Masthead

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

ଯାଜପୁର (ବଡ଼ ଖବର ବ୍ୟୁରୋ): ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଜରି ଅଞ୍ଚଳରେ ନାବାଳିକା ଦୁଷ୍କର୍ମ ଘଟଣା । ୨୦୨୧ମସିହା ଏପ୍ରିଲ ମାସ ୨୧ତାରିଖରେ ନିଜର ପଡୋଶୀ ବୈକୁଣ୍ଠନାଥ ମଲ୍ଲିକ ଙ୍କ ଘରକୁ ମୋବାଇଲ ଚାର୍ଜ କରିବାକୁ ଯାଇଥିବା ସମୟରେ ଏକୁଟିଆ ପାଇ ବୈକୁଣ୍ଠନାଥ ନାବାଳିକାକୁ ଦୁଷ୍କର୍ମ କରିଥିଲା । ଏହି ଘଟଣା କାହା ଆଗରେ ପ୍ରକାଶ କଲେ ଜୀବନରୁ ମାରିଦେବ ବୋଲି ନାବାଳିକାକୁ ଧମକ ଦେଇଥିଲା । ପରେ ନାବାଳିକା ସହ ଏକାଧିବାର ଦୁଷ୍କର୍ମ କରିଥିଲା ।

ଏହି ଘଟଣାକୁ ନେଇ ପୀଡିତା ନାବାଳିକା ବିଂଝାରପୁର ଥାନାରେ ୨୦୨୧ମସିହା ଡିସେମ୍ବର ମାସ ୨୫ତାରିଖରେ ଏକ ଲିଖିତ ଅଭିଯୋଗ କରିଥିଲା । ବିଂଝାରପୁର ଥାନା ପୋଲିସ ଲିଖିତ ଅଭିଯୋଗକୁ ଭିତ୍ତି କରି ଏକ ମୋକଦ୍ଦମା ରୁଜୁ କରିଥିଲା । ଅଭିଯୁକ୍ତ ବୈକୁଣ୍ଠନାଥକୁ ଗିରଫ କରି ଜେଲ ପଠାଇଦେଇଥିଲେ । ବୁଧବାର ଦିନ ଯାଜପୁରର ଅତିରିକ୍ତ ଜିଲ୍ଲା ଦୌରାଜଜ ତଥା ସ୍ୱତନ୍ତ୍ର ପୋସ୍କୋ କୋର୍ଟ ୧୮ଜଣଙ୍କ ସାକ୍ଷୀଙ୍କ ସାକ୍ଷକୁ ଭିତ୍ତି କରି ଅଭିଯୁକ୍ତ ବୈକୁଣ୍ଠନାଥକୁ ଆଜୀବନ କରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସେପଟେ ନାବାଳିକା ଜଣଙ୍କ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିବାବେଳେ ପୀଡିତା ଓ ତାହାର ପୁତ୍ର ସନ୍ତାନର ଭବିଷ୍ୟତ ପାଇଁ ୭ଲକ୍ଷ୍ ଟଙ୍କା କ୍ଷତି ପୂରଣ ଦେବା ପାଇଁ ନିର୍ଦେଶ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ