ବିକୁଥିଲେ ଦୂଷିତ ପାଣି

ଭୁବନେଶ୍ୱର, ( ବଡ଼ ଖବର ବ୍ୟୁରୋ ): କ’ଣ ଆପଣ ବଜାରରୁ ବୋତଲ ପାଣି କିଣି ପିଉଛନ୍ତି କି ? ତେବେ ହେଇଯାଆନ୍ତୁ ସାବଧାନ ! କାରଣ ଆପଣ ଯାହାକୁ ବ୍ରାଣ୍ଡର ପାଣି ଭାବି ପିଇଛନ୍ତି ସେ ନକଲି ହୋଇପାରେ । ବଜାଜରରେ ନକଲି ସସ୍, ଇଞ୍ଜିନ ଅଏଲେ, ଘିଅ, ଧୂପକାଠି, ଗୁଟୁଖା ପରେ ଏବେ ମିଳୁଛି ନକଲି ପାଣି । ଗୁରୁବାର ରାଜଧାନୀରୁ ଏଭଳି ଏକ ନକଲି ପାଣି ଫ୍ୟାକ୍ଟ୍ରିକୁ ଠାବ କରିଛି ଚନ୍ଦକା ଥାନା ପୋଲିସ । ଏହି ମାମଲାରେ ଦୁଇଜଣକୁ ଗିରଫ କରିବା ସହ ଷ୍ଟିକର ତିଆରି ମେସିନ ଓ ବିଭିନ୍ନ ବ୍ରାଣ୍ଡର ବୋତଲ ଜବତ କରାଯାଇଛି ।
ସୂଚନା ଅନୁଯାୟୀ ବିସଲେରି କମ୍ପାନିର ନକଲି ପାଣି ବୋତଲ ବଜାଜରରେ ବିକ୍ରି କରାଯାଉଥିବା ଏନେଇ ଡିସିପିଙ୍କ ନିକଟରେ ଅଭିଯୋଗ ହୋଇଥିଲା । ଅଭିଯୋଗ କରିଥିଲେ କମ୍ପାନିର ଅଧିକାରୀ ବିଜୟ କୁମାର । ପରେ ଚନ୍ଦକା ଥାନା ଅଧିକାରୀ ଦେବେନ୍ଦ୍ର କୁମାର ବିଶ୍ୱାଳ ଏକ ଟିମ ସହ ଗୁରୁବାର ବିଳମ୍ବିତ ରାତିରେ ଗ୍ରାମଡିହ ଗାଁରେ ଲକ୍ଷ୍ମୀ ବିଭେରେଜ ନାମକ ଏକ ପାଣି ଫ୍ୟାକ୍ଟ୍ରି ଉପରେ ଚଢଉ କରି ଦୁଇଜଣଙ୍କୁ ଗିରଫ କରିଥିଲା । ଗିରଫ ଦୁଇଜଣ ହେଲେ ଫ୍ୟାକ୍ଟ୍ରିର ମ୍ୟାନେଜର ତଥା ବ୍ରହ୍ମଗିରି ଜାଉଖିଆ ଗାଁର ସର୍ବେଶ୍ୱର ଦାସ ଓ ସୁପରଭାଇଜର ତଥା ନୟାଗଡ ନବଘନପୁର ଗାଁର଼ ହରିହର ସାହୁ । ଫ୍ୟାକ୍ଟ୍ରି ମାଲିକ ଲକ୍ଷ୍ମୀକାନ୍ତ ନାୟକ ଫେରାର ହୋଇଯାଇଛନ୍ତି । ପୋଲିସ ଏକ ମାମଲା ରୁଜୁ କରି ଗିରଫ ଦୁଇ ଜଣଙ୍କୁ କୋର୍ଟ ଚାଲଣ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’