Masthead

ସମ୍ ହସ୍ପିଟାଲ ଫୁଲନଖରା କ୍ୟାମ୍ପସର ଆଜି ଲୋକାର୍ପଣ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସ୍ୱାସ୍ଥ୍ୟ ହେଉଛି ମଣିଷର ସୁଖ ଓ ସୁସ୍ଥତାର ମୂଳପିଣ୍ଡ। ସ୍ୱାସ୍ଥ୍ୟ ଠିକ୍ ରହିଲେ ସବୁ କିଛି ଠିକ୍ ରୁହେ। ତେବେ ସ୍ୱାସ୍ଥ୍ୟ ସେବାକୁ ନେଇ ଓଡ଼ିଶାବାସୀଙ୍କ ପାଇଁ ଆସିଛି ଖୁସି ଖବର। ସମ୍ ହସ୍ପିଟାଲ ଓଡ଼ିଶାବାସୀଙ୍କୁ ଭେଟି ଦେଇଛି ଉପହାର। ଭୁବନେଶ୍ୱର ଓ କଟକ ମଧ୍ୟବର୍ତ୍ତୀ ୧୬ ନମ୍ବର ଜାତୀୟ ରାଜପଥରେ ଆଇଏମଏସ ଓ ସମ୍ ହସ୍ପିଟାଲର ଫୁଲନଖରା କ୍ୟାମ୍ପସ ଶୁଭ ଉଦଘାଟନ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାଣଙ୍କ ଉଦ୍ଦେଶ୍ୟରେ ଆଜି ଏହି ନୂତନ ହସ୍ପିଟାଲକୁ ଲୋକାର୍ପିତ କରିବେ। ଯେଉଁଠି ଅତ୍ୟାଧୁନିକ ମେସିନ ସହ ରହିଛ ସର୍ବୋକୃଷ୍ଟ ରୋଗୀ ସେବା। ସ୍ୱାସ୍ଥ୍ୟସେବାରେ ଏହା ହେବ ରାଜ୍ୟର ସବୁଠୁ ଅତ୍ୟାଧୁନିକ ହସ୍ପିଟାଲ । ସମ୍ ହସ୍ପିଟାଲର ଫୁଲନଖରା କ୍ୟାମ୍ପସ୍‌ରେ ସମସ୍ତ ବିଭାଗ ସହିତ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ସମ୍ମିଳିତ ସରଞ୍ଜାମ ସହ ସ୍ବାସ୍ଥ୍ୟ ସେବା ପ୍ରଦାନ କରାଯିବ। ଏହି ହସ୍ପିଟାଲରେ ରାଜ୍ୟର ଯେକୌଣସି ସ୍ଥାନରୁ ରୋଗୀଙ୍କୁ ପହଞ୍ଚିବାରେ ସୁବିଧା ହେବ ।

ଏଠାରେ ଜେନେରାଲ୍ ମେଡିସିନ୍, ରେସ୍ପି ରେଟାରୀ ମେଡିସିନ୍, ପେଡିଆଟ୍ରିକ୍ସ, ନିଓନାଟୋଲୋଜି, କ୍ରିଟିକାଲ୍ କେୟାର ମେଡିସିନ୍, ସାଇକିଆଟ୍ରି, ଆନେସ୍ଥେସିଓଲୋଜି, ରେଡିଓ- ଡାଏଗ୍ନୋସିସ, ଇମର୍ଜେନ୍‌ସି ମେଡିସିନ୍, ଇମ୍ୟୁନୋ ହେମାଟୋଲୋଜି ଆଣ୍ଡ ବ୍ଲଡ୍ ଟ୍ରାନ୍‌ସଫ୍ୟୁଜନ୍, ରେଡିଏସନ୍ ଅଙ୍କୋଲୋଜି, ନ୍ୟୁକ୍ଲିୟର ମେଡିସିନ୍, ମେଡିକାଲ୍ ଅଙ୍କୋଲୋଜି, ପେଡିଆଟ୍ରିକ୍ ଅଙ୍କୋଲୋଜି, ଜେନେରାଲ୍ ସର୍ଜରୀ, ଅର୍ଥୋପେଡିକ୍ସ, ଅବଷ୍ଟ୍ରେଟ୍ରିକ୍ସ ଆଣ୍ଡ ଗାଏନାକୋଲୋଜି, ଇଏନ୍‌ଟି, ପାଥୋଲୋଜି ଆଣ୍ଡ ମାଇକ୍ରୋବାୟୋଲୋଜି ଭଳି ବିଭାଗ ରହିଛି। ଜନସାଧାରଣଙ୍କୁ ସର୍ବୋତ୍କୃଷ୍ଟ ଓ ଉତ୍ସର୍ଗୀକୃତ ସେବା ଯୋଗାଇବାରେ ସମ୍‌ର ଫୁଲନଖରା କ୍ୟାମ୍ପସ୍ ବେଶ୍ ସହାୟକ ହେବ ।

ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଡ.ମନୋଜରଞ୍ଜନ ଓ ନାୟକଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟ (ସୋଆ) ଆଜି ଉଚ୍ଚଶିକ୍ଷାରେ ସମଗ୍ର ଭାରତରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି। ସୋଆ ଦ୍ୱାରା ୨୦୦୫ରେ ପ୍ରତିଷ୍ଠା ହୋଇଥିବା ସମ୍ ହସପିଟାଲ ଦୀର୍ଘ ୧୮ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଜନସାଧାରଣଙ୍କୁ ଅବିରତ ଓ ଉତ୍ସର୍ଗୀକୃତ ଭାବେ ସ୍ଵାସ୍ଥ୍ୟସେବା ପ୍ରଦାନ କରି ଆସୁଛି। ଏହି ଅନୁଷ୍ଠାନ ଏବେ ଓଡ଼ିଶା ତଥା ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ସବୁଠାରୁ ନିର୍ଭରଯୋଗ୍ୟ ଓ ଲୋକପ୍ରିୟ ସ୍ୱାସ୍ଥ୍ୟ ସେବା କେନ୍ଦ୍ର। ୨୦୦୫ ମସିହାରେ ରାଜ୍ୟବାସୀଙ୍କୁ ସ୍ବାସ୍ଥ୍ୟ ସେବା ପ୍ରଦାନ ଲକ୍ଷ୍ୟ ନେଇ ଆରମ୍ଭ ହୋଇଥିବା ଆଇଏସ୍ଏସ୍ ଓ ସମ୍ ହସ୍ପିଟାଲ୍ ୨୦୨୩ ମସିହାରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ଵାରା ପରିଚାଳିତ ନ୍ୟାସନାଲ୍ ଇନ୍‌ଷ୍ଟିଚ୍ୟୁସନାଲ୍ ଓ ରାଙ୍କିଙ୍ଗ ଫ୍ରେମୱାର୍କ (ଏନ୍‌ ଆଇଆରଏଫ୍) ରାଙ୍କିଙ୍ଗରେ ଦେଶର ୧୬ତମ ଶ୍ରେଷ୍ଠ ମେଡିକାଲ୍ ଭାବେ ସ୍ଥାନିତ ହୋଇଛି।

ଏହି ହସ୍ପିଟାଲରେ ବର୍ତ୍ତମାନ ୨୨୫୦ ଶଯ୍ୟା ରହିଥିବା ବେଳେ ବର୍ଷକ ମଧ୍ୟରେ ଏହା ୩ ହଜାର ଶଯ୍ୟାକୁ ବୃଦ୍ଧି କରାଯିବାର ଯୋଜନା ରହିଛି। ୨୦୨୦ ମସିହାରେ କୋଭିଡ୍-୧୯ ମହାମାରୀରେ ରାଜ୍ୟ ସରକାରଙ୍କୁ ପୂର୍ଣ୍ଣ ସମର୍ଥନ ଯୋଗାଇ ସମ୍ ହସ୍ପିଟଲ୍‌ ଦୀର୍ଘ ୨ ବର୍ଷରୁ ଅଧିାକ ସମୟ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ୫ଟି କୋଭିଡ ହସ୍ପିଟାଲ୍‌ ପରିଚାଳନା କରିଥିଲା । ଆଇଏମ୍ଏସ୍ ଓ ସମ୍ ହସ୍ପିଟାଲର ବିଶେଷଜ୍ଞ ଡାକ୍ତରମାନେ ଫୁଲନଖରାର ଏହି ନୂତନ ହସ୍ପିଟାଲରେ ମଧ୍ୟ ସ୍ବାସ୍ଥ୍ୟସେବା ପ୍ରଦାନ କରିବେ । ଏଠାରେ ୨୪ ଘଣ୍ଟା ଜରୁରୀକାଳୀନ ସେବା ପ୍ରଦାନ କରାଯିବା ସହ ଆଇସିୟୁ, ଆଇସିସିୟୁ, ପିଆଇସିୟୁ, ଏନ୍‌ଆଇସିୟୁ ଏବଂ ସ୍ବତନ୍ତ୍ର ଭାବେ କାର୍ଡିଓଥୋରାସିକ୍ ଆଣ୍ଡ ଭାସ୍କୁଲାର ସର୍ଜରୀ (ସିଟିଭିଏସ୍ ) ଓ ହେମାଟୋ ଅଙ୍କୋଲୋଜି ରୋଗୀଙ୍କ ନିମନ୍ତେ ଆଇସିୟୁ ଉପଲବ୍ଧ ହେବ। ସମ୍ ଓ ସମ ଅଲଟିମେଟ୍ ଭଳି ଫୁଲନଖରା କ୍ୟାମ୍ପସ ହେବ ଗୁଣାତ୍ମକ ସ୍ବାସ୍ଥ୍ୟସେବାର ନୂଆ ଠିକଣା। ରୋଗୀମାନେ ଉତ୍ତମ ସ୍ୱାସ୍ଥ୍ୟସେବା ସହ ପାଇବେ ଅତ୍ୟାଧୁନିକ ମେସିନର ଚିକିତ୍ସା। ରୋଗୀମାନଙ୍କୁ ଆଉ ବାହାରକୁ ଯିବାକୁ ପଡ଼ିବ ନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ