Masthead

ପ୍ରେମ ବିବାହ ପରେ ନିର୍ଯାତନା

ପଦ୍ମପୁର, (ବଡ଼ ଖବର ବ୍ୟୁରୋ): ବରଗଡ଼ ଜିଲ୍ଲା ଲୁହୁରାକୋଟ ଗ୍ରାମର ନଳିନୀ ଭୋଇ (୨୧) ସେହି ଗ୍ରାମର ଖଗେଶ୍ୱର ଭୋଇ (୨୪)ଙ୍କୁ ପ୍ରାୟ ତିନିବର୍ଷ ପୂର୍ବେ ପ୍ରେମ ବିବାହ କରିଥିଲେ। ବିବାହ ପରେ ଦୁହେଁ ଏକାଠି ପଦ୍ମପୁରରେ ରହୁଥିଲେ। ସମୟ କ୍ରମେ ଶ୍ୱଶୁରଘର ଲୋକେ ଯୌତୁକ ପାଇଁ ମାନସିକ, ଶାରୀରିକ ନିର୍ଯାତନା ଦେଉଥିଲେ। ତାଙ୍କୁ ଜୋର ଜବରଦସ୍ତ ଔଷଧ ଖୁଆଇ ଗର୍ଭପାତ ମଧ୍ୟ କରାଇଥିବା ଅଭିଯୋଗ କରିଛନ୍ତି ନଳିନୀ। ଗତ ଅଗଷ୍ଟ ୨୮ ତାରିଖରେ ପଦ୍ମପୁର କୋର୍ଟ ପରିସରକୁ ନଳିନୀଙ୍କୁ ନେଇ ଚଞ୍ଚକତା ପୂର୍ବକ ଆଫିଡେଭିଟ୍ କାଗଜରେ ଦସ୍ତଖତ କରିବାକୁ କୁହାଯାଇଥିଲା। ଦସ୍ତଖତ ଦେବାର କାରଣ ପଚାରିବାରୁ ତୁମେ କୋର୍ଟ ମ୍ୟାରେଜର ପଇସା ପାଇବ ବୋଲି କୁହାଯାଇଥିଲା। ପରବର୍ତ୍ତୀ ସମୟରେ ତାଙ୍କଠାରୁ ଛାଡ଼ପତ୍ର ପାଇଁ ଦସ୍ତଖତ ନିଆଯାଇଥିଲା ବୋଲି ଜାଣିପାରିଥିଲେ। ସେହିପରି ସେପ୍ଟେମ୍ବର ୨ ତାରିଖରେ ନଳିନୀଙ୍କୁ ବୁଲେଇ ନେବା ବାହାନାରେ ବରଗଡ଼ ଜିଲ୍ଲା ଚକର କେନ୍ଦ୍ର ମାତୃଛାୟା ଆଶ୍ରମରେ ଛାଡ଼ିଦେଇ ଆସିଥିଲେ ବୋଲି ଅଭିଯୋଗ କରିଛନ୍ତି ନଳିନୀ। ପରେ ତାଙ୍କ ଭାଇ ଓ ଗ୍ରାମର କେତେଜଣ ଭଦ୍ରବ୍ୟକ୍ତି ତାଙ୍କୁ ଆଶ୍ରମରୁ ଉଦ୍ଧାର କରି ଆଣିଥିଲେ। ଜଗଦଳପୁର ଥାନା, ପଦ୍ମପୁର ଥାନାକୁ ଯାଇ ନିରାଶ ହେବା ଫଳରେ ଶେଷରେ ନଳିନୀ ପଦ୍ମପୁର ସିଭିଲ୍ କୋର୍ଟର ଦ୍ୱାରସ୍ଥ ହୋଇ ନ୍ୟାୟଭିକ୍ଷା କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଳବୈଶାଖୀ ବର୍ଷା ନେଇ ୟେଲୋ ଆଲର୍ଟ 🔴 ଆଜି ବି ଗୃହରେ ଲାଗି ରହିବ ଅସ୍ଥିରତା 🔴 ‘ଏବେ ପାକିସ୍ତାନ ଉପରେ ପ୍ରତିଶୋଧ ନେବୁ’ 🔴 ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୪୦୦ ମୃତ 🔴 ୨୦ ତାରିଖ ଯାଏଁ କାଳବୈଶାଖୀ ବର୍ଷା 🔴 SCB ଅଗ୍ନିକାଣ୍ଡ, ୧୫ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ 🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ 🔴 ପାରାଦୀପ ଛାଡିଲେ ବିଜେପି ବିଧାୟକ 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 କାଳବୈଶାଖୀ ବର୍ଷା ନେଇ ୟେଲୋ ଆଲର୍ଟ 🔴 ଆଜି ବି ଗୃହରେ ଲାଗି ରହିବ ଅସ୍ଥିରତା 🔴 ‘ଏବେ ପାକିସ୍ତାନ ଉପରେ ପ୍ରତିଶୋଧ ନେବୁ’ 🔴 ପାକିସ୍ତାନର ଏୟାରଷ୍ଟ୍ରାଇକ୍, ୪୦୦ ମୃତ 🔴 ୨୦ ତାରିଖ ଯାଏଁ କାଳବୈଶାଖୀ ବର୍ଷା 🔴 SCB ଅଗ୍ନିକାଣ୍ଡ, ୧୫ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ 🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ 🔴 ପାରାଦୀପ ଛାଡିଲେ ବିଜେପି ବିଧାୟକ 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ