Masthead

ବ୍ୟାଙ୍କରୁ ଗାଏବ ହୋଇଗଲା ସୁନା, ନିଲମ୍ବିତ ହେଲେ ଶାଖା ପରିଚାଳକ ଓ ଅତିରିକ୍ତ ଶାଖା ପରିଚାଳକ

ବରୀ (ବଡ଼ ଖବର ବ୍ୟୁରୋ): ବ୍ୟାଙ୍କ ଲକରରୁ ୫୦୦ଗ୍ରାମ ସୁନା ଗାଏବ । ନିଲମ୍ବିତ ହେଲେ ଶାଖା ପରିଚାଳକ ଓ ଅତିରିକ୍ତ ଶାଖା ପରିଚାଳକ । ଯାଜପୁର ଜିଲ୍ଲା ବରୀ ଥାନା ଅଧୀନ ବାଲିଆପାଳ ଇଣ୍ଡିଆନ ବ୍ୟାଙ୍କର ଦୁଇ ଅଧିକାରୀ ଉମାକାନ୍ତ ନାୟକ ଓ ଅମିତ କୁମାର ବିଶ୍ବାଳ । ଦୁଇ ଅଧିକାରୀଙ୍କୁ ଗ୍ରାହକଙ୍କ ବନ୍ଧକ ସୁନା ହେରଫେର ମାମଲାରେ ନିଲମ୍ବିତ କରାଯାଇଛି । ବରୀ ଥାନା ଅଧୀନ ବାଲିଆପାଳ ଇଣ୍ଡିଆନ ବ୍ୟାଙ୍କର ଲକରରୁ ଗ୍ରାହକଙ୍କର ପାଖାପାଖି ୫୦୦ଗ୍ରାମ ବନ୍ଧକ ସୁନା ଗାଏବ ହୋଇଯାଇଛି ।

ଲକରରେ ଥିବା ୧୧ ଜଣ ଗ୍ରାହକଙ୍କ ସୁନା ମିଳୁନଥିବା ବରୀ ଥାନାରେ ଲିଖିତ ଅଭିଯୋଗ ମଧ୍ୟ ହୋଇଛି। ଯାହାକୁ ନେଇ ଇଣ୍ଡିଆନ ବ୍ୟାଙ୍କ ଜୋନାଲ ମ୍ୟାନେଜର କଟକର ଅଧିକାରୀ ପରୀକ୍ଷିତ ଦାସ ମହାପାତ୍ର ପ୍ରଥମେ ବାଲିଆପାଳ ବ୍ୟାଙ୍କରେ ପହଞ୍ଚି ତଦନ୍ତ କରିବା ପରେ ବରୀ ରାମଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ବରୀ ଥାନା ପକ୍ଷରୁ ଏକ ମାମଲା ରୁଜୁ କରିବା ସହ ଅଧିକ ତଦନ୍ତ ଜାରି ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁଣି ୧ନଂ ହାଟରେ ନିଆଁ 🔴 ୨୮ରେ ମିଳିବ ସୁଭଦ୍ରା ଟଙ୍କା 🔴 ଗଛ ମୂଳେ ଚାଲିଛି କୁନି କୁନି ଶିଶୁଙ୍କ ଭବିଷ୍ୟତ 🔴 ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକଙ୍କ ପରଲୋକ 🔴 ଭିଜିଲାନ୍ସର ଖୋଳତାଡ଼, ଫସିବେ ବାବୁ 🔴 ସ୍ୱାମୀ ଲକ୍ଷଣାନନ୍ଦଙ୍କ ଜନ୍ମମାଟିରେ ମୁଖ୍ୟମନ୍ତ୍ରୀ 🔴 ପୁଣି ବଢ଼ିବ ବର୍ଷା! 🔴 ବୈତରଣୀ ପାୱାର ପ୍ରୋଜେକ୍ଟକୁ ନୋଟିସ୍‌ 🔴 ଆକ୍ସନ ମୋଡରେ ପୋଲିସ, ଭାଙ୍ଗିଲା ଅଟୋ ଷ୍ଟାଣ୍ଡ 🔴 ମାଷ୍ଟରକ୍ୟାଣ୍ଟିନ ହିଂସାରେ ୧୧୩ ଗିରଫ, ରଦ୍ଦ ହେବ ଲାଇସେନ୍ସ! 🔴 ପୁଣି ୧ନଂ ହାଟରେ ନିଆଁ 🔴 ୨୮ରେ ମିଳିବ ସୁଭଦ୍ରା ଟଙ୍କା 🔴 ଗଛ ମୂଳେ ଚାଲିଛି କୁନି କୁନି ଶିଶୁଙ୍କ ଭବିଷ୍ୟତ 🔴 ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଣବ ପଟ୍ଟନାୟକଙ୍କ ପରଲୋକ 🔴 ଭିଜିଲାନ୍ସର ଖୋଳତାଡ଼, ଫସିବେ ବାବୁ 🔴 ସ୍ୱାମୀ ଲକ୍ଷଣାନନ୍ଦଙ୍କ ଜନ୍ମମାଟିରେ ମୁଖ୍ୟମନ୍ତ୍ରୀ 🔴 ପୁଣି ବଢ଼ିବ ବର୍ଷା! 🔴 ବୈତରଣୀ ପାୱାର ପ୍ରୋଜେକ୍ଟକୁ ନୋଟିସ୍‌ 🔴 ଆକ୍ସନ ମୋଡରେ ପୋଲିସ, ଭାଙ୍ଗିଲା ଅଟୋ ଷ୍ଟାଣ୍ଡ 🔴 ମାଷ୍ଟରକ୍ୟାଣ୍ଟିନ ହିଂସାରେ ୧୧୩ ଗିରଫ, ରଦ୍ଦ ହେବ ଲାଇସେନ୍ସ!