Masthead

ଯଶସ୍ୱୀର ପ୍ରତୀକ ରାମଲାଲ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଦିବ୍ୟ, ଅପୂର୍ବ, ଅଲୌକିକ। ସେ ମୁହଁ ପାଇଁ କିଛି ଶବ୍ଦ ନାହିଁ। କୌଶଲ୍ୟା ନନ୍ଦନ। କୈକେୟୀଙ୍କ ପ୍ରାଣ ଧନ। ପ୍ରଭୁ ରଘୁନନ୍ଦନ। ୫ ବର୍ଷର ବାଳକ ରୂପରେ ଦେଲେ ଦିବ୍ୟଦର୍ଶନ। କମଳନୟନ ପ୍ରଭୁ ରାଜାରାମ। ନୟନ ନୁହେଁଁ ପ୍ରତି ରାମଭକ୍ତଙ୍କ ବିମୋହିତ କରୁଥିବା ମନ। ଆଉ ସେ ଓଠ। ଓଠର ମୁରୁକି ହସ। ଯେ କେହି ଦେଖିଲେ ହେବ ବେହୋସ। ମସ୍ତକରେ ସିନ୍ଦୂର ଟୋପା।

ଲଲାଟରେ ରାମ ତିଳକ। ସରଳ, ନିଷ୍କପଟ, ଯଶସ୍ୱୀର ପ୍ରତୀକ। ସୁନ୍ଦରତାକୁ ଭବ୍ୟ ଦେଉଛି ରୂପ। ଅଧରରେ ଧଣ୍ଡାମାଳ। ହୀରାମୋତି ମାଣିକରେ ଚିକମିକ ରତ୍ନହାର। ପଦ୍ମ ଉପରେ ଧନୁ-ଶର ଧରି ବିରାଜିଛନ୍ତିି ରଘୁନନ୍ଦନ। ୫ ବର୍ଷର ବାଳକ ରୂପରେ ମୋହୁଛନ୍ତି ସମସ୍ତଙ୍କର ମନ। ପ୍ରଭୁ ଶ୍ରୀରାମ ନୁହେଁ ଦେଖିଲେ ଲାଗୁଛି ଯେମିତି ସେ ସମସ୍ତଙ୍କ କୂଳନନ୍ଦନ। ବୋଲ ମାନୁ ନାହିଁ ମନ।

ସେ ମୁହଁଙ୍କୁ ଦେଖିଲା ପରେ ବଢୁଛି ହୃଦସ୍ପନ୍ଦନ। ଅମାନିଆ ଲୁହ। ଦୁଃଖର ନୁହେଁ ଖୁସିର। କାହିଁକି ନା ସେ ପରା ସମସ୍ତଙ୍କ ଅତି ନିଜର। କାନରେ କୁଣ୍ଡଳ, ବେକରେ ହାର ଆଉ ହାତରେ ଧନୁ ତୀର। ଲାଗୁଛି ଯେମିତି ଲାଗିଯିବ ସମସ୍ତଙ୍କ ନଜର। ମେଳା ଲାଗିଛି। ସମସ୍ତେ ଆସିଛନ୍ତି। ଲାଗୁଛି ଯେମିତି ସ୍ୱର୍ଗପୁରୀରୁ ଏ ଅପୂର୍ବ ଦର୍ଶନ କରିବା ପାଇଁ ମତ୍ର୍ତ୍ୟକୁ ଓହ୍ଲାଇଛନ୍ତି ଦେବତାଗଣ।

ରାମଭକ୍ତ ହୋଇ ରାମପ୍ରେମୀ ହୋଇ। ଆକାଶରୁ କରୁଛନ୍ତି ପୁଷ୍ପବୃଷ୍ଟି। ରାମଭକ୍ତଙ୍କ ଆଖିରେ ଖୁସିର ଲୁହ। ସବୁ ପ୍ରତିକ୍ଷାର ଘଟିଛି ଅନ୍ତ। ଏ ମନ ଯାହା ଚାହୁଁଥିଲା ତାହା ପୂରଣ ହୋଇଛି। ୫୦୦ ବର୍ଷର ସେ ତ୍ୟାଗ, ସଙ୍ଘର୍ଷ ଓ ବଳିଦାନର ପୂର୍ଣ୍ଣାହୂତି ହୋଇଛି। ନବ ବଧୂ ଭଳି ସଜେଇ ହୋଇଛି ଅଯୋଧ୍ୟା ରାମ ମନ୍ଦିର। ଏବେ କୋଳରେ ପ୍ରଭୁଙ୍କୁ ମଣ୍ଡନ କରି ଧନ୍ୟ ଅଯୋଧ୍ୟା ଧାମ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ