Masthead

ଆଜି ହେମନ୍ତ ସୋରେନଙ୍କୁ ପଚରାଉଚରା କରିପାରେ ଇଡି

ଝାଡଖଣ୍ଡ(ବଡ଼ ଖବର ବ୍ୟୁରୋ): ବଢ଼ିଲା ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଗିରଫଦାରୀ ଭୟ । ଆଜି ହେମନ୍ତ ସୋରେନଙ୍କୁ ଜେରା କରିପାରେ ଇଡି । ପତ୍ନୀଙ୍କୁ ଧରି ଦଳୀୟ ନେତା କର୍ମୀଙ୍କ ସହ ହେମନ୍ତଙ୍କ ଘନ ଘନ ବୈଠକ । ହେମନ୍ତ ସୋରେନଙ୍କ ପତ୍ନୀ ଆଗାମୀ ମୁଖ୍ୟମନ୍ତ୍ରୀ ହେବା ନେଇ ଦଳ ମଧ୍ୟରେ ଚର୍ଚ୍ଚା । ବହୁ ଚର୍ଚ୍ଚିତ ଜମି ଦୁର୍ନୀତି ମାମଲାରେ ଆଜି ରାଞ୍ଚିସ୍ଥିତ ବାସଭବନରେ ଇଡି ଜେରାର ସମ୍ମୁଖୀନ ହୋଇପାରନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌। ହେମନ୍ତଙ୍କ ଦିଲ୍ଲୀସ୍ଥିତ ଶାନ୍ତି ନିକେତନ ବାସଭବନରେ ରେଡ୍ କରି ଇଡି ଗତକାଲି ନଗଦ ୩୬ ଲକ୍ଷ ଟଙ୍କା, ଦୁଇଟି ଦାମୀ ଗାଡ଼ି ଓ ବହୁ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଇଡି ଜବତ କରିଥିଲା। ଏହାପରେ ତାଙ୍କ ଗିରଫଦାରୀ ଆଶଙ୍କା ବଢ଼ି ଯାଇଛି।

ପୂର୍ବରୁ ନଅ ନଅ ଥର ସମନ ଟାଳି ଇଡି କାର୍ଯ୍ୟାଳୟରେ ହାଜର ହୋଇନଥିଲେ ହେମନ୍ତ ସୋରେନ। ଦଶମ ଥର ଲାଗି ଜାନୁଆରୀ ୨୯ କିମ୍ବା ୩୦ରେ ହାଜର ହେବାକୁ ଇଡି ହେମନ୍ତଙ୍କୁ ଶେଷ ସୁଯୋଗ ଦେଇଥିଲା । ହେଲେ ହେମନ୍ତ ଓଲଟା ଇଡିକୁ ଚିଠି ଲେଖିଛନ୍ତି ଯେ, ସେ ବଜେଟ ପାଇଁ ବ୍ୟସ୍ତ । ରାଜନୈତିକ ଆକ୍ରୋଶ ରଖି ତାଙ୍କୁ ସମନ କରାଯାଇଛି। ଏହାପରେ ଆଜି ରାଞ୍ଚିସ୍ଥିତ ନିଜ ବାସଭବନରେ ଇଡିକୁ ଭେଟିବାକୁ ରାଜି ହୋଇଛନ୍ତି ହେମନ୍ତ ସୋରେନ। ଗତ ୨୦ରେ ମଧ୍ୟ ରାଞ୍ଚିସ୍ଥିତ ବାସଭବନରେ ହେମନ୍ତଙ୍କୁ ୭ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଥିଲା ଇଡି। ମୁଖ୍ୟମନ୍ତ୍ରୀଙ୍କ ବାସଭବନ, ଇଡି କାର୍ଯ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡି କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି