Masthead

ପ୍ରଧାନମନ୍ତ୍ରୀ ଜାରି କଲେ ରାମମନ୍ଦିର ଡାକ ଟିକଟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀରାମ ଜନ୍ମଭୂମି ମନ୍ଦିର ଉପରେ ଏକ ସ୍ମାରକ ଡାକ ଟିକେଟ୍‌ ଉନ୍ମୋଚନ କରିଛନ୍ତି। ଏହା ସହିତ ପ୍ରଧାନମନ୍ତ୍ରୀ ସାରା ବିଶ୍ୱରେ ପ୍ରଭୁ ରାମଙ୍କ ଉପରେ ପ୍ରକାଶିତ ଷ୍ଟାମ୍ପଗୁଡ଼ିକର ଏକ ପୁସ୍ତକ ମଧ୍ୟ ପ୍ରକାଶ କରିଛନ୍ତି । ୪୮ ପେଜ୍‌ର ଏହି ପୁସ୍ତକରେ ୨୦ ଦେଶର ଟିକେଟ୍‌ ରହିଛି। ପ୍ରଧାନମନ୍ତ୍ରୀ ମୋଦି ୬ଟି ଡାକ ଟିକେଟ୍‌ ଜାରି କରିଛନ୍ତି। ଏହି ଟିକଟରେ ରାମ ମନ୍ଦିର, ଚୌପାଇ ମଙ୍ଗଳ ଭବନ ଅମଙ୍ଗଲ ହରି, ସୂର୍ଯ୍ୟ, ସରଯୁ ନଦୀ ଏବଂ ମନ୍ଦିର ଓ ଏହାର ଆଖପାଖରେ ଥିବା ମୂର୍ତ୍ତିଗୁଡ଼ିକୁ ଦର୍ଶାଯାଇଛି। ବିଭିନ୍ନ ସମାଜ ଉପରେ ଶ୍ରୀରାମଙ୍କ ଆନ୍ତର୍ଜାତିକ ଆକର୍ଷଣକୁ ପ୍ରଦର୍ଶିତ କରିବା ପାଇଁ ଏହି ଷ୍ଟାମ୍ପ ବୁକ୍ ଏକ ପ୍ରୟାସ। ୪୮ ପୃଷ୍ଠାର ଏହି ପୁସ୍ତକରେ ଆମେରିକା, ନ୍ୟୁଜିଲାଣ୍ଡ, ସିଙ୍ଗାପୁର, କାନାଡା, କାମ୍ବୋଡିଆ ଏବଂ ଜାତିସଂଘ ଭଳି ସଂଗଠନ ସମେତ ୨୦ରୁ ଅଧିକ ଦେଶ ଜାରି କରିଥିବା ଷ୍ଟାମ୍ପ ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା