ବ୍ୟାଙ୍କରୁ ଗାଏବ ହୋଇଗଲା ସୁନା, ନିଲମ୍ବିତ ହେଲେ ଶାଖା ପରିଚାଳକ ଓ ଅତିରିକ୍ତ ଶାଖା ପରିଚାଳକ

ବରୀ (ବଡ଼ ଖବର ବ୍ୟୁରୋ): ବ୍ୟାଙ୍କ ଲକରରୁ ୫୦୦ଗ୍ରାମ ସୁନା ଗାଏବ । ନିଲମ୍ବିତ ହେଲେ ଶାଖା ପରିଚାଳକ ଓ ଅତିରିକ୍ତ ଶାଖା ପରିଚାଳକ । ଯାଜପୁର ଜିଲ୍ଲା ବରୀ ଥାନା ଅଧୀନ ବାଲିଆପାଳ ଇଣ୍ଡିଆନ ବ୍ୟାଙ୍କର ଦୁଇ ଅଧିକାରୀ ଉମାକାନ୍ତ ନାୟକ ଓ ଅମିତ କୁମାର ବିଶ୍ବାଳ । ଦୁଇ ଅଧିକାରୀଙ୍କୁ ଗ୍ରାହକଙ୍କ ବନ୍ଧକ ସୁନା ହେରଫେର ମାମଲାରେ ନିଲମ୍ବିତ କରାଯାଇଛି । ବରୀ ଥାନା ଅଧୀନ ବାଲିଆପାଳ ଇଣ୍ଡିଆନ ବ୍ୟାଙ୍କର ଲକରରୁ ଗ୍ରାହକଙ୍କର ପାଖାପାଖି ୫୦୦ଗ୍ରାମ ବନ୍ଧକ ସୁନା ଗାଏବ ହୋଇଯାଇଛି ।

ଲକରରେ ଥିବା ୧୧ ଜଣ ଗ୍ରାହକଙ୍କ ସୁନା ମିଳୁନଥିବା ବରୀ ଥାନାରେ ଲିଖିତ ଅଭିଯୋଗ ମଧ୍ୟ ହୋଇଛି। ଯାହାକୁ ନେଇ ଇଣ୍ଡିଆନ ବ୍ୟାଙ୍କ ଜୋନାଲ ମ୍ୟାନେଜର କଟକର ଅଧିକାରୀ ପରୀକ୍ଷିତ ଦାସ ମହାପାତ୍ର ପ୍ରଥମେ ବାଲିଆପାଳ ବ୍ୟାଙ୍କରେ ପହଞ୍ଚି ତଦନ୍ତ କରିବା ପରେ ବରୀ ରାମଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ବରୀ ଥାନା ପକ୍ଷରୁ ଏକ ମାମଲା ରୁଜୁ କରିବା ସହ ଅଧିକ ତଦନ୍ତ ଜାରି ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ