Masthead

ଯୁକ୍ତ ୩ ପରୀକ୍ଷାରେ ସଫଳତା

ସାଲେପୁର, (ବଡ଼ ଖବର ବ୍ୟୁରୋ): ପ୍ରକାଶ ପାଇଛି +୩ ପରୀକ୍ଷା ଫଳ। ସାଲେପୁର ସ୍ଵୟଂଶାସିତ ମହାବିଦ୍ୟାଳୟରେ ପାସ୍ ହାର ୯୨.୪୫ ରହିଥିବା ବିଦ୍ୟାଳୟ ଅଧ୍ୟକ୍ଷ ଉମେଶ ଚନ୍ଦ୍ର ପତି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। କଳା ବିଭାଗରେ ୯୨.୭୭, ବିଜ୍ଞାନରେ ୯୪.୫୯ ଓ ବାଣିଜ୍ୟରେ ୮୮.୬୨ ରେଜଲ୍ଟ ହୋଇଛି। କଳାରେ ୨୫୬ ଜଣ ନାମ ଲେଖାଇଥିବା ବେଳେ ୨୩୫ ଜଣ ପରୀକ୍ଷା ଦେଇଥିଲେ। ସେଥିରୁ ୨୧୮ ପାସ ହୋଇଛନ୍ତି। ସେହିଭଳି ବିଜ୍ଞାନରେ ୨୦୮ ଜଣ ନାମ ଲେଖାଇଥିବା ବେଳେ ୧୮୫ ଜଣ ପରୀକ୍ଷା ଦେଇଥିଲେ, ୧୭୫ ଜଣ ପାସ କରିଛନ୍ତି। ବାଣିଜ୍ୟରେ ମଧ୍ୟ ୧୨୮ ଜଣ ନାମ ଲେଖାଇଥିଲେ। ପରୀକ୍ଷା ଦେଇଥିବା ୧୨୩ ଜଣଙ୍କ ମଧ୍ୟରୁ ୧୦୯ ଜଣ ପାସ ହୋଇଥିବା ସୂଚନା ମିଳିଛି। କଳାରେ ଜ୍ୟୋତିର୍ମୟୀ ମିଶ୍ର, ବିଜ୍ଞାନରେ ସତ୍ୟସ୍ମିତା ସ୍ୱାଇଁ ଓ ବାଣିଜ୍ୟରେ ଭକ୍ତରଞ୍ଜନ ମିଶ୍ର ଟପ୍ପର ହୋଇଛନ୍ତି। ଛାତ୍ରଙ୍କଠାରୁ ଛାତ୍ରୀମାନେ ଭଲ ରେଜଲ୍ଟ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସ୍ଥାନୀୟ ବିଧାୟକ ପ୍ରଶାନ୍ତ ବେହେରାଙ୍କ ସମେତ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଉପସ୍ଥିତ ଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼