Masthead

ଅଶାନ୍ତ ପାକିସ୍ତାନ: ପୋଲିସ-ସେନା ସଂଘର୍ଷରେ ୧୧ ମୃତ

ଇସଲାମାବାଦ, (ବଡ଼ ଖବର ବ୍ୟୁରୋ): ପାକିସ୍ତାନର ୧୧ଟି ବିରୋଧୀ ଦଳ ପକ୍ଷରୁ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ବହିଷ୍କାର ଦାବି ଜୋର ଧରିଛି । ତେଣେ ପୋଲିସ ଓ ସେନା ମଧ୍ୟରେ ସଂଘର୍ଷ ଚାଲିଥିବାରୁ ଦେଶରେ ଗୃହଯୁଦ୍ଧ ପରି ପରିସ୍ଥିତି ଉପୁଜିଛି।
ପାକିସ୍ତାନରେ ବିରୋଧୀ ଦଳ, ପୋଲିସ ଓ ସେନା ମଧ୍ୟରେ ଚାଲିଛି ଖୋଲା ଖୋଲି ବିବାଦ । ଏହି ବିବାଦକୁ ନେଇ ସିନ୍ଧୁ ପ୍ରଦେଶର ପୋଲିସ ଓ ପାକ୍ ସେନା ମୁହାଁମୁହିଁ ହୋଇଛନ୍ତି। ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ମଧ୍ୟ ହୋଇଛି । ସେନା-ପୋଲିସ ସଂଘର୍ଷରେ ଏ ପର୍ୟ୍ୟନ୍ତ ୧୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଅଛନ୍ତି ୫ସୈନ୍ୟ । ପାକିସ୍ତାନୀ ଗଣମାଧ୍ୟମ ପ୍ରକୃତ ଘଟଣା ଜନସାଧାରଣଙ୍କଠାରୁ ଲୁଚାଇବାକୁ ଚେଷ୍ଟା କରିବା ଆରମ୍ଭ କରିଛି। ସିନ୍ଧ୍ ପୋଲିସ ସେନା ଅଧୀକ୍ଷକ ଆଫତାବ ଅନୱାରଙ୍କୁ ଗିରଫ କରିବା ପରେ ସେନା ଅଧିକ ଉତ୍ତେଜିତ ହୋଇପଡିଛି ।
ପାକିସ୍ତାନର ୧୧ ଟି ବିରୋଧୀ ଦଳର ମିଳିତ ମଞ୍ଚ ‘ପାକିସ୍ତାନ ଡେମୋକ୍ରାଟିକ୍ ମୁଭମେଣ୍ଟ’ ଅକ୍ଟୋବର ୧୬ରେ ଏକ ରାଲିର ଆୟୋଜନ କରିଥିଲା । ରାଲି ବେଳେ ପୋଲିସ-ସେନା ସଂଘର୍ଷର ସୁରାକ ପାଇଥିଲା ପାକିସ୍ତାନ ଡେମୋକ୍ରାଟିକ୍ ମୁଭମେଣ୍ଟ । ପରେ ଗୁଜରାନୱାଲାରେ ଏକ ସାଧାରଣ ସଭା ହୋଇଥିଲା। ଏହି ସମାବେଶରେ ମରିୟମ ନୱାଜ ସରିଫ ଖୋଲାଖୋଲି ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କୁ ଭୟାଳୁ ଏବଂ କୁକୁର ବୋଲି କହିଥିଲେ। ସେ କହିଥିଲେ ଯେ ଇମ୍ରାନ ଖାନ ନିଜର ଅପକର୍ମକୁ ଲୁଚାଇବା ପାଇଁ ସେନା ପଛରେ ଲୁଚି ରହିଛନ୍ତି।

ଏହି ରାଲି ପରେ ସୋମବାର ସିନ୍ଧ୍ ପୋଲିସ କରାଚି ସ୍ଥିତ ଏକ ହୋଟେଲରୁ ମରିୟମ ନୱାଜ ସରିଫଙ୍କ ସ୍ୱାମୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ପୁତୁରା ସଫଦର ଆୱାନଙ୍କୁ ଗିରଫ କରିଛି। ପାକିସ୍ତାନର ଅଗ୍ରଣୀ ଖବରକାଗଜ ‘ଡନ୍’ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ସିନ୍ଧ ପ୍ରଦେଶର ସମସ୍ତ ପୋଲିସ ଅଫିସର ଛୁଟିରେ ଯିବାକୁ ନିଷ୍ପତ୍ତି ନେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ?