Masthead

ଜୋର୍ଡାନରେ ଆମେରିକୀୟ ସେନା କ୍ୟାମ୍ପକୁ ଟାର୍ଗେଟ୍‌, ୩ ମୃତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଜୋର୍ଡାନରେ ଆମେରିକୀୟ ସେନା କ୍ୟାମ୍ପକୁ ଟାର୍ଗେଟ୍‌ । ଡ୍ରୋନ୍ ଆକ୍ରମଣରେ ୩ ମୃତ, ୩୦ରୁ ଅଧିକ ଗୁରୁତର । ସିରିଆ ସୀମା ନିକଟ ଉତ୍ତରପୂର୍ବ ଜୋର୍ଡାନରେ ଆକ୍ରମଣ । ଦୀର୍ଘଦିନ ପରେ ମଧ୍ୟପ୍ରାଚ୍ୟ ଦେଶରେ ଆମେରିକୀୟ ସୈନ୍ୟଙ୍କୁ ହୋଇଛି ଟାର୍ଗେଟ୍ । ଆକ୍ରମଣ ପାଇଁ ଇରାନକୁ ଦାୟୀ କଲା ଆମେରିକା । ଇରାନ୍ ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀ ଆକ୍ରମଣ କରିଥିବା କହିଲା । ଘଟଣାକୁ ନିନ୍ଦା ସହ କଡ଼ା କାର୍ୟ୍ୟାନୁଷ୍ଠାନ ନିଆଯିବ କହିଲେ ବାଇଡେନ୍ ଅଶାନ୍ତ ବିଶ୍ୱ !

ରବିବାର ଦିନ ସିରିୟା ସୀମାବର୍ତ୍ତୀ ଉତ୍ତରପୂର୍ବ ଜୋର୍ଡାନରେ ଆମେରିକା ସେନା ଉପରେ ଡ୍ରୋନ ଆଟାକ ହୋଇଛି । ଏହାକୁ ଆତଙ୍କବାଦୀ ଆକ୍ରମଣ କହିଛି ଜୋର୍ଡାନ । ତେବେ ଇସ୍ରାଏଲ- ହମାସ ଯୁଦ୍ଧ ମଧ୍ୟରେ ପ୍ରଥମ ଥର ପାଇଁ ଆମେରିକା ସେନାଙ୍କ ଜୀବନ ଯାଇଛି । ଏନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ନିଜ ପ୍ରତିକ୍ରିୟା ରଖିଛନ୍ତି । ରବିବାର ବାଇଡେନ କହିଛନ୍ତି, “ଯଦିଓ ଆମେ ଏବେବି ଏହି ଆକ୍ରମଣର ତଦନ୍ତ କରୁଛୁ ତଥାପି ଆମେ ଜାଣିଛୁ ଯେ ଏହି ଆକ୍ରମଣ ଇରାନ ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀ ଯେଉଁମାନେ ସିରିୟା ଓ ଇରାକ ଦ୍ବାରା ପରିଚାଳିତ ସେହିମାନେ ହିଁ କରିଛନ୍ତି । ଆମେରିକା ଏହାର ଜବାବ ସମୟ ଆସିଲେ ନିଜ ଢଙ୍ଗରେ ଦେବ ।”

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ