Masthead

ଦିଲ୍ଲୀପ ରାୟଙ୍କୁ ୩ବର୍ଷ ଜେଲ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ଦିଲ୍ଲୀର ସ୍ୱତନ୍ତ୍ର ସିବିଆଇ କୋର୍ଟ ୩ବର୍ଷ ଜେଲ ସହ ୧୦ଲକ୍ଷ ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । ଏହା ସହ କୋଇଲା ମନ୍ତ୍ରାଳୟର ଅନ୍ୟ ୨ବରିଷ୍ଠ ଅଧିକାରୀଙ୍କୁ ମଧ୍ୟ କୋର୍ଟ ୩ବର୍ଷ ଲେଖାଏଁ ଜେଲଦଣ୍ଡ ଆଦେଶ ଦେଇଛନ୍ତି । ଆଜି ଅଦାଲତ ରାୟ ଘୋଷଣା କରିବା ବେଳେ ଅଭିଯୁକ୍ତମାନେ କୋର୍ଟରେ ଉପସ୍ଥିତ ଥିଲେ । କୋଭି-୧୯ ଗାଇଡ୍ ଲାଇନ୍ ପାଳନ କରିବାକୁ ଦୋଷୀମାନଙ୍କୁ ମଧ୍ୟ ଅଦାଲତ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ।

୧୯୯୯ ମସିହାରେ ଏନଡିଏର ସହଯୋଗୀ ଦଳ ଥିଲା ବିଜେଡି । ଅଟଳ ବିହାରୀ ବାଜପାୟୀଙ୍କ ନେତୃତ୍ୱରେ କେନ୍ଦ୍ରରେ ଗଠିତ ମନ୍ତ୍ରିମଣ୍ଡଳରେ ବିଜେଡିର ଦିଲ୍ଲୀପ ରାୟ କୋଇଲା ମନ୍ତ୍ରୀ ହୋଇଥିଲେ । ତାଙ୍କ ମନ୍ତ୍ରୀତ୍ୱକାଳରେ କୋଲବ୍ଲକ୍ ଆବଣ୍ଟନରେ ହୋଇଥିଲା ଦୁର୍ନୀତି । କେନ୍ଦ୍ର ସରକାର ଏହି ଦୁର୍ନୀତିର ତଦନ୍ତ ଦାୟିତ୍ୱ ସିବିଆଇକୁ ଦେଇଥିଲେ ।

ଝାଡଖଣ୍ଡର ବ୍ରହ୍ମଡିହ କୋଇଲା ଖଣି ଆବଣ୍ଟନରେ ଦୁର୍ନୀତି ହୋଇଥିବା ସିବିଆଇ ତଦନ୍ତରୁ ଜାଣିପାରିଥିଲା । ଦିଲ୍ଲୀର ସିବିଆଇ ସ୍ୱତନ୍ତ୍ର କୋର୍ଟରେ ଦିଲ୍ଲୀପ ରାୟଙ୍କ ସମେତ କୋଇଲା ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ ପ୍ରଦୀପ କୁମାର ବାନାର୍ଜୀ, ନିତ୍ୟାନନ୍ଦ ଗୌତମଙ୍କ ବିରୋଧରେ ସିବିଆଇ ସ୍ୱତନ୍ତ୍ର କୋର୍ଟରେ ମାମଲା ରୁଜୁ ହୋଇଥିଲା ।

ଅଦାଲତଙ୍କ ସମନ ପାଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ୨୦୧୭ ମସିହାରେ କୋର୍ଟରେ ହାଜର ହୋଇଥିଲେ । ସିବିଆଇ ସ୍ୱତନ୍ତ୍ର କୋର୍ଟର ବିଚାରପତି ଭରତ ପରାସର ଏହି ମାମଲାର ବିଚାର କରି ଅଭିଯୁକ୍ତମାନଙ୍କୁ ଚଳିତମାସ ୬ ତାରିଖରେ ଦୋଷୀ ସାବ୍ୟସ୍ତ କରିଥିଲେ । କିନ୍ତୁ ଅଦାଲତ ଦଣ୍ଡ ଘୋଷଣା ନକରି ୧୪ ତାରିଖକୁ ଦିନ ଧାର୍ଯ୍ୟ କରିଥିଲେ । ପରେ ଦଣ୍ଡ ଶୁଣାଣିର ତାରିଖ ଆଜିକୁ ଘୁଞ୍ଚିଥିଲା ।

ଅଦାଲତଙ୍କ ଦଣ୍ଡ ଘୋଷଣା ପରେ ଦିଲ୍ଲୀପ ରାୟ ଓ ଅନ୍ୟ ଦୁଇ ଅଭିଯୁକ୍ତ ଜାମିନ୍ ଆବେଦନ କରିଥିଲେ । ସେମାନଙ୍କ ଆବେଦନ ମଞ୍ଜୁର ହୋଇଛି । ଜଣେ ଜାମିନଦାର ଏବଂ ୧ ଲକ୍ଷ ଟଙ୍କା ବେଲବଣ୍ଡରେ ଦିଲ୍ଲୀପ ଜାମିନରେ ଆସିଛନ୍ତି । ସ୍ୱତନ୍ତ୍ର ସିବିଆଇ କୋର୍ଟଙ୍କ ରାୟକୁ ସେ ଉପର କୋର୍ଟରେ ଚ୍ୟାଲେଞ୍ଜ୍ କରିବେ ବୋଲି ଶ୍ରୀ ରାୟଙ୍କ ଜଣେ ଘନିଷ୍ଠ ସହଯୋଗୀ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ