Masthead

ବିମାନ ଟଏଲେଟରେ ଫସିଲେ ଯାତ୍ରୀ

ବେଙ୍ଗାଲୁରୁ (ବଡ଼ ଖବର ବ୍ୟୁରୋ): ସ୍ପାଇସଜେଟ୍‌ ବିମାନ ଟଏଲେଟରେ ଫସିଲେ ଯାତ୍ରୀ । ମୁମ୍ବାଇ ବେଙ୍ଗାଲୁରୁ ବିମାନରେ ପାଖାପାଖି ଦେଢଘଣ୍ଟାରୁ ଅଧିକ ସମୟ ଫସିଯାଇଥିଲେ ଯାତ୍ରୀ । ଟଏଲେଟ ଡୋର୍‌ ଲକ୍‌ ହୋଇଯିବା କାରଣରୁ ସେ ଟଏଲେଟରୁ ବାହାରି ପାରି ନଥିଲେ । ଏହାପରେ କେମ୍ପାଗୌଡା ବିମାନ ବନ୍ଦରରେ ପହଞ୍ଚିବା ପରେ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଥିଲା । ଏପରି ଅଭାବନୀୟ ଘଟଣା ଘଟିଛି ମୁମ୍ବାଇରୁ ବେଙ୍ଗାଲୁରୁ ଯାଉଥିବା ଏକ ବିମାନରେ । ପ୍ରାୟ ଏକ ଘଣ୍ଟା ଧରି ବିମାନର ଶୌଚାଳୟରେ ଫସି ରହିଥିଲେ ଯାତ୍ରୀ ଜଣକ । ବିମାନ ନମ୍ବର ଏସଜି ୨୬୮ରେ ବେଙ୍ଗାଲୁରୁ ବିମାନ ବନ୍ଦରରୁ ମୁମ୍ବାଇ ଅଭିମୁଖେ ବାହାରିଥିଲା ସ୍ପାଇସଜେଟ ।

ରାତି ୧୦ଟା ୫୫ରେ ବିମାନଟି ବେଙ୍ଗାଲୁରୁ ଛାଡିଥିଲା । କିନ୍ତୁ ମଝି ଆକାଶରେ ଘଟିଗଲା ଅଘଟଣ । ଯାତ୍ରୀ ଜଣକ ଟଏଲେଟ ଯାଇଥିବାବେଳେ ଅଚାନକ ଏହା ଆପେ ଆପେ ଲକ୍‌ ହୋଇଯାଇଥିଲା । ସେ ଯେତେ ଚେଷ୍ଟା କଲେ ବି ବିମାନ ଶୌଚାଳୟର କବାଟ ଖୋଲି ପାରିନଥିଲେ ।ଏହାପରେ ଜଣେ ଏୟାର ହୋଷ୍ଟେସ ବ୍ୟକ୍ତିଙ୍କ ସାହାସ ବଢାଇଥିଲେ । ଏକ ନୋଟ୍‌ ଲେଖି ସେ କବାଟ ଫାଙ୍କରୁ ତାଙ୍କୁ ଦେଇଥିଲେ । ସେଥିରେ ସେ ଲେଖିଥିଲେ ସାର୍‌ ଆମେ କବାଟ ଖୋଲିବା ପାଇଁ ଚେଷ୍ଟା ଜାରି ରଖିଛୁ ।

କିନ୍ତୁ କରିପାରୁନାହିଁ । ଭୟଭୀତ ହୁଅନ୍ତୁ ନାହିଁ । କିଛି ସମୟରେ ଆମେ ଅବତରଣ କରିବୁ । କମୋଡର କଭର ବନ୍ଦ କରି ତା ଉପରେ ବସିଥାନ୍ତୁ । ମେନ୍‌ ଡୋର୍‌ ଖୋଲା ହେବା ମାତ୍ରେ ଇଞ୍ଚିନିଅର ଆସି ପହଞ୍ଚିବେ । ତେବେ ଏହି ଘଟଣାରେ ବିମାନ କମ୍ପାନୀ ଦୁଃଖ ପ୍ରକାଶ କରିଛି । ଏହା ସହ ପୀଡ଼ିତଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆ ଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ