Masthead

ବର୍ଷା ଭାଙ୍ଗିଦେଲା ସୁଖ ସପନ

ବୀରମହାରାଜପୁର (ବଡ଼ ଖବର ବ୍ୟୁରୋ): ଲଘୁଚାପ ବର୍ଷା ଅମଳ ହେବାକୁ ଥିବା ଫସଲ ଉଜାଡି ଦେଇଛି । ବିଭିନ୍ନ ସ୍ଥାନରେ ନଷ୍ଟ ହୋଇଛି ଶହ ଶହ ଏକର ଜମିରେ ହୋଇଥିବା ଫସଲ । ମୁଖ୍ୟତଃ ଧାନ କିଆରିରେ ପାଣି ଜମିରହିବାରୁ ଧାନ ଗଜା ହୋଇଯାଇଛି । ଫସଲ ଅମଳର ଶେଷ ପର୍ଯ୍ୟାୟରେ ଅଦିନିଆ ଲଘୁଚାପ ବର୍ଷା ଚାଷୀଙ୍କ ଚିନ୍ତା ବଢାଇ ଦେଇଛି ।

ଯୁଜୁମୁରା ବ୍ଲକ ଉପକଣ୍ଠ ଡ଼ଙ୍ଗରପଡା ପଞ୍ଚାୟତ ହିରୋ ଗାଁର ଚାଷୀ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ଧାନ ଫସଲ ଅଦିନିଆ ଲଘୁଚାପ ବର୍ଷାରେ ଧୋଇ ହୋଇଯାଇଛି । ଧାନ କିଆରିରେ ପାଣି ଜମିବା ସହ ସମସ୍ତ ଧାନ ଗଜା ହୋଇଯାଇଛି । ଅଦିନିଆ ବର୍ଷାରେ ଚାଷୀ ମୃତ୍ୟୁଞ୍ଜୟଙ୍କ ୩.୫ ଏକର ଜମିରେ ହୋଇଥିବା ଧାନ ନଷ୍ଟ ହୋଇଯାଇଛି । ସେ ଚାଷ ପାଇଁ ଋଣ କରିଥିଲେ । ଏବର୍ଷ ଚାଷ ଭଲ ହୋଇଥିବାରୁ ଅମଳ ମଧ୍ୟ ଭଲ ହେବ ବୋଲି ସେ ଆଶା ରଖିଥିଲେ । କିନ୍ତୁ ଅଦିନିଆ ବର୍ଷା ସବୁକିଛି ଛଡେଇ ନେଇଛି । ମୃତ୍ୟୁଞ୍ଜୟଙ୍କ ସହ ତାଙ୍କ ଗାଁର ବିଭିନ୍ନ ଚାଷୀଙ୍କ ଫସଳ ଖାଇଯାଇଛି ଅଦିନିଆ ବର୍ଷା । ହିରୋ ଗ୍ରାମକୁ କୃଷି ବିଭାଗ ତରଫରୁ କିଛି ଅଧିକାରୀ ଆସି ନଷ୍ଟ ହୋଇଥିବା ଜମିରେ ବୁଲି ଅନୁଧ୍ୟାନ କରି କ୍ଷୟକ୍ଷତିର ଆକଳନ କରିଛନ୍ତି । ପ୍ରଶାସନ ତରଫରୁ କେବେ ସରକାରୀ ସହାୟତା ଘୋଷଣା ହେବ କ୍ଷତିଗ୍ରସ୍ତ ଚାଷୀମାନେ ଅପେକ୍ଷା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା