Masthead

ଦିଲ୍ଲୀଠୁ ବି ବଳିଗଲା ଅନୁଗୁଳ

ଭୁବନେଶ୍ୱର (ବଡ଼ ବଖବର ବ୍ୟୁରୋ): ଦିଲ୍ଲୀ ଭଳି ରାଜଧାନୀ ଓଡ଼ିଶାରେ ମଧ୍ୟ ଅସହ୍ୟ ହେଲାଣି ବାୟୁ ପ୍ରଦୂଷଣ। ଖାଲି ଭୁବନେଶ୍ୱର କାହିଁକି ରାଜ୍ୟର ବିଭିନ୍ନ ସହରରେ ମଧ୍ୟ ବାୟୁ ପ୍ରଦୂଷଣ ବଢ଼ିବାରେ ଲାଗିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରିପୋର୍ଟ ଅନୁଯାୟୀ ଅତି ସାଙ୍ଘାତିକ ସ୍ଥିତିରେ ଦେଶର ୧୬ଟି ସହର ଥିବା ବେଳେ, ଏଥିରେ ଓଡ଼ିଶାର ୬ ସହର ରହିଛି। ଦିଲ୍ଲୀ ତୁଳନାରେ ଅନୁଗୁଳର ପ୍ରଦୂଷଣ ମାତ୍ରା ଅଧିକ ରହିଛି । ଅନୁଗୁଳରେ ବାୟୁପ୍ରଦୂଷଣ ମାତ୍ରା ୩୫୨ ରହିଥିବା ବେଳେ ଦିଲ୍ଲୀରେ ୩୪୫ ରହିଛି ।

କଟକରେ ବାୟୁ ପ୍ରଦୂଷଣ ମାତ୍ରା ୩୪୦ ଥିବା ବେଳେ ବାଲେଶ୍ୱରରେ ୩୩୪, ଭୁବନେଶ୍ୱରରେ ୩୩୪, କେନ୍ଦୁଝରରେ ୩୨୬, ତାଳଚେରରେ ୩୦୪ ରହିଛି । ରାଇରଙ୍ଗପୁରରେ ପ୍ରଦୂଷଣ ମାତ୍ରା ୩୦୦ ଏବଂ ବଡ଼ବିଲରେ ୨୯୨ ରହିଛି, ଯାହା ସାଂଘାତିକ ସ୍ଥିତି ବୋଲି କୁହାଯାଉଛି । ସୋମବାର କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ ବା ସିପିସିବିର ତଥ୍ୟ ଅନୁସାରେ, ବାଲେଶ୍ୱର ସହରର ବାୟୁର ସୂଚକାଙ୍କ ମାନ ଅତି ସାଂଘାତିକ ସ୍ତରରେ ରହିଥିଲା । ଇଛଓ କ୍ୟାଟାଗୋରୀ ଅନୁଯାୟୀ, ବାୟୁ ପ୍ରଦୂଷଣ ମାତ୍ରା ୩୦୦ରୁ ଅଧିକ ରହିଲେ ସାଂଘାତିକ ବୋଲି ଧରାଯାଏ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି