ଆଜିଠୁ ଆରମ୍ଭ ହେଉଛି +୨ ପରୀକ୍ଷା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):ଆଜିଠୁ ଆରମ୍ଭ ହେଉଛି +୨ ପରୀକ୍ଷା ।  ରାଜ୍ୟରେ ପରୀକ୍ଷା ଦେଉଛନ୍ତି ୩ ଲକ୍ଷ ୮୬ ହଜାର ୨୫୦ ପରୀକ୍ଷାର୍ଥୀ । ୧୧୬୦ ପରୀକ୍ଷା କେନ୍ଦ୍ର ସହ ୨୦୨ଟି ପରୀକ୍ଷା ନିୟନ୍ତ୍ରଣ ହବ୍‌ । ମାର୍ଚ୍ଚ ୨୦ ତାରିଖ ଯାଏଁ ଚାଲିବ ପରୀକ୍ଷା । ଆଜି ପ୍ରଥମ ଦିନରେ ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀଙ୍କ ମାତୃଭାଷା ପରୀକ୍ଷା ରହିଛି। ତେବେ ସୋଶାଲ ମିଡିଆରେ କୌଣସି ଭାଇରାଲ ପ୍ରଶ୍ନପତ୍ରକୁ ବିଶ୍ୱାସ ନ କରିବାକୁ ପରାମର୍ଶ ଦେଇଛନ୍ତି ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ।

ଆସନ୍ତା ମାର୍ଚ୍ଚ ୨୦ ଯାଏଁ ପରୀକ୍ଷା ଚାଲିବ। ପ୍ରତିଦିନ ଗୋଟିଏ ବିଷୟରେ ହିଁ ପରୀକ୍ଷା ହେବ। ପ୍ରଥମ ୧୦ଟି ବିଷୟ ପରୀକ୍ଷାର ପ୍ରଶ୍ନପତ୍ର ପରୀକ୍ଷା ହବରେ ପହଞ୍ଚି ସାରିଛି। ଏଥର ତ୍ରିସ୍ତରୀୟ ସ୍କ୍ୱାର୍ଡ ବ୍ୟବସ୍ଥା ହୋଇଛି ଏବଂ ପ୍ରଶ୍ନ ପତ୍ର ବିଭ୍ରାଟ ହେବ ନାହିଁ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ପରୀକ୍ଷା ନିୟନ୍ତ୍ରକ। ପରୀକ୍ଷା ସକାଳ ୧୦ଟାରେ ଆରମ୍ଭ ହେବାକୁ ଥିବା ବେଳେ, ୩୦ ମିନିଟ ପୂର୍ବରୁ ସେଣ୍ଟରରେ ଏବଂ ୧୫ ମିନିଟ ପୂର୍ବରୁ ହଲରେ ପହଞ୍ଚିବାକୁ ଛାତ୍ରଛାତ୍ରୀଙ୍କୁ କୁହାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ