ଜ୍ଞାନବ୍ୟାପି ମସଜିଦରେ ପୂଜା କଲେ ପୂଜକ, ଶ୍ରଦ୍ଧାଳୁଙ୍କ ଭିଡ଼

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଜ୍ଞାନବ୍ୟାପୀ ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ବାରଣାସୀ କୋର୍ଟ। ହିନ୍ଦୁ ପକ୍ଷଙ୍କୁ ପୂଜା କରିବା ପାଇଁ ଅଧିକାର ମିଳିଛି । ବ୍ୟାସ ତହଖାନାରେ ହିନ୍ଦୁପକ୍ଷମାନେ ପୂଜା କରିପାରିବେ ବୋଲି କୋର୍ଟ ବୁଧବାର ଅନୁମତି ଦେଇଛନ୍ତି। ୭ ଦିନ ମଧ୍ୟରେ ବ୍ୟବସ୍ଥା କରିବାକୁ ପ୍ରଶାସନଙ୍କୁ ନିଦ୍ଦେର୍ର୍ଶ ଦେଇଛନ୍ତି ବାରାଣାସୀ ଜିଲା ଜଜ ଡକ୍ଟର ଅଜୟ କୃଷ୍ଣ ବିଶ୍ୱେଶ। ୩୦ବର୍ଷ ପରେ ଆଜି ସକାଳୁ ଜ୍ଞାନବ୍ୟାପୀ ମସଜିଦରେ ହିନ୍ଦୁପକ୍ଷଙ୍କ ପୂଜାର୍ଚ୍ଚନା ।

କୋର୍ଟଙ୍କ ଅନୁମତି ପରେ ଭୋରରୁ ପୂଜକ କରିଛନ୍ତି ପୂଜାର୍ଚ୍ଚନା । ଗତକାଲି ମାମଲାର ଶୁଣାଣି ପରେ ହିନ୍ଦୁ ପକ୍ଷଙ୍କୁ ପୂଜାର୍ଚ୍ଚନା ପାଇଁ କୋର୍ଟ ନିଷ୍ପତ୍ତି ନେଇଥିଲେ । ଆଜି ରାତି ୩ଟାରୁ କାଶୀ ବିଶ୍ୱନାଥ ମନ୍ଦିରର ପୂଜକ ମାନଙ୍କ ଦ୍ୱାରା ‘ବ୍ୟାସ୍ କା ତହଖାନା’ରେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ୩୦ବର୍ଷ ପରେ ପୁଣିଥରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିବା ବେଳେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏହି ପୂଜାର୍ଚ୍ଚନାରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ