Masthead

ଅର୍ପଣ ଯାତ୍ରାର ଟଙ୍କା ଗଲା କୁଆଡ଼େ?: ମନମୋହନ ସାମଲ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଅର୍ପଣ ଚାଉଳ ବିବାଦ । ଅର୍ପଣ ଚାଉଳ ନାମରେ ଜଗନ୍ନାଥଙ୍କୁ ଉଷୁନା ଚାଉଳ ଖୁଆଇ ଦିଆଯାଇଛି ବୋଲି ଦାମ ମହାସୁଆର ସାମ୍ବାଦିକମାନ‌ଙ୍କ ଆଗରେ ପ୍ରକାଶ କରିଦେବା ପରେ ମୁହଁ ଲୁଚାଇବାକୁ ବାଟ ଖୋଜୁଛନ୍ତି ସରକାର ଓ ଶ୍ରୀମନ୍ଦିର ପ୍ରଶାସନ । ପରିକ୍ରମା ପ୍ରକଳ୍ପ ସମୟରେ ବିଜେଡି ପକ୍ଷରୁ ଯେଉଁଭଳି ଚାଉଳ ସଂଗ୍ରହ କରାଗଲା, ପରବର୍ତୀ ସମୟରେ ସେହି ବାରମିଶା(ଅରୁଆ/ଉଷୁନା)ଚାଉଳ କାହିଁକି ସଂଗୃହିତ କରାଯାଉଛି ସେନେଇ ମଧ୍ୟ ପ୍ରଶ୍ନ ଉଠିଥିଲା।

ଗଜପତି ମହାରାଜା ସେହି ଚାଉଳ ସଂଗ୍ରହରେ ମନ୍ଦିର ପରିଚାଳନା ସମିତିର ସହମତି ନ ଥିବା କଥା କହିଥିଲେ। ସେହି ଚାଉଳକୁ ସରକାର ଏବେ ଶ୍ରୀମନ୍ଦିରରେ ମହାପ୍ରସାଦ ଆକାରରେ ଭୋଗ ଲଗାଉଛନ୍ତି। ଏହା ମନ୍ଦିର ପ୍ରଶାସନର ନିର୍ଦ୍ଦେଶରେ ହେଉଥିବାବେଳେ ହଜାର ହଜାର ବର୍ଷର ମନ୍ଦିର ନୀତି ଓ ପରମ୍ପରାକୁ ନଷ୍ଟ କରିଛି। ଉଷୁନା ଚାଉଳରେ ମହାପ୍ରସାଦ ରାନ୍ଧି ସରକାର ମହାପାପ କରିଛନ୍ତି ବୋଲି କହିଛନ୍ତି ମନମୋହନ।

ଏତେ ବଡ ଭୁଲ୍‌ ନିଷ୍ପତ୍ତି କାହା ନିର୍ଦ୍ଦେଶରେ ଏବଂ କେଉଁ ସ୍ବାର୍ଥରେ ଏବଂ କିଏ ଏବଂ କାହା ମାଧ୍ୟମରେ ନିଆଯାଇଛି ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରଶ୍ନ କରିଛନ୍ତି। ବିଜେପି ରାଜ୍ୟ କାର୍ଯ୍ୟାଳୟ ଠାରେ ମଙ୍ଗଳବାର ପ୍ରେସମିଟ କରି ମନମୋହନ କହିଛନ୍ତି, ଏଭଳି ନିଷ୍ପତ୍ତି ଉପରେ ରାଜ୍ୟ ସରକାର ସ୍ପଷ୍ଟୀକରଣ ଦେବା ଦରକାର। ମନ୍ଦିର ପରମ୍ପରାର ବ୍ୟତିକ୍ରମ ଘଟାଇ ‘ଅର୍ପଣ ରଥ’ ମାଧ୍ୟମରେ ନିଜର ରାଜନୈତିକ ସ୍ବାର୍ଥ ସାଧନ ପାଇଁ ଯେଉଁଭଳି ମହାପ୍ରଭୁଙ୍କୁ ସାଧନ କରି ଚାଉଳ ଏବଂ ଦକ୍ଷିଣା ଆଦାୟ କରାଯାଇଥିଲା ସେତେବେଳେ ଉଷୁନା ଚାଉଳ ସଂଗ୍ରହ କରାଯାଇଥିବାର ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା।

ଶ୍ରୀମନ୍ଦିରର ଅନେକ ସେବାୟତମାନେ ଏକଥା କହିଥିଲେ ଯେ, ସଂଗୃହିତ ବାରମିଶା ଚାଉଳରେ ମହାପ୍ରଭୁଙ୍କ ପାଖରେ ଭୋଗ ଲାଗିପାରିବ ନାହିଁ। ନୀତି ଅନୁଯାୟୀ ମନ୍ଦିରରେ କେବଳ ଗୋଟିଏ ଚାଉଳ ବ୍ୟବହାର କରାଯାଏ। ତଥାପି ଏ ସମସ୍ତ ବିଷୟକୁ ଅଣଦେଖା କରି ସରକାରୀ ଦଳର ରାଜନୈତିକ ଚାପରେ ଉଷୁନା ଚାଉଳକୁ ମନ୍ଦିରରେ ଭୋଗ ଲଗାଗଲା। ଅର୍ପଣ ଯାତ୍ରାବେଳେ ଲୋକମାନେ ମନଖୋଲି ଟଙ୍କା ମଧ୍ୟ ଦାନ କରିଥିଲେ। ସେ ଟଙ୍କା କୁଆଡେ ଗଲା ବୋଲି ମନମୋହନ ପ୍ରଶ୍ନ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି