାଉଛନ୍ତି ଗରିବ ଲୋକ । ଚାନ୍ଦବାଲିରେ ଏକମାତ୍ର ଆହାର କେନ୍ଦ୍ରକୁ ପରିଦର୍ଶନ କରିଥିଲେ ଭଦ୍ରକ ସହରାଞ୍ଚଳ ପ୍ରକଳ୍ପ ନିର୍ଦେଶକ ମାନସ ରଞ୍ଜନ ରାୟ । ତାଙ୍କ ସହ ଥିଲେ ଚାନ୍ଦବାଲି ଏନଏସି ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀ । ଏହି ପରିଦର୍ଶନ ସମୟରେ ଆହାର କେନ୍ଦ୍ରକୁ ଆସିଥିବା ଲୋକମାନେ ଖାଦ୍ୟର ମାନକୁ ଦେଖାଇଥିଲେ । ପରିବା ବଦଳରେ ଖାଲି ଡାଲମାରୁ ଖାଲି ଆଳୁ ଓ ତେଜପତ୍ର ବାହାରୁଛି । ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଚାନ୍ଦବାଲି ଆହାର କେନ୍ଦ୍ରକୁ ତିନିଶହ ମିଲ ପାଇଁ ଆଦେଶ ଥିବାବେଳେ ଏଠାରେ ପଚାଶରୁ ଷାଠିଏ ମିଲ ବାଣ୍ଟୁାଯାଉଛି । ସେହିପରି ରୋଷେଇ ଘର ଥିଲେ ମଧ୍ୟ୍ୟ ରୋଷେଇ ଅନ୍ୟତ୍ର ହେଉଥିବା ଏବଂ ରୋଷେଇ ଘରେ ତାଲା ଝୁଲିଥିବା ଦେଖିବାକୁ ମିଳିଛି । ଚାନ୍ଦବାଲିରେ ଦିନ ଏଗାରଟା ସମୟରେ ଖାଦ୍ୟ ନମିଳିବା, ଟୋକନ ସରିଯିବା ଭଳି ବାରମ୍ବାର ଅଭିଯୋଗ ହୋଇଆସୁଥିଲା । ଚାନ୍ଦବାଲି ବାସିନ୍ଦାଙ୍କ ଅଭିଯୋଗ ତୁରନ୍ତ ଆହାର କେନ୍ଦ୍ର ଦାୟିତ୍ୱରେ ଥିବା ସଂସ୍ଥାକୁ ବଦଳି କରିବା ସହିତ ନୂତନ ସଂସ୍ଥାକୁ ଦାୟିତ୍ୱ ଦିଆଯାଉ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ୩ ଦିନ ଯାଏ ରହିବ କାଳବୈଶାଖୀ ପ୍ରଭାବ 🔴 ୨ ସପ୍ତାହ ପାଇଁ ଯୁଦ୍ଧ ବନ୍ଦ 🔴 ଟ୍ରମ୍ପଙ୍କ ଧମକ ପରେ ଅଚେତ ହୋଇଗଲେ ମୋଜତାବା ଖାମେନେଇ 🔴 ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି 🔴 ପୂର୍ବ ଶତ୍ରୁତାରୁ ଗୋଷ୍ଠୀ ସଂଘର୍ଷ 🔴 ଗୋ ମାଫିଆଙ୍କ ଘରେ ବଡ଼ ଧରଣର ରେଡ୍ 🔴 ୧୦ ଯାଏ ରହିବ କାଳବୈଶାଖୀ ପ୍ରଭାବ 🔴 ଆହୁରି ୫ ଦିନ କାଳବୈଶାଖୀ ବର୍ଷା 🔴 F15 ପାଇଲଟଙ୍କୁ ଇରାନରୁ ଖୋଜି ବାହାର କଲା ଆମେରିକା 🔴 ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ୩ ଦିନ ଯାଏ ରହିବ କାଳବୈଶାଖୀ ପ୍ରଭାବ 🔴 ୨ ସପ୍ତାହ ପାଇଁ ଯୁଦ୍ଧ ବନ୍ଦ 🔴 ଟ୍ରମ୍ପଙ୍କ ଧମକ ପରେ ଅଚେତ ହୋଇଗଲେ ମୋଜତାବା ଖାମେନେଇ 🔴 ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି 🔴 ପୂର୍ବ ଶତ୍ରୁତାରୁ ଗୋଷ୍ଠୀ ସଂଘର୍ଷ 🔴 ଗୋ ମାଫିଆଙ୍କ ଘରେ ବଡ଼ ଧରଣର ରେଡ୍ 🔴 ୧୦ ଯାଏ ରହିବ କାଳବୈଶାଖୀ ପ୍ରଭାବ 🔴 ଆହୁରି ୫ ଦିନ କାଳବୈଶାଖୀ ବର୍ଷା 🔴 F15 ପାଇଲଟଙ୍କୁ ଇରାନରୁ ଖୋଜି ବାହାର କଲା ଆମେରିକା