Masthead

ଇସ୍ରାଏଲ ଡ୍ରୋନ ଆକ୍ରମଣ, ହମାସ ଡେପୁଟି କମାଣ୍ଡରଙ୍କ ମୃତ୍ୟୁ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଇସ୍ରାଏଲ ଡ୍ରୋନ୍‌ ଆକ୍ରମଣରେ ହମାସ ଡେପୁଟି କମାଣ୍ଡରଙ୍କ ମୃତ୍ୟୁ ଘଟିଛି । ଡେପୁଟି କମାଣ୍ଡର ହେଲେ ସଲେ ଅଲ୍‌ ଅରୌରୀ । ଡେପୁଟି କମାଣ୍ଡରଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କଲା ହମାସ୍‌ । ବିଳମ୍ବିତ ରାତିରେ ଲେବାନନରେ ଡ୍ରୋନ ଆକ୍ରମଣ କରିଥିଲା ଇସ୍ରାଏଲ୍‌ । ଦୀର୍ଘଦିନ ଧରି ଇସ୍ରାଏଲ-ହମାସ୍‌ ମଧ୍ୟରେ ଯୁଦ୍ଧ ଲାଗି ରହିଥିଲେ ହେଁ ଏହି ଯୁଦ୍ଧର ସମାପ୍ତ ହେବାର କୌଣସି ନାଁ ଧରୁ ନାହିଁ । ହମାସ୍‌ କହିଛି, ଅଲ୍‌-କାସାମ ବ୍ରିଗେଡସ୍‌ ତେଲ୍‌ ଅଭିଭ ସହର ଏବଂ ଏହାର ଉପକଣ୍ଠରେ ‘ଏମ୍‌-୯୦’ ରକେଟ ସାହାଯ୍ୟରେ ବୋମାମାଡ଼ କରୁଛି।

ଅକ୍ଟୋବର ୭ରେ, ହମାସ୍‌ ଇସ୍ରାଏଲରେ ପ୍ରବେଶ କରି ଗୁଳି ଚଳାଇଥିଲା ଏବଂ ହମାସ୍‌ ଆତଙ୍କବାଦୀମାନେ ୨୦୦ରୁ ଅଧିକ ଲୋକଙ୍କୁ ବନ୍ଧକ ରଖିଥିଲେ। ଏହି ସମୟ ମଧ୍ୟରେ ପ୍ରାୟ ୧୨୦୦ ଇସ୍ରାଏଲୀୟଙ୍କୁ ହତ୍ୟା କରାଯାଇଥିଲା। ଏହାର ପ୍ରତିଶୋଧ ନେଇ ଇସ୍ରାଏଲ ୨୭ ଅକ୍ଟୋବରରେ ଗାଜା ଭିତରେ ଗ୍ରାଉଣ୍ଡ ଆକ୍ରମଣ କରିଥିଲା। ତେବେ ଯୁଦ୍ଧରେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୨୧,୮୨୨ ପାଲେଷ୍ଟାଇନୀୟଙ୍କୁ ହତ୍ୟା କରାଯାଇଛି। ଏଥିସହ ୫୬,୪୫୧ରୁ ଅଧିକ ପାଲେଷ୍ଟାଇନୀୟ ଆହତ ହୋଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା