Masthead

୭ ଦିନ ମଧ୍ୟରେ ରେଳ ଚଳାଚଳ ଦାବି କଲା କଂଗ୍ରେସ

ଦଶପଲ୍ଲା(ବଡ଼ ଖବର ବ୍ୟୁରୋ):  ୭ ଦିନ ମଧ୍ୟରେ ଦଶପଲ୍ଲାକୁ ରେଳ ଚଳାଚଳ ଦାବି କରିଛି ଜିଲ୍ଲା କଂଗ୍ରେସ । କଂଗ୍ରେସ ସଭାପତି ରଂଜିତ ଦାସଙ୍କ ନେତୃତ୍ୱରେ ୧୦ ଜଣିଆ ପ୍ରତିନିଧି ଖୋର୍ଦ୍ଧା ରୋଡ଼ ଡିଆରଏମ ଏଚ. ଏସ ବାଜ୍ଜାଙ୍କୁ ଭେଟିଥିଲେ । ରଥଯାତ୍ରା ସମୟରୁ ଦଶପଲ୍ଲାକୁ ଟ୍ରାଏଲ ଟ୍ରେନ ଗଡିଥିଲା । ଏହାରି ମଧ୍ୟରେ ବହୁ ଦିନ ବିତି ଯାଇଥିଲେ ମଧ୍ୟ୍ୟ ଆଜି ପର୍ଯ୍ୟନ୍ତ ଟ୍ରେନ ଚଳାଚଳ ହୋଇପାରିନାହିଁ । ତେଣୁ ୭ଦିନ ମଧ୍ୟ୍ୟରେ ଟ୍ରେନ ନ ଚାଲିଲେ ମହୀପୁର ଓ ନୂଆଗାଁ ଷ୍ଟେସନରେ ପ୍ରଧାନମନ୍ତ୍ରୀ, ରେଳମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିବେ ବୋଲି ପ୍ରେସ ରିଲିଜ କରି ଜଣାଇଛନ୍ତି ଜିଲ୍ଲା କଂଗ୍ରେସ । ଖୋର୍ଦ୍ଧା ବଲାଙ୍ଗୀର ରେଳ ପଥ ନୟାଗଡ ଜିଲ୍ଲା ଜୀବନ ରେଖା । ପୂର୍ବରୁ ନୂଆଗାଁ ପର୍ୟ୍ୟନ୍ତ ରେଳ ଚଳାଚଳ କରୁଛି । ନୂଆଗାଁରୁ ଦଶପଲ୍ଲା ମାତ୍ର ୧୫କିଲୋମିଟର । ଦଶପଲ୍ଲାକୁ ରେଳ ଚଳାଚଳ ପାଇଁ ପୂର୍ବରୁ ବରିଷ୍ଠ ନାଗରିକ ମଞ୍ଚ ମଧ୍ୟ୍ୟ ଦାବି କରିଆସୁଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍