Masthead

ଇସ୍ରାଏଲ ଡ୍ରୋନ ଆକ୍ରମଣ, ହମାସ ଡେପୁଟି କମାଣ୍ଡରଙ୍କ ମୃତ୍ୟୁ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଇସ୍ରାଏଲ ଡ୍ରୋନ୍‌ ଆକ୍ରମଣରେ ହମାସ ଡେପୁଟି କମାଣ୍ଡରଙ୍କ ମୃତ୍ୟୁ ଘଟିଛି । ଡେପୁଟି କମାଣ୍ଡର ହେଲେ ସଲେ ଅଲ୍‌ ଅରୌରୀ । ଡେପୁଟି କମାଣ୍ଡରଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କଲା ହମାସ୍‌ । ବିଳମ୍ବିତ ରାତିରେ ଲେବାନନରେ ଡ୍ରୋନ ଆକ୍ରମଣ କରିଥିଲା ଇସ୍ରାଏଲ୍‌ । ଦୀର୍ଘଦିନ ଧରି ଇସ୍ରାଏଲ-ହମାସ୍‌ ମଧ୍ୟରେ ଯୁଦ୍ଧ ଲାଗି ରହିଥିଲେ ହେଁ ଏହି ଯୁଦ୍ଧର ସମାପ୍ତ ହେବାର କୌଣସି ନାଁ ଧରୁ ନାହିଁ । ହମାସ୍‌ କହିଛି, ଅଲ୍‌-କାସାମ ବ୍ରିଗେଡସ୍‌ ତେଲ୍‌ ଅଭିଭ ସହର ଏବଂ ଏହାର ଉପକଣ୍ଠରେ ‘ଏମ୍‌-୯୦’ ରକେଟ ସାହାଯ୍ୟରେ ବୋମାମାଡ଼ କରୁଛି।

ଅକ୍ଟୋବର ୭ରେ, ହମାସ୍‌ ଇସ୍ରାଏଲରେ ପ୍ରବେଶ କରି ଗୁଳି ଚଳାଇଥିଲା ଏବଂ ହମାସ୍‌ ଆତଙ୍କବାଦୀମାନେ ୨୦୦ରୁ ଅଧିକ ଲୋକଙ୍କୁ ବନ୍ଧକ ରଖିଥିଲେ। ଏହି ସମୟ ମଧ୍ୟରେ ପ୍ରାୟ ୧୨୦୦ ଇସ୍ରାଏଲୀୟଙ୍କୁ ହତ୍ୟା କରାଯାଇଥିଲା। ଏହାର ପ୍ରତିଶୋଧ ନେଇ ଇସ୍ରାଏଲ ୨୭ ଅକ୍ଟୋବରରେ ଗାଜା ଭିତରେ ଗ୍ରାଉଣ୍ଡ ଆକ୍ରମଣ କରିଥିଲା। ତେବେ ଯୁଦ୍ଧରେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୨୧,୮୨୨ ପାଲେଷ୍ଟାଇନୀୟଙ୍କୁ ହତ୍ୟା କରାଯାଇଛି। ଏଥିସହ ୫୬,୪୫୧ରୁ ଅଧିକ ପାଲେଷ୍ଟାଇନୀୟ ଆହତ ହୋଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବାଂଲାଦେଶ ନୋଟରୁ ହଟିଲା ଶେଖ୍ ମୁଜିବୁରଙ୍କ ଫଟୋ 🔴 କମଲ ହାସନଙ୍କ ‘ଠଗ୍ ଲାଇଫ’ ବିବାଦ 🔴 ଜମ୍ମୁକାଶ୍ମୀରର ଚେନାବ ରେଳ ସେତୁ, କ’ଣ ରହିଛି ଏଠି… 🔴 ଝଲସି ଉଠିଲା ଅଯୋଧ୍ୟା ରାମ ମନ୍ଦିରର ଶିଖର 🔴 କିଏ ଜିତିବ ଆଇପିଏଲ ଫାଇନାଲ ମ୍ୟାଚ 🔴 ଖୁବଶୀଘ୍ର ତୃତୀୟ ବିଶ୍ୱଯୁଦ୍ଧ! 🔴 ରଜିତ ଗୁପ୍ତା ହେଲେ JEE ଆଡଭାନ୍ସ ଟପ୍ପର 🔴 ରାଜୀବ ଶୁକ୍ଳା ହୋଇପାରନ୍ତି ବିସିସିଆଇର ସଭାପତି 🔴 ଫାଇନାଲରେ ପଞ୍ଜାବ କିଙ୍ଗସ୍‌ 🔴 ଅତିରିକ୍ତ ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ 🔴 ବାଂଲାଦେଶ ନୋଟରୁ ହଟିଲା ଶେଖ୍ ମୁଜିବୁରଙ୍କ ଫଟୋ 🔴 କମଲ ହାସନଙ୍କ ‘ଠଗ୍ ଲାଇଫ’ ବିବାଦ 🔴 ଜମ୍ମୁକାଶ୍ମୀରର ଚେନାବ ରେଳ ସେତୁ, କ’ଣ ରହିଛି ଏଠି… 🔴 ଝଲସି ଉଠିଲା ଅଯୋଧ୍ୟା ରାମ ମନ୍ଦିରର ଶିଖର 🔴 କିଏ ଜିତିବ ଆଇପିଏଲ ଫାଇନାଲ ମ୍ୟାଚ 🔴 ଖୁବଶୀଘ୍ର ତୃତୀୟ ବିଶ୍ୱଯୁଦ୍ଧ! 🔴 ରଜିତ ଗୁପ୍ତା ହେଲେ JEE ଆଡଭାନ୍ସ ଟପ୍ପର 🔴 ରାଜୀବ ଶୁକ୍ଳା ହୋଇପାରନ୍ତି ବିସିସିଆଇର ସଭାପତି 🔴 ଫାଇନାଲରେ ପଞ୍ଜାବ କିଙ୍ଗସ୍‌ 🔴 ଅତିରିକ୍ତ ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ