Masthead

ଥାନା ଅଧିକାରୀଙ୍କୁ ମାଡ଼ ମାରିବା ଘଟଣା, ଗିରଫ ଭୟରେ ଗାଁ ପୁରୁଷ ଶୂନ୍ୟ

ଜଳେଶ୍ୱର (ବଡ଼ ଖବର ବ୍ୟୁରୋ): ଥାନା ଅଧିକାରୀଙ୍କୁ ମାଡ଼ ମାରିବା ଘଟଣା । ଗିରଫ ଭୟରେ ଗାଁ ହୋଇଛି ପୁରୁଷ ଶୂନ୍ୟ । ୨୧ ଜଣଙ୍କୁ ଉଠାଇନେଇଛି ପୋଲିସ । ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ତିରେ ଜୁଆ ଆଡ୍ଡାରେ ଚଢାଉ ବେଳେ ବାଲେଶ୍ୱର ତାଳସାରୀ ସାମୂଦ୍ରିକ ଥାନା ଅଧିକାରୀଙ୍କୁ ଦୋକାନରେ ବନ୍ଦ କରି ମାଡ ମାରିଥିଲେ ଲୋକେ ।

ଆକ୍ରମଣରେ ପୁଲିସ ଗାଡି ଡ୍ରାଇଭରଙ୍କ ସହ ୪ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି । ଖବର ପାଇଁ ଥାନା ଅଧିକାରୀ ଚମ୍ପାବତୀ ସୋରେନଙ୍କୁ ଉଦ୍ଧାର କରିଥିଲା ଭୋଗରାଇ ପୁଲିସ । ଭୋଗରାଇର ସାହାବାଜିପୁର ପଞ୍ଚାୟତ ଅଧୀନ ଉଦୟପୁର ଗାଁ ମଧ୍ୟ ଦେଇ ରାତି ପ୍ରାୟ ୧୦ଟାରେ ସାମୁଦ୍ରିକ ଥାନା ଅଧିକାରିଣୀ ସଦଳବଳେ ରାତ୍ରି ପେଟ୍ରୋଲିଂରେ ବାହାରି ଥିଲେ। ଉଦୟପୁର ଗାଁର ଜନୈକ ବ୍ୟକ୍ତିଙ୍କ ଦୋକାନ ବନ୍ଦ କରିବାକୁ କହିବାରୁ ଅଚାନକ କିଛି ବ୍ୟକ୍ତି ତାଙ୍କୁ ଜବରଦସ୍ତ ଧରି ଦୋକାନ ଘରେ ପୁରାଇ ଦେଇ ଥିଲେ।

ଥାନାର ଗାଡି ଚାଳକ ସୁଧାଂଶୁ ମହାନ୍ତି ବିରୋଧ କରିଥିଲେ ମଧ୍ୟ ତାଙ୍କୁ ମାରି ଲହୁ ଲୁହାଣ କରିଦେଇ ଥିଲେ। ନିରୁପାୟ ହୋଇ ଥାନା ଅଧିକାରିଣୀ ସହାୟତା ପାଇଁ ସାମ୍ବାଦିକ ଠାରୁ ବିଭାଗ ପର୍ଯ୍ୟନ୍ତ ସହାୟତା ପାଇଁ ନିବେଦନ କରିଥିଲେ। ତେବେ ପୁଲିସ ପହଂଞ୍ଚି ଥାନା ଅଧିକାରିଣୀଙ୍କୁ ଉଦ୍ଧାର କରି ତଦନ୍ତ ଜାରି ରଖିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା