Masthead

୪ର୍ଥ ଟେଷ୍ଟ ଜିତି ଇଂଲଣ୍ଡ ବିପକ୍ଷ ସିରିଜ୍‌ କବ୍‌ଜା କଲା ଭାରତ

ରାଞ୍ଚି(ବଡ଼ ଖବର ବ୍ୟୁରୋ): ରାଞ୍ଚି ଟେଷ୍ଟରେ ଭାରତର ରୋମାଞ୍ଚକର ବିଜୟ । ୪ର୍ଥ ଟେଷ୍ଟ ଜିତି ଇଂଲଣ୍ଡ ବିପକ୍ଷ ସିରିଜ୍‌ କବ୍‌ଜା କଲା ଭାରତ । ସିରିଜ୍‌ର ଗୋଟିଏ ମ୍ୟାଚ ବାକି ଥାଇ ଭାରତ ୩-୧ରେ ଆଗୁଆ । ଇଂଲଣ୍ଡ ଦ୍ୱିତୀୟ ଇନିଂସ ଖେଳ ପରେ ୧୯୨ ରନର ଟାର୍ଗେଟ ଦେଇଥିଲା। ଚତୁର୍ଥ ଦିନର ଷ୍ଟମ୍ପ ଅପସାରଣ ବେଳକୁ ଦଳ କୌଣସି ବି ୱିକେଟ୍ ନ ହରାଇ ୪୦ ରନ୍ କରିଥିଲା। ଚତୁର୍ଥ ଦିନର ଖେଳ ଲାଗୁଥିଲା ଯେ, ଭାରତ ସହଜରେ ଏହି ମ୍ୟାଚକୁ ଜିତିନେବ, କିନ୍ତୁ ପଞ୍ଚମ ଦିନରେ ଇଂଲିଶ ବୋଲର ଆଟାକିଂ ମୁଡରେ ରହିଥିଲେ।

ଦଳୀୟ ସ୍କୋର୍ ୧୨୦ ବେଳକୁ ଭାରତର ଅଧା ବ୍ୟାଟର୍ ପ୍ୟାଭିଲିଅନ ରାସ୍ତା ଦେଖାଇଥିଲେ। ଏହି ସମୟରେ ଶୁବମନ ଗିଲ୍ ଏବଂ ଧ୍ରୁବ ଜୁରେଲଙ୍କ ଯୋଡି ଭାରତର ବିଜୟ ଆଶାକୁ ଉଜ୍ଜିବିତ କରିଥିଲା। ଉଭୟ ରକ୍ଷଣାତ୍ମକ ସର୍ଟ୍ସ ଖେଳି ଦଳକୁ ବିଜୟ ଭେଟି ଦେଇଛନ୍ତି। ଗିଲ୍ ୫୨ ଏବଂ ଜୁରେଲ ୩୯ରନ୍ କରି ଅପରାଜିତ ରହିଥିବା ବେଳେ ରୋହିତ ଶର୍ମା ୫୫, ଯଶସ୍ୱୀ ଜୈସ୍ୱାଲ ୩୭, ରବୀନ୍ଦ୍ର ଜାଡେଜା ୪ ରନ୍ କରିଥିଲେ। ରଜତ ପଟିଦାର ଏବଂ ସର୍ଫରାଜ ଖାନ ଖାତା ଖୋଲି ପାରିନଥିଲେ। ପାଞ୍ଚ ଟିକିଆ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ୍ ଶେଷ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ