Masthead

କାଲି ଚନ୍ଦ୍ରପୁର ଗସ୍ତରେ ଯିବ ଅନୁସନ୍ଧାନକାରୀ କମିଟି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ ସଂଗଠନ ପକ୍ଷରୁ ଆସନ୍ତାକାଲି ରାୟଗଡା ଜିଲ୍ଲାର ଚନ୍ଦ୍ରପୁର ଗ୍ରସ୍ତ କରି ଆଦିବାସୀ ମହିଳାଙ୍କର ଅମାନୁଷିକ ହତ୍ୟା ଘଟଣାର ତଦନ୍ତ କରିବାକୁ ରାଜ୍ୟ କମିଟି ପକ୍ଷରୁ ଏକ ତଥ୍ୟ ଅନୁସନ୍ଧାନକାରୀ କମିଟି ଗଠନ କରାଯାଇଛି । ଆଦିବାସୀ ମହିଳାଙ୍କୁ ଯେଉଁ ଭଳି ଭାବରେ ହତ୍ୟା କରାଯାଇଛି ତାହା ସମଗ୍ର ରାଜ୍ୟକୁ ଚକିତ କରିଛି ଓ ଏହି ଘଟଣାରେ ସଂପୃକ୍ତ ଅଧିକାରୀମାନଙ୍କ ସଂପର୍କରେ ତଥ୍ୟ ଅନୁସନ୍ଧାନକାରୀ କମିଟି ଗସ୍ତ କରି ରିପୋର୍ଟ ପ୍ରସ୍ତୁତ କରିବ । ରାଜ୍ୟ ଆବାହକ ବରିଷ୍ଠ ଆଇନ୍‌ଜୀବୀ ସୁବ୍ରତ କୁମାର ନନ୍ଦ ଏକ ପ୍ରେସ୍ ବିବୃତ୍ତିରେ ଏହା ପ୍ରକାଶ କରିଛନ୍ତି ଯେ ଏହି କମିଟିରେ ଆବାହକ ଭାବେ ରାଜ୍ୟ ସଂଯୋଜକ ବୁଦ୍ଧିଜୀବୀ ସୁବାସ ପଣ୍ଡାଙ୍କୁ ଦାୟିତ୍ୱ ଦିଆଯାଇଛି ।

କମିଟିରେ ରାଜ୍ୟ ସଂପାଦକ ଶ୍ୟାମ ସୁନ୍ଦର ପଣ୍ଡା ଜିଲ୍ଲା ସଂଯୋଜକ ବରିଷ୍ଠ ଆଇନ୍‌ଜୀବୀ ରାଧାକୃଷ୍ଣ ପଟ୍ଟନାୟକ ଓ ଗୁଜାରି ବ୍ଲକର ସଭାପତି ତଥା ଶିକ୍ଷକ ନେତା ଗୌରୀଶଙ୍କର ମିଶ୍ରଙ୍କୁ ଏହି କମିଟିର ସଦସ୍ୟ ଭାବେ ମନୋନୀତ କରାଯାଇଛି । ଆସନ୍ତାକାଲି ମଧ୍ୟାହ୍ନରେ ଏହି କମିଟି ସୁଧାରଗୃହ ଓ ଡାକ୍ତରଖାନା ପରିଦର୍ଶନ କରି ତଥ୍ୟ ଅନୁସନ୍ଧାନ କରିବେ । ଏହି ଗ୍ରସ୍ତ ସମୟରେ ଚନ୍ଦ୍ରପୁର ଅଞ୍ଚଳର ଜନସାଧାରଣ, ବୁଦ୍ଧିଜୀବୀ, ସମାଜସେବୀ ଓ ଗଣସଂଗଠନ ଉପସ୍ଥିତ ରହି ତଦନ୍ତ କରୁଥିବା କମିଟି ନିଟକରେ ତଥ୍ୟ ଦେବାକୁ ସଂଗଠନର ରାଜ୍ୟ ଆବାହାକ ଆଡଭୋକେଟ୍ ଶ୍ରୀ ନନ୍ଦ ନିବେଦନ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ