Masthead

ପାକିସ୍ତାନରେ ମିଳିତ ସରକାର!

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପାକିସ୍ତାନରେ ମିଳିତ ସରକାର ଗଢ଼ିବ ପିପିପି ଓ ପିଏମ୍ଏଲ୍-ଏନ୍ । ପିପିପି ଚେୟାରମ୍ୟାନ୍ ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀଙ୍କ ସୂଚନା । ସରକାର ଗଠନ ପାଇଁ ୨ ଦଳ ମଧ୍ୟରେ ଏଗ୍ରିମେଣ୍ଟ ହୋଇଥିବା ସୂଚନା । ଶେହବାଜ ସରିଫ୍ ହେବେ ପ୍ରଧାନମନ୍ତ୍ରୀ, ଅସିଫ୍ ଜର୍ଦ୍ଦାରୀ ହେବେ ରାଷ୍ଟ୍ରପତି । ପାକିସ୍ତାନ ପିପୁଲ୍ସ ପାର୍ଟୀ ଏବଂ ପାକିସ୍ତାନ ମୁସଲିମ ଲିଗ-ନବାଜ ପାକିସ୍ତାନରେ ଏକ ନୂତନ ମିଳିତ ସରକାର ଗଠନ ପାଇଁ ଅନେକ ଦିନରୁ ଆଲୋଚନା ଚାଲୁଥିଲା ।

ଶେଷରେ ମଙ୍ଗଳବାର ଦିନ ଏମାନଙ୍କ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷର ହୋଇଛି । ପାର୍ଟୀର ନେତାମାନେ ଏହି ସମ୍ବନ୍ଧରେ ସୂଚନା ସେୟାର କରିଛନ୍ତି । ପାକିସ୍ତାନ ପିପୁଲ୍ସ ପାର୍ଟୀର ଅଧ୍ୟକ୍ଷ ବିଲାବଲ ଭୂଟ୍ଟୋ ଜରଦାରୀ ମଙ୍ଗଳବାର ଦିନ ବିଳମ୍ବିତ ରାତିରେ ଘୋଷଣା କରିଛନ୍ତି ଯେ, ପାକିସ୍ତାନ ମୁସଲିମ ଲିଗ-ନବାଜ ର ଅଧ୍ୟକ୍ଷ ଶହବାଜ ଶରୀଫ ପୁଣି ଥରେ ପ୍ରଧାନମନ୍ତ୍ରୀ ହେବେ । ଅନ୍ୟପଟେ ପିପିପିର ସହ-ଅଧ୍ୟକ୍ଷ ଆସିକ ଜରଦାରୀ ପାକିସ୍ତାନର ଆଗାମୀ ରାଷ୍ଟ୍ରପତି ହେବେ ।

ସୂଚନା ଅନୁଯାୟୀ, ବିଲାବଲ ଭୂଟ୍ଟୋ-ଜରଦାରୀ ଏକ ସମ୍ମିଳନୀରେ କହିଛନ୍ତି ଯେ, ପାକିସ୍ତାନ ପିପୁଲ୍ସ ପାର୍ଟୀ ଏବଂ ପାକିସ୍ତାନ ମୁସଲିମ ଲିଗ-ନବାଜଙ୍କ ସପକ୍ଷରେ ବର୍ତ୍ତମାନ ଅଧିକ ସଂଖ୍ୟା ରହିଛି ଏବଂ ଆମେ ଆଗାମୀ ସରକାର ଗଠନ କରିବା ସ୍ଥିତିରେ ଅଛୁ । ସେ କହିଛନ୍ତି ଯେ, ଦୁଇ ଦଳ ଦେଶର ସରକାର ଗଠନ କରିବେ ଏବଂ ଭରସା ଦେଇଛନ୍ତି ଯେ, ସେ ଏପରି କରିବାକୁ ସକ୍ଷମ ହେବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା