Masthead

ରାଜ୍ୟସଭା ଯିବେ ସୋନିଆ ଗାନ୍ଧି!

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  କଂଗ୍ରେସ ଶିବିରରୁ ଆସିଲା ବଡ଼ ଖବର । ରାଜ୍ୟସଭା ଯାଇପାରନ୍ତି ସୋନିଆ ଗାନ୍ଧି । ସେପଟେ ରାଏବରେଲୀରୁ ନିର୍ବାଚନ ଲଢିପାରନ୍ତି ପ୍ରିୟଙ୍କା ଗାନ୍ଧି ।ଦୁଇ ଦନି ଭିତରେ ରାଜ୍ୟସଭା ପ୍ରାର୍ଥୀ ଭାବେ ନାଁ ଘୋଷଣା କରିପାରେ କଂଗ୍ରେସ । କଂଗ୍ରେସ ଭେଟେରାନ ତଥା ଦଳର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଚଳିତ ଲୋକସଭା ନିର୍ବାଚନ ଲଢିବେନାହିଁ । ସେ ରାଜ୍ୟସଭା ଯିବା ନେଇ ଯେଉଁ ଚର୍ଚ୍ଚା ଗତ କିଛି ଦିନ ହେବ ଲାଗି ରହିଥିଲା, ତାହା କ୍ରମଶଃ ଘନୀଭୂତ ହୋଇଛି ।

ସୋନିଆ ଗାନ୍ଧି ଆଜି ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବେ । ତାଙ୍କ ସହ ପାର୍ଟି ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେ ଓ ପୁଅ ରାହୁଲ ଗାନ୍ଧୀ ମଧ୍ୟ ଉପସ୍ଥିତ ରହିବେ । କିନ୍ତୁ ସେ କେଉଁ ରାଜ୍ୟରୁ ନାମାଙ୍କନ ଭେରିବେ, ସେ ନେଇ ଏପର୍ୟ୍ୟନ୍ତ କିଛି ସ୍ପଷ୍ଟ ହୋଇନି । ହେଲେ ଚର୍ଚ୍ଚା ଅନୁସାରେ, ସେ ରାଜସ୍ଥାନରୁ ରାଜ୍ୟସଭା ଯିବା ନେଇ ସର୍ବାଧିକ ସମ୍ଭାବନା ରହିଛି । ଦଳ ଏ ସମ୍ପର୍କରେ କିଛି ଘୋଷଣା କରିନି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ