Masthead

ବଢୁଛି କାଶ ସମସ୍ୟା, ଜାଣନ୍ତୁ ଡାକ୍ତରଙ୍କ ପରାମର୍ଶ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଦୀର୍ଘ ଦିନ ଧରି କାଶ ସମସ୍ୟା ଲାଗି ରହୁଛି କି? ବିଶେଷ କରି ଶୋଇବା ବେଳେ ବେଶୀ କାଶ ହେଉଛି କି? ଅବହେଳା ନକରି ମାନି ନିଅନ୍ତୁ ଡାକ୍ତରଙ୍କ ପରାମର୍ଶ । ତେବେ ଚାଲନ୍ତୁ ଜାଣିବା କ’ଣ ପାଇଁ ଦୀର୍ଘ ଦିନ ହେବ କାଶ ସମସ୍ୟା ଲାଗି ରହିଥାଏ । ଯଦି ଦେଖିବା ଏହି ବର୍ଷ ଜାନୁୟାରୀ ଶେଷ ଓ ଫେବ୍ରୁଆରୀରେ ଭାଇରାଲ୍ ସଂକ୍ରମଣ ଲାଗି ରହିଛି।

ପ୍ରଥମେ ଦିନେ ବା ଦୁଇଦିନ ଜ୍ଵର ହେବା ପରେ କାଶ ଦୀର୍ଘ ଦିନ ଲାଗି ରହୁଛି। ବିଶେଷ କରି ଶୋଇବା ସମୟରେ ବେଶି କାଶ ହେଉଛି। ଏହା ଏକ ପ୍ରକାର ଭାଇରାଲ୍ ସଂକ୍ରମଣ, ଯାହା ଫୁସ୍‌ଫୁସ୍‌କୁ ସଂକ୍ରମିତ କରୁଛି। ଏହି ସଂକ୍ରମଣରେ ଶରୀରରେ ଥିବା ‘ସ୍କୁଲ୍ ଏୟାର୍ ୱେଜ୍’ ସଙ୍କୁଚିତ ରହିବାରୁ ଖୁବ୍ ଜୋର୍‌ରେ କାଶ ହେଉଛି। ଏହାର ସଂକ୍ରମଣର ପ୍ରମୁଖ କାରଣ ପ୍ରଦୂଷଣ। ଏବେ ସହରାଞ୍ଚଳରେ ଘର ନିର୍ମାଣ, ରାସ୍ତା ନିର୍ମାଣ ଓ ଗାଡ଼ିର କଳାଧୂଆଁ ବଢ଼ିବା ଯୋଗୁ ପ୍ରଦୂଷଣ ବଢୁଛି। ଫଳରେ ଆମମାନଙ୍କର ଫୁସ୍‌ଫୁସ୍ ପୂର୍ବ ପରି ସୁସ୍ଥ ରହୁ ନାହିଁ । ୧୦ ବର୍ଷ ତଳେ ବ୍ୟକ୍ତିର ଫୁସ୍‌ଫୁସ୍ ଯେତିକି ସୁସ୍ଥ ରହିଥିଲା, ତାହା ଏବେ ନାହିଁ ।

ଫସ୍‌ଫୁସ୍ ହେଉଛି ଶରୀରର ସେହି ଗୁରୁତ୍ୱପୂର୍ଣ ଅଙ୍ଗ, ଯେଉଁଠାରେ ଅମ୍ଳଜାନ ରକ୍ତରେ ମିଶିବା ସହ ଅଙ୍ଗାରକାମ୍ଳକୁ ବାହାର କରିଥାଏ । ଯାହାକୁ ଶ୍ୱାସ ପ୍ରକିୟା କୁହାଯାଏ । ଏହି ପ୍ରକ୍ରିୟାକୁ ସଞ୍ଚାଳନ କରୁଥିବା ଫୁସ୍‌ଫୁସ୍ ଅସୁସ୍ଥ ହୋଇପଡିଛି। ତେଣୁ ଖୁବ୍ ଶୀଘ୍ର ସଂକ୍ରମିତ ହୋଇପଡୁଛି । ଫଳରେ କାଶ ପରିମାଣ ପୂର୍ବ ଅପେକ୍ଷା ବଢିଯାଇଛି। ପୂର୍ବରୁ କେବଳ ସିରଫ୍ ପିଇଲେ କାଶ ଭଲ ହୋଇଯାଉଥିଲା। ତେଣୁ ଏବେ କାଶ ୧୫ ଦିନରୁ ଅଧିକ ରହୁଥିଲେ ଡାକ୍ତର ପରାମର୍ଶ କ୍ରମେ କଫ ପରୀକ୍ଷା କରାଇ ନେବା ଉଚିତ୍। କାରଣ ଏହା ହୁଏତ ଟିବିର ଲକ୍ଷଣ ମଧ୍ୟ ହୋଇପାରେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ