Masthead

ପାରାଦୀପର ବିଭିନ୍ନ ସ୍ପା ଉପରେ ଚଢାଉ

ପାରାଦୀପ(ବଡ଼ ଖବର ବ୍ୟୁରୋ): ପାରାଦୀପରେ ଥିବା ବିଭିନ୍ନ ସ୍ପା ଉପରେ ଚଢାଉ । ପାରାଦୀପ ପୋଲିସ ପକ୍ଷରୁ ଚଢାଉ କରାଯାଉଛି । ସ୍ପାରେ ଅନୈତିକ କାର୍ୟ୍ୟକଳାପ ଚାଲୁଥିବା ନେଇ ସନ୍ଦେହ କରି ଚଢାଉ କରାଯାଇଥିଲା । ପାରାଦ୍ୱୀପ ଧୀରେ ଧୀରେ ଶିଳ୍ପସମୃଦ୍ଧ ହେବା ସହିତ ଭାରତର ବିଭିନ୍ନ ରାଜ୍ୟରୁ ଆସି ପାରାଦ୍ୱୀପରେ ବସବାସ କରୁଛନ୍ତି । ବିଶେଷକରି ଶିଳ୍ପ ସଂସ୍ଥା ମାନଙ୍କରେ ବିଭିନ୍ନ ରାଜ୍ୟରୁ ଆସି ବିଭିନ୍ନ ଶିଳ୍ପନୁଷ୍ଠାନରେ ଭଲ ପଦପଦବୀରେ ରହିଥିବା ବ୍ୟକ୍ତି ବିଶେଷମାନେ ସ୍ପା ଯାଇଥାନ୍ତି । ଯାହାକୁ ନେଇ ପାରାଦ୍ୱୀପରେ ସ୍ପା ସଂଖ୍ୟା ବୃଦ୍ଧି ପାଇବା ସହିତ ଏହି ସ୍ପା ମାଲିକ ମାନେ ଅନୈତିକ କାର୍ୟ୍ୟ କରୁଥିବା ଚର୍ଚ୍ଚା ହୋଇଥାଏ। ସେହିଭଳି କୌଣସି ଏକ ସୂତ୍ରରୁ ଖବର ପାଇ ପାରାଦ୍ୱୀପ ପୋଲିସ ତରଫରୁ ପାରାଦ୍ୱୀପ ରେ ରହିଥିବା ବିଭିନ୍ନ ସ୍ପା ଉପରେ ଚଢ଼ାଉ କରାଯାଇଛି । ତେବେ ବିଭିନ୍ନ ସ୍ପାରେ ଚଢ଼ାଉ ହୋଇଥିଲେ ମଧ୍ୟ ସ୍ପା ମାଲିକ ମାନଙ୍କ ଚତୁରତା କାରଣରୁ ପୋଲିସକୁ ସଫଳତା ମିଳିନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼