Masthead

ମନୋହରପୁର ଷ୍ଟେସନ ବିରୁୱାରେ ରେଳ ଧାରଣା ଉଡ଼ାଇଲେ

କୋଇଡ଼ା(ବଡ଼ ଖବର ବ୍ୟୁରୋ): ସୁନ୍ଦରଗଡ ସୀମାନ୍ତ ଝାଡ଼ଖଣ୍ଡରେ ନକ୍ସଲଙ୍କ ହିଂସାକାଣ୍ଡ । ଝାଡ଼ଖଣ୍ଡ ମନୋହରପୁର ଷ୍ଟେସନ ନିକଟ ବିରୁୱାରେ ରେଳ ଧାରଣା ଉଡାଇଛନ୍ତି ମାଓବାଦୀ । ବିଳମ୍ବିତ ରାତିରେ ରେଳ ଧାରଣା ଉଡ଼ାଇଛନ୍ତି ନକ୍ସଲ । ଫଳରେ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି ।ରାଉରକେଲା ସୀମାନ୍ତ ଝାଡ଼ଖଣ୍ଡରେ ନକ୍ସଲଙ୍କ ହିଂସାକାଣ୍ଡ । ଝାଡ଼ଖଣ୍ଡ ମନୋହରପୁର ଷ୍ଟେସନ ନିକଟ ବିରୁୱାରେ ରେଳ ଧାରଣା ଉଡାଇଛନ୍ତି ମାଓବାଦୀ । ବିଳମ୍ବିତ ରାତିରେ ରେଳ ଧାରଣା ଉଡ଼ାଇଛନ୍ତି ନକ୍ସଲ । ଫଳରେ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି । ୨୦ରୁ ଅଧିକ ଟ୍ରେନ୍ ଅଟକି ରହିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ମାଓ ପୋଷ୍ଟର ଓ ବ୍ୟାନର ମରାଯାଇଛି । ଆଜି ଭାରତ ବନ୍ଦ ଡାକରା ଦେଇଛି ମାଓ ସଂଗଠନ । ଗତକାଲି ଛତିଶଗଡ଼ ବିଜାପୁରରେ ୨ଟି ବସ୍ ଜାଳିଦେଇଥିଲେ ଲାଲବାହିନୀ ।

ରେଳ ଧାରଣା ଉଡ଼ାଇବା ଫଳରେ ହାୱଡ଼ା ପୁରୀ ଏକ୍ସପ୍ରେସ ଚକ୍ରଧରପୁରରେ ଛିଡ଼ା ହୋଇ ରହିଛି । ଯୋଗ ନଗରୀ ଋଷିକେଷ ଟ୍ରେନ ଓ ଉତ୍କଳ ଏକ୍ସପ୍ରେସ, ମନୋହର ପୁରରେ ଅଟକି ରହିଛି । ପୋର ବନ୍ଦର – ସାଲିମାର ଏକ୍ସପ୍ରେସ ମଧ୍ୟ ଅଟକି ରହିଛି । ପୁଣେ – ହାୱଡ଼ା ଟ୍ରେନ ମଧ୍ୟ ରାଉରକେଲାରେ ଅଟକି ରହିଛି । ହାୱଡ଼ା – ସିଏସଟି ଏକ୍ସପ୍ରେସ, ଚକ୍ରଧର ପୁରରେ ଅଟକି ରହିଛି । ସେହିପରି ବେରୁଆ ଷ୍ଟେସନ ସହ ଅନ୍ୟ ଷ୍ଟେସନରେ ମଧ୍ୟ ମାଓ ପୋଷ୍ଟର ଦେଖିବାକୁ ମିଳିଛି ।ଘଟଣାସ୍ଥଳରେ ଉଜଚୠ, ଜଚୠ ର ଟିମ ସହ ରେଳ ବିଭାଗର ଟିମ ମଧ୍ୟ ପହଞ୍ଚି ସାରିଛନ୍ତି । ସୂଚନା ଅନୁସାରେ ରେଳ ଟ୍ରାକର ମରାମତି କାମ ଆଉ କିଛି ସମୟ ମଧ୍ୟରେ ଆରମ୍ଭ ହୋଇଯିବ । ରେଳ ଟ୍ରାକ ମରାମତି ସରିବା ପର୍ୟ୍ୟନ୍ତ ଟ୍ରେନ ଗୁଡ଼ିକ ଅଟକି ରହିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ