Masthead

ମଦ କାରଖାନାରେ ଆଇଟି ରେଡ

କାମାକ୍ଷାନଗର(ବଡ଼ ଖବର ବ୍ୟୁରୋ): ଶକ୍ତି ମଲ୍ଟିଏୟାର ଆଣ୍ଡ ଲିମିଟେଡ କମ୍ପାନୀରେ ଆଇଟି ରେଡ । ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ମାଛିଆ ଗାଁ ସ୍ଥିତ ଶକ୍ତି ମଲ୍ଟିଏୟାର ଏଣ୍ଡ ଲିମୋନେଡ଼ କମ୍ପାନୀରେ ଆଇଟି ରେଡ କରିଛି । ଗତକାଲି ଦିନ ୧୨ ଟାରୁ ଧରି ଏହି ରେଡ ଚାଲିଛି। ଦୀର୍ଘ ୧୮ ଘଣ୍ଟରୁ ଅଧିକ ସମୟ ହେବ ଆଇଟି ଡିପାର୍ଟମେଣ୍ଟର ଦୁଇଟି ଗାଡିରେ ଅଧିକାରୀ ମାନେ ରେଡ ଜାରି ରଖିଛନ୍ତି। । ତେବେ ଶକ୍ତି ମଲ୍ଟିଏୟାର ଆଣ୍ଡ ଲିମିଟେଡ କମ୍ପାନିରେ ବାହାରୁ ସ୍ପିରିଟ ଆଣି ଏଠି ମିଶ୍ରଣ କରି ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ ପ୍ରସ୍ତୁତ କରାଯାଏ।

ଏହି ସବୁ ବିଦେଶୀ ମଦ ଗୁଡିକ ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ବିକ୍ରି କରାଯାଏ । ତେବେ ସମ୍ପୃକ୍ତ ବେସରକାରୀ କମ୍ପାନୀ ଦୀର୍ଘ ଦିନ ହେବ ପ୍ରଡକ୍ଟ ତିଆରି କ୍ଷେତ୍ରରେ ଟିକସ ଫାଙ୍କି ଆସୁଥିବା ବିଶେଷ ସୂତ୍ରରୁ ଖବର ମିଳିଛି ।ତେବେ କେତେ ଟଙ୍କାର ଟିକସ ଫାଙ୍କିଛନ୍ତି ଓ କେତେ ବର୍ଷ ହେଲେ ଏ ବିଷୟରେ କୈାଣସି ସଠିକ ସୂଚନା ମିଳିପାରି ନାହିଁ। ଏପରିକି କମ୍ପାନୀର ମୁଖ୍ୟ ଫାଟକରେ ଭିତରପଟୁ ବନ୍ଦ କରିଦିଆଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ