Masthead

୬୦ କୋଟିର ମଦ ପିଇଗଲେ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନୂଆ ବର୍ଷରେ ଓଡ଼ିଶା ପିଇଲା ମଦ । ଏମିତି ସେମିତି ନୁହେଁ ପାଖାପାଖି ୧୧ ଲକ୍ଷ ଲିଟର ପିଇଲା ମଦ । ଯାହାର ମୂଲ୍ୟ ୬୦ କୋଟି ୭୩ ଲକ୍ଷ ଟଙ୍କା। ଡିସେମ୍ବର ୩୧ । ନୂଆବର୍ଷକୁ ଜୋରଦାର ସ୍ୱାଗତ କରାଯିବ । ବିନା ମଦରେ ବି କେମିତି ହେବ । ୩୧ତାରିଖ ରବିବାର ସବୁ ଡିପୋ ବନ୍ଦ ରହିବାକୁ ଥିବାରୁ, ୩୦ରୁ ହିଁ ଏହି ବିପୁଳ ପରିମାଣର ମଦ କିଣିନେଇଥିଲେ ଲୋକେ । ନୂଆବର୍ଷରେ ଜମିଥିଲା ନାଲିପାଣି ନିଶା । ଫୁଲ୍ ନିଶାରେ ଝୁମିଥିଲା ପୂରା ଓଡ଼ିଶା । ପିଉ ପିଉ ପିଇ ଦେଇଥିଲା ୧୧ ଲକ୍ଷ ଲିଟର ମଦ ।

ନିଶାପାଣିରେ ଉଡ଼ିଗଲା ୬୦ କୋଟିରୁ ଅଧିକ ଟଙ୍କା । ନୂଆବର୍ଷକୁ ଖାଲି ନାଚଗୀତ ମଉଜ-ମଜଲିସରେ ନୁହେଁ, ବରଂ ନିଶାରେ ନିଶାରେ ସ୍ୱାଗତ କରିଥିଲା ସାରା ରାଜ୍ୟ । ଦୈନିକ ହାରାହାରି ୨୦ କୋଟି ଟଙ୍କାର ମଦ ବିକ୍ରି କରୁଥିବା ଓଏସବିସି ର ବ୍ୟବସାୟ ଅଚାନକ ୩ ଗୁଣ ବଢ଼ିଯାଇଥିଲା। ନୂଆବର୍ଷ ବେଳେ ଓଡ଼ିଶାରେ ଦେଶୀଠୁ ବିଦେଶୀ ଓ ଆଇଏମଏଫଏଲ ବା ଭାରତରେ ତିଆରି ବିଦେଶୀ ମଦର ବିକ୍ରି ଅଧିକ ରହିଛି । ଡିସେମ୍ବର ୩୦ରେ ବିକ୍ରି ହୋଇଥିବା

୬୦ କୋଟି ୭୩ ଲକ୍ଷ ଟଙ୍କାର ମଦରୁ ୫୦ କୋଟି ୮୪ ଲକ୍ଷ ଟଙ୍କା କେବଳ ବିଦେଶୀ ଓ ଆଇଏମଏଫଏଲରୁ ଆସିଛି । ବିଅର୍ ୮ କୋଟି ୪ ଲକ୍ଷ ଟଙ୍କା ଓ ଦେଶୀମଦ ୧ କୋଟି ୮୩ ଲକ୍ଷ ଟଙ୍କାର ବିକ୍ରି ହୋଇଛି । ବିଦେଶୀ ମଦ ବିକ୍ରି କ୍ଷେତ୍ରରେ ରାଜଧାନୀକୁ ବି ପଛରେ ପକାଇ ଦେଇଛି କଟକ। ଭୁବନେଶ୍ୱରରେ ୬୩ ହଜାର ୮୯୮ ଲିଟର ଫରେନ୍ ଲିକର ବିକ୍ରି ହୋଇଥିବା ବେଳେ, କଟକିଆ ପିଇଛନ୍ତି ୬୮ ହଜାର ୫୯୧ ଲିଟର । ମଦ୍ୟପାନ କ୍ଷେତ୍ରରେ ଜାତୀୟ ହାରକୁ ଟପିଯାଇଛି ଓଡ଼ିଶାବାସୀଙ୍କ ମଦ ନିଶା ।

ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ ୨୦୧୯-୨୧ର ତଥ୍ୟ ଅନୁସାରେ ଭାରତରେ ୧୫ ବର୍ଷରୁ ଅଧିକ ବୟସର ୧୮.୮ ପ୍ରତିଶତ ପୁରୁଷ ମଦ୍ୟପାନ କରନ୍ତି । ଓଡ଼ିଶାରେ କିନ୍ତୁ ଏହି ହାର ରହିଛି ୨୮.୮ ପ୍ରତିଶତ । ସେହିଭଳି ଜାତୀୟ ସ୍ତରରେ ମଦ୍ୟପାନ କରୁଥିବା ମହିଳାଙ୍କ ହାର ୧.୩ ପ୍ରତିଶତ ଥିବା ବେଳେ, ଓଡ଼ିଶାରେ ଏହି ହାର ୪.୩ ପ୍ରତିଶତ। ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଅଧିକ ଲୋକ ମଦ୍ୟପାନ କରୁଥିବା ଦେଖାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ