Masthead

ମାହାଲ ମାଣ୍ଡା ପରେ ଏବେ ସନ୍ନି ଲିଓନି

ଉତ୍ତରପ୍ରଦେଶ (ବଡ଼ ଖବର ବ୍ୟୁରୋ): କିଛି ଦିନ ପୂର୍ବରୁ ଆଡମିଡ କାର୍ଡରେ ମହାଲ ମାଣ୍ଡାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଆଉ ଏବେ ବଲିଉଡ ଅଭିନେତ୍ରୀ ସନ୍ନି ଲିଓନି । ଏକ ଆଡମିଟ କାର୍ଡ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । କାରଣ ଆଡମିଟ କାର୍ଡରେ ପରୀକ୍ଷାର୍ଥୀଙ୍କ ନାଁ ସନ୍ନି ଲିଓନି ବୋଲି ଲେଖାଯାଇଛି । ଖାଲି ସେତିକି ନୁହେଁ ଆଡ୍‌ମିଟ୍‌ କାର୍ଡରେ ସନ୍ନି ଲିଓନିଙ୍କର ଫଟୋ ମଧ୍ୟ ଲାଗିଛି । କିଛି ଦିନ ପୂର୍ବରୁ ଜଣେ ପରୀକ୍ଷାର୍ଥୀଙ୍କ ଆଡ୍‌ମିଟ୍‌ କାର୍ଡରେ ଲେଖାଥିଲା ମାହଲ ମାଣ୍ଡା । ଆଉ ତାଙ୍କ ପିତାଙ୍କ ନାଁ ସ୍ଥାନରେ ଥିଲା ମାହଲ ମାଣ୍ଡା ପ୍ରୋ ।

ଏହି ଘଟଣା ଓଡ଼ିଶାର ଥିଲା ବେଳେ ଏବେ ଉତ୍ତରପ୍ରଦେଶରୁ ବି ସମାନ ଘଟଣା ସାମ୍ନାକୁ ଆସିଛି । କନୌଜ ଜିଲ୍ଲାରେ ଏକ ଆଡମିଟ କାର୍ଡ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଆଡମିଟ କାର୍ଡରେ ପରୀକ୍ଷାର୍ଥୀଙ୍କ ନାଁ ସନ୍ନି ଲିଓନି ବୋଲି ଲେଖାଯାଇଛି । ଖାଲି ସେତିକି ନୁହେଁ ଆଡ୍‌ମିଟ୍‌ କାର୍ଡରେ ସନ୍ନି ଲିଓନିଙ୍କର ଫଟୋ ମଧ୍ୟ ଲାଗିଛି । ପ୍ରାର୍ଥୀ ତିରୱା ସ୍ମିଥ୍ ସୋନେଶ୍ରୀ ମେମୋରିଆଲ୍ ବାଳିକା ମହାବିଦ୍ୟାଳୟରେ ପରୀକ୍ଷା ଦେବାକୁ ଯାଇଥିଲେ। ହେଲେ ପ୍ରାର୍ଥୀ ତାଲିକାରେ ଏହି ପରୀକ୍ଷାର୍ଥୀଙ୍କ ବିଷୟରେ ଜାଣିବା ପରେ ଡ୍ୟୁଟିରେ ଥିବା ଅଧିକାରୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ। କିଛି ସମୟ ମଧ୍ୟରେ ସନ୍ନି ଲିଓନିଙ୍କ ନାମରେ ଜାରି ହୋଇଥିବା ଏହି ଆଡମିଟ୍ କାର୍ଡ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ଆଡମିଟ୍ କାର୍ଡ ଭାଇରାଲ୍ ହେବା ପରେ ଉତ୍ତରପ୍ରଦେଶ ପୋଲିସ୍ ନିଯୁକ୍ତି ଏବଂ ପଦୋନ୍ନତି ବୋର୍ଡ ଏହାକୁ ନକଲି ଆଡମିଟ୍ କାର୍ଡ ବୋଲି ସୂଚନା ଦେଇଛନ୍ତି। ଫର୍ମ ପୂରଣ କରିଥିବା କିଛି ପ୍ରାର୍ଥୀଙ୍କ ଆଡମିଟ୍ କାର୍ଡ ରିଲିଜ୍ ସମୟରେ ଭୁଲ ଫଟୋ ଅପଲୋଡ୍ ହୋଇଥିଲା । ନିଯୁକ୍ତି ବୋର୍ଡ ଅଭିଯୋଗ ପାଇବା ମାତ୍ରେ ଏହିପରି ଆଡମିଟ୍ କାର୍ଡଗୁଡିକରେ ସଂଶୋଧନ ମୂଳକ ଫଟୋ ପାଇଁ ସ୍ଥାନ ଫାଙ୍କା ଦିଆଯାଇଛି । ଏହାପରେ ସମ୍ପୃକ୍ତ ପ୍ରାର୍ଥୀମାନଙ୍କୁ ସେମାନଙ୍କର ଫଟୋଗ୍ରାଫ ଏବଂ ଆଧାର କାର୍ଡ ସହିତ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି