Masthead

ଠକି ଦେଲା ପ୍ରଶାସନ

ଲଖନପୁର, (ବଡ଼ ଖବର ବ୍ୟୁରୋ): ସହାୟତା ଦେବାର ପ୍ରତିଶ୍ରୃତି ଦେଇ ଠକିଦେଲା ପ୍ରଶାସନ । ଝାରସୁଗଡ଼ା ଜିଲ୍ଲା ଲଖନପୁର ବ୍ଲକ ସମରବଗା ପଞ୍ଚାୟତ କୁରେମାଲ ଇନ୍ଦିରା ଆବାସ କଲୋନୀରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । କୁନୁ ଖୁଡ଼ିଅଙ୍କ ସ୍ତ୍ରୀ ହାତୀ ଆକ୍ରମଣରେ ପ୍ରାଣ ହରାଇଥିଲେ । ପ୍ରଶାସନ ସରକରୀ ସହାୟତା ଦେବାର ପ୍ରତିଶ୍ରୁତି ଦେଇ ଏଯାବତ ଦେଇନଥିବା କହିଛନ୍ତି କୁନୁ । ଦୀର୍ଘ ୬ବର୍ଷ ବିତି ଯାଇଥିଲେ ସୁଦ୍ଧା କେହି ତାଙ୍କ କଥା ଶୁଣୁନଥିବା ସେ କହିଛନ୍ତି ।

୨୦୧୪ ମାର୍ଚ୍ଚ ୧୭ରେ ଘରେ ଶୋଇଥିବା ବେଳେ କୁନୁଙ୍କ ଘରେ ହାତୀ ଆକ୍ରମଣ କରିଥିଲା । ଘର ଭାଙ୍ଗିବା ସହ ତାଙ୍କ ସ୍ତ୍ରୀଙ୍କୁ ହାତୀ ଦଳି ଦେଇଥିଲା । କୁନୁଙ୍କ ସ୍ତ୍ରୀଙ୍କୁ ସଙ୍ଗେ ସଙ୍ଗେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । ଲୋକେ ମୃତଦେହକୁ ରାସ୍ତାରେ ରଖି ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ବନ ବିଭାଗ ରେଞ୍ଜ ଅଫିସର ଧୃବ ଚରଣ ଜିତ, ଅତିରିକ୍ତ ତହସିଲଦାର ସୀମା ସବିତା ଓ ରେଙ୍ଗାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ତିନିମାସ ମଧ୍ୟରେ ୨ ଲକ୍ଷ ଟଙ୍କା ଓ ଆବସ ଯୋଜନାରେ ପକ୍କାଘର ଓ ଅନାନ୍ୟ ସରକାରୀ ସହାୟତା ଯୋଗାଇ ଦେବା ଲାଗି ସରକାରୀ ବାବୁମାନେ ପ୍ରତିଶ୍ରୁତି ଦେବାପରେ ରାସ୍ତାରୁ ହଟିଥିଲେ ଲୋକେ ।

କ୍ଷତି ପୂରଣ ବାବଦକୁ ଟଙ୍କା ମିଳିଗଲା । ଦୀର୍ଘ ୬ବର୍ଷ ବିତି ଯାଇଥିଲେ ସୁଦ୍ଧା ଏଯାବତ ଘର ଖଣ୍ଡେ ମିଳିନାହିଁ । ଭଙ୍ଗା ଦରରା ଘରେ ରହୁଛନ୍ତି କୁନୁ । ପକ୍କାଘର ଖଣ୍ଡେ ମିଳିଲେ ବାକି ଜୀବନ କାଟି ଦିଅନ୍ତି ବୋଲି କୁନୁ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼