Masthead

କେଉଁ ରାଜ୍ୟରେ ଗ୍ୟାସ ଦର କେତେ, ସବସିଡି କେତେ?

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଦେଶରେ ବିଭିନ୍ନ ରାଜ୍ୟରେ ଘରୋଇ ଏଲପିଜି ସିଲିଣ୍ଡର ଦର ଭିନ୍ନ ଭିନ୍ନ ରହିଛି । ଆପଣ ଜାଣିଛନ୍ତି କି କେଉଁ ରାଜ୍ୟରେ ଏଲପିଜି ସିଲିଣ୍ଡର ପାଇଁ କେତେ ଟଙ୍କା ଦେବାକୁ ପଡ଼େ । ଆଉ କେତେ ଟଙ୍କା ସବସିଡି ମିଳେ । ରାଜ୍ୟସଭାରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ଯାହା ତଥ୍ୟ ଆସିଛି ସେହି ଆଧାରରେ ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ । ଖାଲି କେନ୍ଦ୍ର ନୁହଁ ରାଜ୍ୟ ସରକାର ମଧ୍ୟ ଏଲପିଜି ଉପରେ ସବସିଡିର ବ୍ୟବସ୍ଥା କରିଛନ୍ତି । ସେଥିପାଇଁ ବିଭିନ୍ନ ରାଜ୍ୟରେ ଗ୍ୟାସ ସବସିଡି ଦରରେ ଭିନ୍ନ ଭିନ୍ନ ଦାମ ଦେଖିବାକୁ ମିଳେ । ଯଦି ଆମେ ଆଣ୍ଡାମାନ ନିକୋବର କଥା ଦେଖିବା ତେବେ ୧୪.୨ କେଜିର ଟାଙ୍କି ପାଇଁ ୯୭୯ଟଙ୍କା ଦେବାକୁ ପଡେ ପରେ ୬୩ ଟଙ୍କା ୯୩ ପଇସା ସବସିଡି ଆକାରରେ ଆକାଉଣ୍ଟକୁ ଆସେ । ସେହିପରି ଆନ୍ଧ୍ରପ୍ରଦେଶ ବିଶାଖାପାଟନମରେ ୯୧୧ଟଙ୍କା ହୋଇଥିବା ବେଳେ ସବସିଡି ଆକାରରେ ୩ଟଙ୍କା ୯୫ ପଇସା ଫେରସ୍ତ ଆସେ ।

 

ଅରୁଣାଚଳ ପ୍ରଦେଶ ଇଟାନଗରରେ ଘରୋଇ ଏଲପିଜି ଦର ୯୬୮ଟଙ୍କା ୫ ପଇସା ଏବଂ ସବସିଡି ୫୩ ଟଙ୍କା ୫୫ ପଇସା । ଆସାମ ଗୌହାଟିରେ ଦର ୯୫୨ ଟଙ୍କା ସବସିଡି ୫୨ ଟଙ୍କା ୫୭ ପଇସା । ବିହାର ପାଟନାରେ ଦର ୧୦୦୧ଟଙ୍କା ସବସିଡି ୭୯.୨୬ ଟଙ୍କା । ଚଣ୍ଡିଗଡ଼ରେ ଏଲପିଜି ରେଟ ୯୧୨.୫ ଟଙ୍କା ହୋଇଥିବା ବେଳେ ସବସିଡି ଆକାରରେ ୮ଟଙ୍କା ୭୯ ପଇସା ଆକାଉଣ୍ଟକୁ ଆସେ । ସେହିପରି ଛତିଶଗଡ଼ ରାୟପୁରରେ ଦର ୯୭୪ଟଙ୍କା ହୋଇଥିବା ବେଳେ ୬୧ଟଙ୍କା ୨୪ ପଇସା ସବସିଡି ଆକାରରେ ଆସିଥାଏ । ଲଦାଖରେ ଏଲପିଜି ଦର ସବୁଠୁ ଅଧିକ । ଲଦାଖରେ ୧୧୪୦ଟଙ୍କା ଦେବାକୁ ପଡ଼େ ୨୦୭ ଟଙ୍କା ସବସିଡି ଆସେ । ସେହିପରି ଦିଲ୍ଲୀ, ଗୋଆ, ଦାଦ୍ରାନଗର ହାବେଳି ଓ ଡାମନ ଡିଉ, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଏବଂ ରାଜସ୍ଥାନରେ ସବସିଡି ବିଲକୁଲ ଆସିନଥାଏ ।

ସେହିପରି ଓଡ଼ିଶାରେ ଘରୋଇ ଏଲପିଜି ଦର ୯୨୯ ଟଙ୍କା ହୋଇଥିବା ବେଳେ ୧୩ଟଙ୍କା ୯୫ ପଇସା ସବସିଡି ଆକାରରେ ଆକାଉଣ୍ଟକୁ ଆସିଥାଏ । ତ୍ରିପୁରା, ସିକ୍କିମ, ମିଜୋରାମ, ମଣିପୁରରେ ଗ୍ୟାସ ଦର ହଜାରେ ଉପରେ ରହିଛି । ଦିଲ୍ଲୀରେ ଗ୍ୟାସ ଦର ସବୁଠୁ କମ । ୯୦୩ଟଙ୍କାରେ ମିଳୁଥିବା ବେଳେ ସବସିଡି ଜିରୋ । ସବୁ ରାଜ୍ୟରେ ଭିନ୍ନ ଭିନ୍ନ ଦରକୁ ଭିନ୍ନ ଭିନ୍ନ ସବସିଡି । ଯଦି ଆମେ ଏଲପିଜି ରେଟ ଆଉ ସବସିଡି ରେଟକୁ ହିସାବକୁ ନେବା ତେବେ ଲଦାଖରେ ଗ୍ୟାସ ଦର ସବୁଠୁ ଅଧିକ ଏବଂ ପୁଡୁଚେରୀରେ ଗ୍ୟାସ ଦର ସବୁଠୁ କମ୍ । ଲଦାଖରେ ୯୩୧ଟଙ୍କା ୮୬ ପଇସାରେ ମିଳୁଥିବା ବେଳେ ପୁଡୁଚେରୀରେ ୮୮୫ରେ ମିଳେ ଏଲପିଜି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା