Masthead

ଆପକୁ ବଡ଼ ଝଟକା, ଛତିଶଗଡ଼ ରାଜ୍ୟ ସଭାପତିଙ୍କ ଇସ୍ତଫା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛନ୍ତି ସମସ୍ତ ରାଜନୈତିକ ଦଳ । ହେଲେ ଏହାରି ମଧ୍ୟରେ ଆସିଛି ଏକ ବଡ଼ ଖବର । ଆପକୁ ଲାଗିଛି ଝଟକା । ଦଳକୁ ବାଏ ବାଏ କରିଛନ୍ତି ଜଣେ ବଡ଼ ନେତା । ଗତମାସରେ ଗୁଜୁରାଟର ଜଣେ ବିଧାୟକ ଦଳ ଛାଡିଥିଲେ । ଆଉ ଏବେ ଛତିଶଗଡ଼ରେ ଲାଗିଛି ଏକ ବଡ଼ ଝଟକା । ଛତିଶଗଡ଼ ରାଜ୍ୟ ସଭାପତି କୋମଲ ହୁପେଣ୍ଡି ଦଳରୁ ଇସ୍ତଫା ଦେଇଛନ୍ତି । ୬ ଜଣ ପର୍ୟ୍ୟବେକ୍ଷକଙ୍କ ସହିତ କୋମଲ ଦଳ ଛାଡ଼ିଛନ୍ତି ।

ଗତ ଡିସେମ୍ବର ମାସ ୧୩ ତାରିଖରେ ଗୁଜରାଟ ବିଧାନସଭାର ଆପ ବିଧାୟକ ଭୂପତ ଭାୟାଣୀ ନିଜ ପଦରୁ ଇସ୍ତଫା ଦେଇଥିଲେ । ଦଳର ଶୀର୍ଷ ନେତୃତ୍ୱ ଉପରେ ଅସନ୍ତୋଷ ଜାହିର କରି ଏହି ନେତାମାନେ ଇସ୍ତଫା ଦେଇଥିବା କୁହାଯାଉଛି । ‘ଇଣ୍ଡିଆ’ ମହାମେଣ୍ଟ ସହିତ ବୁଝାମଣା କାରଣରୁ ଗତ ନଭେମ୍ବର-ଡିସେମ୍ବର ମାସରେ ସମାପ୍ତ ହୋଇଥିବା ରାଜ୍ୟ ବିଧାନସଭା ନିର୍ବାଚନରେ ଦଳକୁ ବହୁତ କ୍ଷତି ସହିବାକୁ ପଡ଼ିଥିଲା । ଆପରେ ସାମିଲ ହୋଇ କିଛି ନେତା ସମାଜ ପାଇଁ କିଛି କରିବାକୁ ଚାହୁଁଥିଲେ । ଛତିଶଗଡ଼ରେ ଆପ ଦୁର୍ବଳ ସ୍ଥିତିରେ ଥିଲା । ମାତ୍ର ନେତାମାନେ କଠିନ ପରିଶ୍ରମ କରି ସଂଗଠନକୁ ମଜବୁତ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜେଲ୍ ରୁ ମୁକୁଳି ପାରିବେନି ଦାରା ସିଂ! 🔴 ୨ ହଜାରରୁ କମ୍ UPI ଦେଣନେଣ ଦେୟମୁକ୍ତ 🔴 ଖଟିଆରେ ବୁହା ହେଲା ଦୁଇ ଭାଇଙ୍କ ମୃତଦେହ 🔴 ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୩ ବାତ୍ୟାର ଆଶଙ୍କା, ଗୋଟିଏ ନେଇ ପାରେ ଶକ୍ତିଶାଳୀ ରୂପ 🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଜେଲ୍ ରୁ ମୁକୁଳି ପାରିବେନି ଦାରା ସିଂ! 🔴 ୨ ହଜାରରୁ କମ୍ UPI ଦେଣନେଣ ଦେୟମୁକ୍ତ 🔴 ଖଟିଆରେ ବୁହା ହେଲା ଦୁଇ ଭାଇଙ୍କ ମୃତଦେହ 🔴 ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୩ ବାତ୍ୟାର ଆଶଙ୍କା, ଗୋଟିଏ ନେଇ ପାରେ ଶକ୍ତିଶାଳୀ ରୂପ 🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ