Masthead

ଠକି ଦେଲା ପ୍ରଶାସନ

ଲଖନପୁର, (ବଡ଼ ଖବର ବ୍ୟୁରୋ): ସହାୟତା ଦେବାର ପ୍ରତିଶ୍ରୃତି ଦେଇ ଠକିଦେଲା ପ୍ରଶାସନ । ଝାରସୁଗଡ଼ା ଜିଲ୍ଲା ଲଖନପୁର ବ୍ଲକ ସମରବଗା ପଞ୍ଚାୟତ କୁରେମାଲ ଇନ୍ଦିରା ଆବାସ କଲୋନୀରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । କୁନୁ ଖୁଡ଼ିଅଙ୍କ ସ୍ତ୍ରୀ ହାତୀ ଆକ୍ରମଣରେ ପ୍ରାଣ ହରାଇଥିଲେ । ପ୍ରଶାସନ ସରକରୀ ସହାୟତା ଦେବାର ପ୍ରତିଶ୍ରୁତି ଦେଇ ଏଯାବତ ଦେଇନଥିବା କହିଛନ୍ତି କୁନୁ । ଦୀର୍ଘ ୬ବର୍ଷ ବିତି ଯାଇଥିଲେ ସୁଦ୍ଧା କେହି ତାଙ୍କ କଥା ଶୁଣୁନଥିବା ସେ କହିଛନ୍ତି ।

୨୦୧୪ ମାର୍ଚ୍ଚ ୧୭ରେ ଘରେ ଶୋଇଥିବା ବେଳେ କୁନୁଙ୍କ ଘରେ ହାତୀ ଆକ୍ରମଣ କରିଥିଲା । ଘର ଭାଙ୍ଗିବା ସହ ତାଙ୍କ ସ୍ତ୍ରୀଙ୍କୁ ହାତୀ ଦଳି ଦେଇଥିଲା । କୁନୁଙ୍କ ସ୍ତ୍ରୀଙ୍କୁ ସଙ୍ଗେ ସଙ୍ଗେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । ଲୋକେ ମୃତଦେହକୁ ରାସ୍ତାରେ ରଖି ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ବନ ବିଭାଗ ରେଞ୍ଜ ଅଫିସର ଧୃବ ଚରଣ ଜିତ, ଅତିରିକ୍ତ ତହସିଲଦାର ସୀମା ସବିତା ଓ ରେଙ୍ଗାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ତିନିମାସ ମଧ୍ୟରେ ୨ ଲକ୍ଷ ଟଙ୍କା ଓ ଆବସ ଯୋଜନାରେ ପକ୍କାଘର ଓ ଅନାନ୍ୟ ସରକାରୀ ସହାୟତା ଯୋଗାଇ ଦେବା ଲାଗି ସରକାରୀ ବାବୁମାନେ ପ୍ରତିଶ୍ରୁତି ଦେବାପରେ ରାସ୍ତାରୁ ହଟିଥିଲେ ଲୋକେ ।

କ୍ଷତି ପୂରଣ ବାବଦକୁ ଟଙ୍କା ମିଳିଗଲା । ଦୀର୍ଘ ୬ବର୍ଷ ବିତି ଯାଇଥିଲେ ସୁଦ୍ଧା ଏଯାବତ ଘର ଖଣ୍ଡେ ମିଳିନାହିଁ । ଭଙ୍ଗା ଦରରା ଘରେ ରହୁଛନ୍ତି କୁନୁ । ପକ୍କାଘର ଖଣ୍ଡେ ମିଳିଲେ ବାକି ଜୀବନ କାଟି ଦିଅନ୍ତି ବୋଲି କୁନୁ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ