https://youtu.be/lDPl53l7aEs
ଚୌଦ୍ୱାର (ବଡ଼ ଖବର ବ୍ୟୁରୋ): ସାରା ଭାରତ ବର୍ଷରେ ଡାକ ସେବା ଠପ । ସମସ୍ତ ଗ୍ରାମୀଣ ଡାକସେବକ ଦେଇଛନ୍ତି ଧାରଣା । ୧୬୦ ବର୍ଷର ଡାକସେବା ଗ୍ରାମୀଣ ସ୍ତରରେ ଗରିବ ଲୋକମାନଙ୍କର ସେବାରେ ଥିବା ବେଳେ ଗ୍ରାମୀଣ ଡାକସେବା କର୍ମଚାରୀମାନଙ୍କୁ ସରକାର ଅବହେଳା କରି ଚାଲିଛନ୍ତି । ସାରା ଓଡ଼ିଶାରେ ଅଖିଳ ଭାରତ ଗ୍ରାମୀଣ ୫ ଦଫା ଦାବି ନେଇ ଡାକ ଘର ସାମ୍ନାରେ ଧାରଣା ଦେଇଛନ୍ତି । ଦୈନିକ ୮ଘଣ୍ଟା କାମ, ୧୨ ବର୍ଷରେ ଆର୍ଥିକ ପଦୋନ୍ନତି, ସମସ୍ତ ଗ୍ରାମୀଣ ଡାକ ସେବକଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟବୀମା ରାଶି ଆଦି ଦାବି ନେଇ ଧାରଣା ବସିଛନ୍ତି କର୍ମଚାରୀ ।