ବଢୁଛି କାଶ ସମସ୍ୟା, ଜାଣନ୍ତୁ ଡାକ୍ତରଙ୍କ ପରାମର୍ଶ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଦୀର୍ଘ ଦିନ ଧରି କାଶ ସମସ୍ୟା ଲାଗି ରହୁଛି କି? ବିଶେଷ କରି ଶୋଇବା ବେଳେ ବେଶୀ କାଶ ହେଉଛି କି? ଅବହେଳା ନକରି ମାନି ନିଅନ୍ତୁ ଡାକ୍ତରଙ୍କ ପରାମର୍ଶ । ତେବେ ଚାଲନ୍ତୁ ଜାଣିବା କ’ଣ ପାଇଁ ଦୀର୍ଘ ଦିନ ହେବ କାଶ ସମସ୍ୟା ଲାଗି ରହିଥାଏ । ଯଦି ଦେଖିବା ଏହି ବର୍ଷ ଜାନୁୟାରୀ ଶେଷ ଓ ଫେବ୍ରୁଆରୀରେ ଭାଇରାଲ୍ ସଂକ୍ରମଣ ଲାଗି ରହିଛି।

ପ୍ରଥମେ ଦିନେ ବା ଦୁଇଦିନ ଜ୍ଵର ହେବା ପରେ କାଶ ଦୀର୍ଘ ଦିନ ଲାଗି ରହୁଛି। ବିଶେଷ କରି ଶୋଇବା ସମୟରେ ବେଶି କାଶ ହେଉଛି। ଏହା ଏକ ପ୍ରକାର ଭାଇରାଲ୍ ସଂକ୍ରମଣ, ଯାହା ଫୁସ୍‌ଫୁସ୍‌କୁ ସଂକ୍ରମିତ କରୁଛି। ଏହି ସଂକ୍ରମଣରେ ଶରୀରରେ ଥିବା ‘ସ୍କୁଲ୍ ଏୟାର୍ ୱେଜ୍’ ସଙ୍କୁଚିତ ରହିବାରୁ ଖୁବ୍ ଜୋର୍‌ରେ କାଶ ହେଉଛି। ଏହାର ସଂକ୍ରମଣର ପ୍ରମୁଖ କାରଣ ପ୍ରଦୂଷଣ। ଏବେ ସହରାଞ୍ଚଳରେ ଘର ନିର୍ମାଣ, ରାସ୍ତା ନିର୍ମାଣ ଓ ଗାଡ଼ିର କଳାଧୂଆଁ ବଢ଼ିବା ଯୋଗୁ ପ୍ରଦୂଷଣ ବଢୁଛି। ଫଳରେ ଆମମାନଙ୍କର ଫୁସ୍‌ଫୁସ୍ ପୂର୍ବ ପରି ସୁସ୍ଥ ରହୁ ନାହିଁ । ୧୦ ବର୍ଷ ତଳେ ବ୍ୟକ୍ତିର ଫୁସ୍‌ଫୁସ୍ ଯେତିକି ସୁସ୍ଥ ରହିଥିଲା, ତାହା ଏବେ ନାହିଁ ।

ଫସ୍‌ଫୁସ୍ ହେଉଛି ଶରୀରର ସେହି ଗୁରୁତ୍ୱପୂର୍ଣ ଅଙ୍ଗ, ଯେଉଁଠାରେ ଅମ୍ଳଜାନ ରକ୍ତରେ ମିଶିବା ସହ ଅଙ୍ଗାରକାମ୍ଳକୁ ବାହାର କରିଥାଏ । ଯାହାକୁ ଶ୍ୱାସ ପ୍ରକିୟା କୁହାଯାଏ । ଏହି ପ୍ରକ୍ରିୟାକୁ ସଞ୍ଚାଳନ କରୁଥିବା ଫୁସ୍‌ଫୁସ୍ ଅସୁସ୍ଥ ହୋଇପଡିଛି। ତେଣୁ ଖୁବ୍ ଶୀଘ୍ର ସଂକ୍ରମିତ ହୋଇପଡୁଛି । ଫଳରେ କାଶ ପରିମାଣ ପୂର୍ବ ଅପେକ୍ଷା ବଢିଯାଇଛି। ପୂର୍ବରୁ କେବଳ ସିରଫ୍ ପିଇଲେ କାଶ ଭଲ ହୋଇଯାଉଥିଲା। ତେଣୁ ଏବେ କାଶ ୧୫ ଦିନରୁ ଅଧିକ ରହୁଥିଲେ ଡାକ୍ତର ପରାମର୍ଶ କ୍ରମେ କଫ ପରୀକ୍ଷା କରାଇ ନେବା ଉଚିତ୍। କାରଣ ଏହା ହୁଏତ ଟିବିର ଲକ୍ଷଣ ମଧ୍ୟ ହୋଇପାରେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ