ଟ୍ରେନ୍ ଆଗକୁ ପୁଅ-ଝିଅଙ୍କୁ ଠେଲି ବାପାର ଆତ୍ମହତ୍ୟା

ଲକ୍ଷ୍ମୀପୁର (ବଡ଼ ଖବର ବ୍ୟୁରୋ): ଟ୍ରେନ୍ ଆଗକୁ ପୁଅ ଓ ଝିଅଙ୍କୁ ଠେଲି ବାପା ଟ୍ରେନରେ ଆତ୍ମହତ୍ୟା କରିବା ଘଟଣା କୋଟାପୁର ଜିଲ୍ଲା ଲକ୍ଷ୍ମୀପୁର ଥାନା ସିଙ୍ଗରାମ ରେଳ ଷ୍ଟେସନ ନିକଟରେ ଘଟିଛି । ରେଳଧାରଣାରୁ ରେଳବାଇ ପୋଲିସ ୩ ମୃତଦେହ ଉଦ୍ଧାର କରି ତଦନ୍ତ ଚଳାଇଛି ।

ସକାଳ ପ୍ରାୟ ୯ଟା । ସିଙ୍ଗରାମ ରେଳ ଷ୍ଟେସନ ନିକଟରେ ପହଞ୍ଚିଥିଲେ ପୁଡାପାଡି ଗାଁ କେଶବ ସୁବୁଦ୍ଧି । ସାଙ୍ଗରେ ଥିଲେ ୧୨ ବର୍ଷର ଝିଅ ଓ ୫ ବର୍ଷର ପୁଅ । କିଛି ସମୟ ପରେ ଆସିଥିଲା ଏକ ମାଳବାହୀ ଟ୍ରେନ୍ । ହଠାତ୍ ପୁଅ ଓ ଝିଅଙ୍କୁ ଟ୍ରେନ୍ ଆଗକୁ ଠେଲି କେଶବ ହେଉଁପଡିଥିଲେ । ଟ୍ରେନ୍ ଚକତଳେ ବାପା, ପୁଅ ଓ ଝିଅ କଟିଯାଇଥିଲେ । ପାରିବାରିକ କଳହକୁ କେନ୍ଦ୍ରକରି କେଶବ ଏଭଳି ଚରମ ନିଷ୍ପତ୍ତି ନେଇଥିବା କୁହାଯାଉଛି । ଘଟଣାସ୍ଥଳରେ ଆରପିଏଫ ଓ ଲକ୍ଷ୍ମୀପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ