୬ ଦଫା ଦାବି ନେଇ ନବରଙ୍ଗପୁର ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ତରଫରୁ ବନ୍ଦ ଡାକରା

ନବରଙ୍ଗପୁର (ବଡ଼ ଖବର ବ୍ୟୁରୋ): ୬ ଦଫା ଦାବି ନେଇ ନବରଙ୍ଗପୁର ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ତରଫରୁ ନବରଙ୍ଗପୁର ଜିଲ୍ଲା ବନ୍ଦ ପାଳନ କରାଯାଉଛି । ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଶୁଭଜିତ ପାଣିଗ୍ରାହୀଙ୍କ ନେତୃତ୍ୱରେ ବିଜେପି କାର୍ଯ୍ୟକର୍ତ୍ତାମାନେ ସହରର ବିଭିନ୍ନ ଛକ ମାନଙ୍କରେ ରାସ୍ତା ଅବରୋଧ କରିଛନ୍ତି । ମୁଖ୍ୟତଃ ସହର ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଫଳରେ ଯାନବାହନ ଚଳାଚଳ ବାଧା ପ୍ରାପ୍ତ ହୋଇଛି । ରାସ୍ତାର ଉଭୟ ପାର୍ଶ୍ଵରେ ଦୂରଦୂରାନ୍ତରୁ ଆସୁଥିବା ଗାଡି ଗୁଡିକ ଅଟକି ରହିଛି। ଦୋକାନ ବଜାର ସବୁ ବନ୍ଦ ରହିଛି । ନବରଙ୍ଗପୁର, ଜୟପୁର ଓ ନବରଂଗପୁର ଜୁନାଗଡ଼ ରେଳ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ଅର୍ଥ ବ୍ୟୟବରାଦ କରୁଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ତରଫରୁ ଜମି ଗ୍ରହଣରେ ଅହେତୁକ ବିଳମ୍ବ ପ୍ରତିବାଦ ହେଉଛି ।

ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତି ପ୍ରକ୍ରିୟା ରାଜ୍ୟ ଭିତ୍ତିକ ହୋଇ ଥିବାରୁ ଜିଲ୍ଲାର ଭିତ୍ତିକ ନିଯୁକ୍ତି ଦାବି , ଜିଲ୍ଲାର ଦୁଇଟି ପୁରାତ୍ତନ ମହାବିଦ୍ୟାଳୟ ନବରଙ୍ଗପୁର ମହାବିଦ୍ୟାଳୟ ଓ ଉମରକୋଟ ସ୍ଥିତ ପେଣ୍ଡରାଣି ମହବବିଦ୍ୟାଳୟକୁ ସରକାରୀ ମାନ୍ୟତା ପ୍ରଦାନ କରିବା ଦାବି , ଉମରକୋଟ ଠାରେ ପ୍ରସ୍ତାବିତ ୫୦୦ କୋଟି ଟଙ୍କା ବ୍ୟୟ ମୂଲ୍ୟର ଇଥନାଲ ପ୍ରୋଜେକ୍ଟ ପାଇଁ ଜମି ଅଧିଗ୍ରହଣ, ଜିଲ୍ଲାର ମେଡ଼ିକାଲ ମାନଙ୍କରେ ଡକ୍ଟର ଓ ବିଶେଷଜ୍ଞ ଡକ୍ଟର ନିଯୁକ୍ତି ଦାବି ସହ ଉମରକୋଟକୁ ସବଡିଭିଜନ ଦାବି ନେଇ ଏହି ବନ୍ଦ ପାଳନ କରାଯାଉଛି । ଯଦି ଖୁବ ଶୀଘ୍ର ଦାବି ପୂରଣ ନ ହୁଏ ଭବିଷ୍ୟତରେ ସଚିବାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି କହିଛନ୍ତି ନେତା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ